39ତମ ପବିତ୍ର ପର୍ବ ରଙ୍ଗ ହୋଲି ଉତ୍ସବ ମହାଶମାରୋହ ପାଳିତ

Mar 17, 2025 - 22:40
 0  79
39ତମ ପବିତ୍ର ପର୍ବ ରଙ୍ଗ ହୋଲି ଉତ୍ସବ  ମହାଶମାରୋହ ପାଳିତ

ପ୍ରତି ବର୍ଷ ଭୋଳି ଏହି ବର୍ଷ ମଧ୍ୟ ପବିତ୍ର ରଙ୍ଗ ହୋଲି ର ପର୍ବ ଏକ ନୂଆ ରୂପେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ବଡ ଛତ୍ରଙ୍ଗଗ୍ରାମରେ 39ତମ ହୋଲି ଉତ୍ସବ ମହାସୋମାରୋହରେ ପାଳିତ ହୋଇଛି ଯାଇଛି l ଏଠାରେ ଦୁଇ ଦିନ ଧରି ପବିତ୍ର ରଙ୍ଗ ହୋଲି ପର୍ବ ଯଥା ପ୍ରଥମ ଦିନ ତା 14/03/2025ରିଖ ଦିବା 10ଟା 30ମିନିଟ ରେ କଳସ ଯାତ୍ରା କରିଥିଲେ l କଳସ ଯାତ୍ରାରେ ଗ୍ରାମର କୁନି କୁନି ଝିଅ, ବାଳିକା, ମହିଳା ପୁରୁଷ ଶହ ଶହ ଭକ୍ତ ମୁଣ୍ଡରେ କଳସ ବୋହି ରାଧାକୃଷ୍ଣ ମନ୍ଦିର ବାହାରି କଷ୍ନା ବୁଡ଼ା କୁଣ୍ଡ ରୁ ଜଳ ଉଠାଇ ରାଧାକୃଷ୍ଣ ମନ୍ଦିର ପର୍ଯ୍ୟନ୍ତ କଳସ ଯାତ୍ରା କରିଥିଲେ l ପରେ କଳସ ପାଣି ମନ୍ଦିରରେ ଥିବା ରାଧାକୃଷ୍ଣ ପ୍ରତିମୂର୍ତ୍ତି ଉପରେ ଜଳ ଢାଳିଥିଲେ l ଏହି କଳସ ଯାତ୍ରା ରେ ସଂକିର୍ତନ ବାଦ୍ୟ ନାଚ ଧ୍ଵନି ରେ ବଡ଼ ଛତ୍ରଙ୍ଗ କମ୍ପି ଉଠୁଥିଲା l ସଂଧ୍ୟା 6ଟା ସମୟରେ ମଞ୍ଚ ଏଥିମାନଙ୍କ ଦ୍ୱାରା ଉଦ୍ଘାଟନ କରିଥିଲେ ଏବଂ ଏହି ମଞ୍ଚରେ ମୁଖ୍ୟ ଅଥିତି ମାଁ ମାଣିକେଶ୍ବରୀ ପଞ୍ଚାୟତ ସମିତି ମହାବିଦ୍ୟାଳୟ ଅଧକ୍ଷ ସତ୍ୟ ନାରାୟଣ ମୁଣ୍ଡ ଛେନା ସଂମ୍ମାନିତ ଅଥିତିବିଧାୟକ ମାଣିକ୍ୟ ଚନ୍ଦ୍ର ନାଏକ, ମୁଖ୍ୟ ଵକ୍ତା ସାଂସଦ ପ୍ରତିନିଧି ପବିତ୍ର ନାଏକ, ରାଧାକୃଷ୍ଣ ପୂଜା କମିଟିର ସଭାପତି ହେତୁରାମ ରାଉତ,ଉପସଭାପତି ବସନ୍ତ ମାଝୀ,ସମ୍ପାଦକ ସୁରେନ୍ଦ୍ର ନାଏକ, ସହସମ୍ପାଦକ ଦିବାକର ନାଏକ, କୋଷାଧକ୍ଷ ରଞ୍ଜନ କୁମାର ସାହୁ,ସହ କୋଷାଧକ୍ଷ ତ୍ରିନାଥ ମାଝୀ, ରାଜେନ୍ଦ୍ର ମାଝୀ, ଡମ୍ବରୁଧର ନାଏକ, ଜୁଧେଷ୍ଠିର ରାଉତ,ଦେବ ଚରଣ ରାଉତ, ବଲଭଦ୍ର ମାଝୀ, ଭରତ ନାଏକ,ଜବର ସିଂ ମାଝୀ, କାଳିଆ ମାଝୀ ସମେତ ଗ୍ରାମର ଯୁବକ ଯୁବତୀ ମହିଳା ପୁରୁଷ ଏବଂ ଭକ୍ତ ଶ୍ରଦ୍ଧାଳୁ ଦର୍ଶକ ଉପସ୍ଥିତ ରହିଥିଲେ l ଏଥିରେ ଲମ୍ବୁଧର ନାଏକ ଏବଂ କୁମୁଦ ମାଝୀ ମଞ୍ଚ ପରିଚାଳନା କରିଥିଲେ l ପରେ ରାତିରେ ଦର୍ଶକ ମାନଙ୍କ ମନରଞ୍ଜନ ପାଇଁ ସାଂକୃତିକ ନାଟକ ପୂଜା କମିଟି ଆୟୋଜନ କରିଥିଲେ l ଦ୍ଵିତୀୟ ଦିନ ରେ ତା 15/03/2025ରିଖ ସକାଳୁ ଠାରୁ ଅପରାହ୍ନ ପର୍ଯ୍ୟନ୍ତ ହୋଲି ମାଇକ ସେଟ ବଜା କରି ହୋଲି ଆନନ୍ଦରେ କୁନି କୁନି ଛୁଆ ଠାରୁ ଆରମ୍ଭ କରି ବୃଦ୍ଧା ପର୍ଯ୍ୟନ୍ତ ପବିତ୍ର ହୋଲି ରଙ୍ଗ ପର୍ବ ବହୁତ ଅତି ସୁନ୍ଦର ସହ ଶାନ୍ତି ଶୃଙ୍ଖଳାରେ ପାଳନ କରି ଥିବା ଦେଖିବାକୁ ମାଳିଥିଲା lସନ୍ଦ୍ୟା ରେ ଗ୍ରାମର ବୈଜଷ୍ଠ ଲୋକଙ୍କୁ ପୁଷଗୁଚ୍ଛ ଉପଢୌଗନ ଦେଇ ସଂମ୍ମାନିତ କରିଥିଲେ l ପରେ ରାତିରେ ଦର୍ଶକ ମାନଙ୍କ ମନରଞ୍ଜନ ପାଇଁ ସାଂକୃତିକ ନାଟକ ପୂଜା କମିଟି ଆୟୋଜନ କରିଥିଲେ l ପରେ ପବିତ୍ର ହୋଲି ଉତ୍ସବ ଶେଷ ହୋଇ ଥିଲା l ଏହାକୁ ନେଇ ଅଞ୍ଚଳ ରେ ଖୁସି ଲହରୀ ଖେଳିଯାଉଛି ଏବଂ ଚର୍ଚ୍ଚା ହେଉଛି l

 କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡିଶା

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ