ଗୁଲୁମି ଜଳପ୍ରପାତ ରେ ଦୁଇ ନାବାଳକ ଙ୍କ ପାଣି ରେ ବୁଡି ମୃତ୍ୟୁ ଘଟିଥିବା ଘଟଣା କୁ ନେଇ ସନ୍ଦେହ ଘେର ରେ ଉଭୟ ପରିବାରବର୍ଗ

Jun 19, 2025 - 17:19
 0  222
ଗୁଲୁମି ଜଳପ୍ରପାତ ରେ ଦୁଇ ନାବାଳକ ଙ୍କ ପାଣି ରେ ବୁଡି ମୃତ୍ୟୁ ଘଟିଥିବା ଘଟଣା କୁ ନେଇ ସନ୍ଦେହ ଘେର ରେ ଉଭୟ ପରିବାରବର୍ଗ

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା:୧୯.୦୬.୨୦୨୫ ରିଖ: ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ସଦର ମିର୍ଗାନ ସାହି ରେ ବସବାସ କରୁଥିବା ଅଭିରାମ ସୁନା ଙ୍କ ପୁଅ ଆଲୋକ ସୁନା ଏବଂ ହେମନ୍ତ ନାୟକ ଙ୍କ ପୁଅ କିରଣ ନାୟକ ବିଗତ ରବିବାର ଦିନ ତାଙ୍କ ତିନି ସାଙ୍ଗ ଙ୍କ ସହ କୋରାପୁଟ ଜିଲ୍ଲା କୋଟପାଡ଼ ଥାନା ଅନ୍ତର୍ଗତ ଗୁଲୁମି ଜଳ ପ୍ରପାତ କୁ ବୁଲିବାକୁ ଯାଇଥିଲେ ପରେ ରବିବାର ଅପରାହ୍ନ ୪ଟା ବେଳେ ଆଲୋକ ଏବଂ କିରଣ ଦୁଇ ଜଣ ପାଣି ରେ ନିଖୋଜ ରହିଥିବା ଖବର ସାମ୍ନା କୁ ଆସିଥିଲା ! ଖବର ପାଇଁ କୋଷାଗୁମୁଡା ରୁ ଆଲୋକ ଏବଂ କିରଣ ଙ୍କ ପରିବାର ଘଟଣା ସ୍ଥଳ ରେ ପହଞ୍ଚିଥିଲେ ଏବଂ କୋଟପାଡ଼ ଥାନା ଏବଂ ଅଗ୍ନିଶମ ବିଭାଗ କୁ ଅବଗତ କରାଯାଇଥିଲା ! କୋଟପାଡ଼ ଥାନା ଏବଂ ଅଗ୍ନିଶମ ବିଭାଗ ଙ୍କ ତତ୍ପରତା ପରେ ତୁରନ୍ତ ଗୁଲୁମି ଜଳ ପ୍ରପାତ ରେ ନିଖୋଜ ଦୁଇ ନାବାଳକ ଙ୍କୁ ପାଣିରୁ ଖୋଜିବା ପ୍ରକ୍ରିୟା ଆରମ୍ଭ କରାଯାଇଥିଲା କିନ୍ତୁ ସାନ୍ଧ୍ୟ ହେବା ସକାଶେ ଅଗ୍ନିଶମ ବିଭାଗ ତରଫରୁ ସୋମବାର ଦିନ ପୁନଃ ପାଣିରୁ ନାବାଳକ ଙ୍କ ମୃତଦେହ କୁ ଖୋଜିବା ପରେ ସୋମବାର ଦିନ ଅପରାହ୍ନ ସମୟରେ ଆଲୋକ ସୁନା ଙ୍କ ମୃତ ଶରୀର ଠାବ କରାଯାଇଥିଲା କିନ୍ତୁ କିରଣ ନାୟକ ଙ୍କ ମୃତ ଶରୀର ର ସନ୍ଧାନ ମିଳିନଥିବା ବେଳେ ପୁଣି ଆରଦିନ ଅର୍ଥାତ ମଙ୍ଗଳବାର କିରଣ ର ମୃତ ଶରୀର ଠାବ କରାଯାଇଥିଲା ଉଭୟ ମୂର୍ତ ନାବାଳକ ଙ୍କ ମୃତ ଶରୀର କୁ ଉଦ୍ଧାର କରାଯାଇ କୋଟପାଡ଼ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ପୋଷ୍ଟ ମୋର୍ଟନ୍ କରାଯାଇ ଉଭୟ ପରିବାର ଙ୍କୁ ହସ୍ତାନ୍ତର କରିଥିଲେ ! ମଙ୍ଗଳବାର ଦିନ ଉଭୟ ଙ୍କୁ ନିଜ ନିଜ ଧର୍ମ ରୀତିନୀତି ଅନୁଯାଇ ସମାଧି ଦେଇଥିବା ଦେଖିବାକୁ ମିଳିଥିଲା ! ଏହି ଦୁଃଖଦ ଘଟଣା ସମ୍ପୂର୍ଣ ଅଞ୍ଚଳ ରେ ଶୋକସନ୍ତପ୍ତ ପରିବେଶ ସୃଷ୍ଟି କରିଛି ! କୋଷାଗୁମୁଡା ସଦର ଠାରେ ଦୁଃଖ ର ବାତାବରଣ ଦେଖିବାକୁ ମିଳିଥିଲା ! ବର୍ତ୍ତମାନ ନାବାଳକ ଆଲୋକ ସୁନା ଏବଂ କିରଣ ନାୟକ ଉଭୟ ଙ୍କ ପରିବାର ଏବଂ ବନ୍ଧୁବର୍ଗ ଏହି ଦୁଇ ଜଣ ଙ୍କ ପାଣିରେ ବୁଡି ମୃତ୍ୟୁ ବରଣ କରିଥିବା ଘଟଣା ଉପରେ ସମ୍ପୂର୍ଣ ସନ୍ଦେହ କରୁଥିବା ସୂଚନା ଯୋଗ୍ଯ ଅନ୍ୟପଟେ କୋଟପାଡ଼ ପୋଲିସ ଆଲୋକ ଏବଂ କିରଣ ଙ୍କ ସହ ଯାଇଥିବା ଅନ୍ୟ ତିନି ଜଣ ସାଙ୍ଗ ଙ୍କୁ ଅଟକ ରଖି ପଚାର ଉଚୁରା କରୁଥିବା ଜଣା ପଡିଛି ! ପରିବାର ବର୍ଗ ଙ୍କ କହିବା ପ୍ରକାରେ ପାଞ୍ଚ ଜଣ ସାଙ୍ଗ ଯେତେବେଳେ ବୁଲିବାକୁ ଯାଇଥିଲେ ତ କେବଳ ଦୁଇ ଜଣ କଣ ପାଇଁ ପାଣି ଭିତରକୁ ଯାଇଥିଲେ ? ଯଦିବା ଦୁଇଜଣ ପାଣି ଭିତରେ ଗାଧୋଇବା କୁ ଗଲେ ତ ତାଙ୍କ ସାଙ୍ଗରେ ଯାଇଥିବା କିଛି ପିଲା ମାନେ ଏହି ଦୁଇ ଜଣ ଙ୍କୁ ଗଭୀର ପାଣି ଭିତରେ ଯିବା ବେଳେ ଅଟକାଇଲେ ନାହି କାହିଁକି ନା କିଛି ଭିତିରିଆ କାରସାଦି ରହିଛି ବୋଲି ଏହି ମୃତ୍ୟ ଉପରେ ଉଭୟ ପରିବାର ସନ୍ଦେହ କରୁଥିବା ଦେଖିବାକୁ ମିଳିଛି ! ବର୍ତ୍ତମାନ ଦେଖିବାକୁ ବାକି ରହିଲା ଏହି ଘଟଣା ଉପରେ କୋଟପାଡ଼ ପୋଲିସ ର ତଦନ୍ତ କେତେ ଦୂର ମୃତକ ଙ୍କ ପରିବାର କୁ ନ୍ୟାୟ ଦେବ !

ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 0
Dislike Dislike 0
Love Love 0
Funny Funny 1
Angry Angry 0
Sad Sad 1
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ