ଦର୍ଶକଙ୍କ ମନ ମୋହିଲା ନାଟକ "କ୍ରାନ୍ତି"

ବାରିପଦା - ତା :- ୨୧/୦୧/୨୦୨୫ ରିଖ ସ୍ଥାନୀୟ ସହିଦ ସ୍ମୃତି ଭବନ ରେ ପୂରବୀ ନାଟ୍ୟସଂସ୍ଥା, ବାରିପଦା ର ପ୍ରଯୋଜିତ ନାଟକ "କ୍ରାନ୍ତି" ମଞ୍ଚସ୍ଥ ହୋଇଯାଇଛି I ପ୍ରଫେସର ନାରାୟଣ ସାହୁଙ୍କ ରଚିତ ଓ ରତିକାନ୍ତ ବେହେରାଙ୍କ ନିର୍ଦ୍ଦେଶିତ ନାଟକରେ କୁନ୍ଦନଲାଲ ଭଞ୍ଜଦେଓ, ପ୍ରକାଶ ଦାଶ, ରତିକାନ୍ତ ବେହେରା, ଅସିତ ଗିରି, ଅଶୋକ ପଟ୍ଟନାୟକ, ପ୍ରଦ୍ୟୁମ୍ନ ଦାସ, ସାଇ, ନିକିତା ମହାନ୍ତି ଓ ଶୁଭଶ୍ରୀ ଦାସ ଅଭିନୟ କରିଥିଲେ I ଅଭିନେତା ମାନଙ୍କ ନିଖୁଣ ଅଭିନୟ ଦର୍ଶକଙ୍କ ମନ ମୋହି ଥିଲା I ବ୍ୟକ୍ତି ବିଶେଷର ମୃତ୍ୟୁ ହୋଇଥିଲେ ମଧ୍ୟ ଚେତନାର ମୃତ୍ୟୁ ହୁଏ ନାହିଁ I ବିପ୍ଲବୀର ଅନ୍ତ ହେଲେ ମଧ୍ୟ ବିପ୍ଳବ ଜାରିରହିଥାଏ I ପ୍ରତ୍ୟେକ କ୍ରାନ୍ତି ପରେ ଜନ୍ମନିଏ ଏକ ନୂତନ ସମ୍ଭାବନା I ଏହାହିଁ ନାଟକର ବିଷୟବସ୍ତୁ I ଏହି ନାଟକର ସହ ନିର୍ଦ୍ଦେଶନାରେ ପ୍ରକାଶ ଦାଶ, ମଞ୍ଚସଜ୍ଜାରେ ନରସିଂହ, ସଂଗୀତରେ ସୁଶାନ୍ତ ଦାସ, ଆଲୋକ ପରିଚାଳନାରେ ପ୍ରୟାସ ଶତପଥୀ ତଥା ମଞ୍ଚ ପରିଚାଳନାରେ ସୋମନାଥ ସିଂହ ଓ ସୁବ୍ରତ ବସା ଏବଂ ନୃତ୍ୟରେ ଶମ୍ଭୁନାଥ ଦାସ ସହାୟତା ପ୍ରଦାନ କରିଥିଲେ I ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନଗରପାଳ କୃଷ୍ଣIନନ୍ଦ ମହାନ୍ତି, ସମ୍ମାନୀୟ ଅତିଥି ଭାବେ ୧୬ ନଂ ୱାର୍ଡ କାଉନସିଲର ରଶ୍ମିରେଖା ପଟ୍ଟନାୟକ, ସମଗ୍ର ଶିକ୍ଷା ସଂଯୋଜକ ନିରଞ୍ଜନ ପଟ୍ଟନାୟକ ଓ ଅନ୍ତର୍ଜାତୀୟ ଛଉ ନୃତ୍ୟ ଶିଳ୍ପୀ ଶମ୍ଭୁନାଥ ଦାସ ପ୍ରମୁଖ ଉପସ୍ଥିତ ରହି ନାଟକ ସହିତ ମଣିଷର ଅତୁଟ ବନ୍ଧନ ରହିଛି ବୋଲି ପ୍ରକାଶ କରିଥିଲେ I ଆସନ୍ତାକାଲି ନୂପୁର ନାଟ୍ୟସଂସ୍ଥାର ନାଟକ "ସମ୍ବନ୍ଧ" ମଞ୍ଚସ୍ଥ ହେବ I
What's Your Reaction?






