।। ଗୃହକୁ ପହଞ୍ଚିଲା ଜଗନ୍ନାଥଙ୍କ ମୃତ ଶରୀର,ଲାଞ୍ଜିଗଡ଼ ବିଧାୟକଙ୍କ ଅଞ୍ଚଳରେ ଶୁଭିଲା ଦାଦନ ପରିବାରଙ୍କ କାନ୍ଦ ।।

Feb 15, 2024 - 12:04
 0  13
।। ଗୃହକୁ ପହଞ୍ଚିଲା ଜଗନ୍ନାଥଙ୍କ ମୃତ ଶରୀର,ଲାଞ୍ଜିଗଡ଼ ବିଧାୟକଙ୍କ ଅଞ୍ଚଳରେ ଶୁଭିଲା ଦାଦନ ପରିବାରଙ୍କ କାନ୍ଦ ।।

ଏଭଳି ଦୁଃଖଦ ଖବର ପାଇଛୁ, କଳାହାଣ୍ଡି ଜିଲ୍ଲା ଜୟପାଟଣା ଠାରେ ।ପ୍ରକାଶ ଥାଉକି, ଗତକାଲି ଦେଖାଇ ଥିଲୁ ଗାନ୍ଧିଗ୍ରାମ ପଡା୧୧ନମ୍ବର ୱାର୍ଡର ଜଗନ୍ନାଥ ପଟେଲଙ୍କ ମୃତ୍ୟୁ ଖବର ।ବର୍ତ୍ତମାନ ମଧ୍ୟ ଦେଖାଇବୁ ସେହି ଖବରର ଆଉ ଏକ ନୂତନ ଅଧ୍ୟାୟ । ଯେତେବେଳେ ଆଜି ଜଗନ୍ନାଥଙ୍କ ମୃତ୍ୟୁ ଶରୀର ଦିନ ଦୁଇଟା ବେଳେ ଗୃହକୁ ପହଞ୍ଚିଛି ।ସେତେବେଳ ଠାରୁ ସ୍ତଦ୍ଧ ହୋଇଯାଇଥିବା ଜୟପାଟଣା ସହରରେ ଶୁଣାଯାଉଥିଲା ଦାଦନ ପରିବାରର କାନ୍ଦ ।କେମିତିବା କାନ୍ଦିବେନି ଯଉ ବାପା ନିଜ ରୋଗିନା ସ୍ତ୍ରୀଙ୍କ ସହ କଅଁଳ ଶିଶୁ ମାନଙ୍କୁ ଛାଡି ତାଙ୍କୁ ଗଣ୍ଡେ ଖାଇବାକୁ ଦେବା ପାଇଁ ଦାଦନ ଶ୍ରମିକ ଭାବେ ଗତ ଦୁଇ ଚାରି ମାସ ତଳେ ହାଇଦ୍ରାବାଦକୁ ଯାଇଥିଲେ ।ହେଲେ ସେ ଆଜି ଛୁଆଙ୍କ ପାଇଁ ଆଣିବେ କଣ, ନିଜେ ଦୁର୍ଘଟଣାର ଶିକାର ହୋଇ ଶବଭାବେ ଘରକୁ ଫେରିବା ଏକ ଦୁର୍ଭାଗ୍ୟର ବିଷୟ ପାଲଟିଛି ।ସେଥି ସକାଶେ ଅଞ୍ଚଳରେ ଶୋକକୁଳ ବତ୍ତାବରଣ ସୃଷ୍ଟି ହେବା ସହ ପରିବାର ଦୁଃଖରେ ଭାଙ୍ଗି ପଡିଥିବା ଦେଖିବାକୁ ମିଳିଛି । ବିଧାୟକଙ୍କ ଅଞ୍ଚଳରେ ଏହା ନୂଆ କଥା ନୁହେଁ ।ଏହା ପୂର୍ବରୁ ଅନେକ ପରିବାରରେ ଏପରି ଘଟଣା ଘଟିଛି ।ସେଗୁଡିକ ମଧ୍ୟ୍ୟରୁ ବାଞ୍ଜିବାହାଲର ସୁମନ୍ତ ନାଏକ,ଆନ୍ଦ୍ରପ୍ରଦେଶର ବ୍ରଜରାଜପୁରମ ଚିଙ୍ଗୁଡ଼ି ଫାର୍ମରେ କାମ କରୁଥିବା ସମୟରେ ତାଙ୍କର ଗୁପ୍ତାଙ୍ଗ ହରାଇଥିଲେ ଓ ବଡ କର୍ଲାକୋଟ ଉମା ଶଙ୍କରଙ୍କ ଚେନ୍ନାଇରେ ଜୀବନ ଯାଇଛି ।ଏହିଭଳି ଅନେକ ରହିଛି ।ତେଣୁ ଦାଦନ ଦୁଃଖ ଓ ବେକାରୀ ସମସ୍ୟା ଦୂର କରିବାକୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଜନହିତ କାରି ଯୋଜନା ଗୁଡିକ ସଠିକ ଭାବରେ କାର୍ଯ୍ୟକାରୀ ହେବାକୁ ବୁଦ୍ଧିଯିବି ମହଲରେ ଦାବି ହେଉଛି ।

 କଳାହାଣ୍ଡି ଜିଲ୍ଲା ରୁ ରଜନୀ କାନ୍ତ ଶଗଡ଼ିଆ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ