ସାପ କାମୁଡାରେ ମହିଳା ଙ୍କ ମୃତ୍ୟୁ

Jul 14, 2025 - 18:16
 0  214
ସାପ କାମୁଡାରେ ମହିଳା ଙ୍କ ମୃତ୍ୟୁ

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୧୪.୦୭.୨୦୨୫ ରିଖ: ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ୍ ଅନ୍ତର୍ଗତ ଚିର୍ମା ଗ୍ରାମ ଚୁରାହାଣ୍ଡି ଠାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି ! ଘରେ ଶୋଇ ଥିବା ଅବସ୍ଥାରେ ଏକ ନାଗ ସାପ କାମୁଡାରେ ମହିଳା ଙ୍କ ମୃତ୍ୟୁ ଘଟିଛି ! ସୂଚନା ଅନୁଯାୟୀ ଗତକାଲି ଚିର୍ମା ଚୁରାହଣ୍ଡି ସାହି ର ଲଛନଦେଇ ଭତ୍ରା ( ୩୭ ) ନିଜ ଘରେ ଖାଇ ପିଇ ଶୋଇ ଥିବା ଅବସ୍ଥାରେ ରାତି ପ୍ରାୟ ୧୧ ରୁ ୧୧.୩୦ ମି ରେ ଏକ ସାପ ଆସି କାମୁଡ଼ି ଥିଲା କିଛି ସମୟ ପରେ ଲଛନଦେଇ ଙ୍କ ନିଦ ଭାଙ୍ଗି ମୁଣ୍ଡ ବୁଲାଇବାରୁ ନିଜ ସ୍ବାମୀ ସେନାପତି ଭତ୍ରା ଙ୍କୁ ଜଣାଇ ଥିଲେ ! ସେନାପତି ସଙ୍ଗେ ସଙ୍ଗେ ନିକଟସ୍ଥ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଆସଙ୍ଗା କୁ ନେଇଯାଇଥିଲେ ସେଠାରୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୋଷାଗୁମୁଡ଼ା କୁ ରେଫର୍ କରିଥିଲେ ସେଠାରେ ଅଳ୍ପ ସମୟ ଚିକିତ୍ସା ପରେ ଡାକ୍ତର ଲଛନଦେଇ ଙ୍କୁ ମୃତ ଘୋଷଣା କରିଥିଲେ !

ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 1
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ