।। ଜୟପୁର ଯୁବ ରାଜ କୁମାର ଙ୍କୁ ଭେଟିଲେ ନନ୍ଦପୁର ପ୍ରଜା ।।

Jul 28, 2025 - 21:16
 0  800
।। ଜୟପୁର ଯୁବ ରାଜ କୁମାର ଙ୍କୁ ଭେଟିଲେ ନନ୍ଦପୁର ପ୍ରଜା ।।

ପୂର୍ବ ପୁରୁଷଙ୍କ ସ୍ମୁତି ଚାରଣ କରି ରାଜା କୁମାର ହେଲେ ଭାବବିହଲ l ନନ୍ଦପୁର, ଦୀର୍ଘ ବର୍ଷ ବ୍ୟବଧାନ ପରେ ପୁଣି ରାଜବଂଶ ସହ ପୁରୁଣା ସମ୍ପର୍କ ଯୋଡି ହେବା ରେ ଲାଗିଛି l ଏକଦା ନନ୍ଦପୁର ରାଜା ର କୀର୍ତ୍ତି ନନ୍ଦପୁର ରାଜଧାନୀ ଭାବେ ଗେପରିଚିତ କରାଇ ଥିବା ନନ୍ଦପୁର ସୂର୍ଯ୍ୟ ବଂଶୀ ରାଜା ଜୟପୁର ରେ ଅଧିପତିତ୍ବ କରିବା ପରେ ନନ୍ଦପୁର ଠାରୁ ଦୂରେଇ ରହିଥିଲେ ହେଲେ କେବଳ ଜାଣି ଯାତ୍ରା ପର୍ବ ପର୍ବାଣୀ ରେ ନନ୍ଦପୁର ପ୍ରଜା ଙ୍କୁ ନିଶ୍ଚିନ୍ତ ମନେ ପକାଇଥାନ୍ତି l ହେଲେ ଚଳିତ ବର୍ଷ ମହା ପ୍ରଭୁ ଙ୍କ ଘୋଷ ଯାତ୍ରା ଠାରୁ ପୁଣି ଜୟପୁର ରାଜା ପରିବାର ସହ ନନ୍ଦପୁର ପ୍ରଜା ଙ୍କ ମଧ୍ୟ ରେ ପୁରାଣ ସମ୍ପର୍କ କୁ ତାଜା ହୋଇଛି l ବର୍ତ୍ତମାନ ଏହି ସମ୍ପର୍କ ନିବିଡ ହେବା ରେ ଲାଗିଛି l

ତେବେ ସୂର୍ଯ୍ୟ ବଂଶୀ ରାଜା ରାଣୀ ଙ୍କ ପ୍ରତି ମୂର୍ତ୍ତି କୁ ନନ୍ଦପୁର ମାଟିରେ ସ୍ଥାନିତ ସ୍ଥାପିତ କରିନନ୍ଦପୁର ରେ ରାଜା ଙ୍କ ରାଜୁତି କୀର୍ତ୍ତି କୁ ସ୍ମୁତି ଚାରଣ କରିବା କୁ ନେଇ ଆଲୋଚନା ଆରମ୍ଭ ହୋଇଛି l ତେବେ ଜୟପୁର ରାଜା ଦରବାର ରୁ ନନ୍ଦପୁର ପୁରାତନ ସାମରାଜ୍ୟ ସୂର୍ଯ୍ୟ ବଂଶୀ ରାଜା ରାଣୀ ଙ୍କ ପ୍ରତି ମୂର୍ତ୍ତି ସ୍ଥାପନ ପ୍ରସ୍ତାବ ଆସିବା ପରେ ନନ୍ଦପୁର ବାସୀଙ୍କ ମଧ୍ୟ ରେ ଏକ ଉତ୍ସାହ ପରିଲକ୍ଷିତ ହୋଇ ଥିବା ବେଳେ ରବିବାର ନନ୍ଦପୁର ୧୨ ସାହି ର କୁମ୍ଭାର , କମ୍ଭାର, ବ୍ରାହ୍ମଣ,, ଗୌଡ ଖଣ୍ଡାୟତ ସେବାୟତ ପ୍ରଜା ପ୍ରତିନିଧିମାନଙ୍କ ଏକ ଦଳ ମୁନା ଦଳପତି ଙ୍କ ନେତୃତ୍ବ ରେ ଜଯପୁର ରାଜ ଦରବାର ପହଞ୍ଚି ରାଜ କୁମାର ବିଶେଶ୍ବର୍ ଚନ୍ଦ୍ର ଚୂଡ ଙ୍କୁ ସାକ୍ଷାତ କରି ଏକ ମାନ ପତ୍ର ପ୍ରଦାନ କରିବା ସହ ନନ୍ଦପୁର ଇତିହାସ କୁ ପୁଣି ପୁନର୍ଜୀବିତ କରିବାକୁ ଆଲୋଚନା କରିଥିଲେ l ତେବେ ଦେଖା ଯାଉ ରାଜ ପରିବାର ପକ୍ଷ ରୁ ହଜି ଯାଉଥିବା ସ୍ମୁତି କୁ ପୁଣି ଥରେ ଯୋଡ଼ି ତ୍ ପାଇ ରାଜ୍ୟ ପରବାର ପକ୍ଷରୁ ନନ୍ଦପୁର ପ୍ରଜା ଙ୍କ ମଧ୍ୟ ରେ ରହିଥିବା ସମ୍ପର୍କ ପୁଣି ଏକ ନୂଆ ରୂପ ଦେବା ନେଇ କି ପଦକ୍ଷାପ ନିଆଯାଉଛି ସେ ନେଇ ନନ୍ଦପୁର ବାସି ଙ୍କ ମଧ୍ୟ ଉତ୍କ୍ତକଣ୍ଠା ବଡିଛି l

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ