।। ସୁନାବେଡା ରେ ଭଳିବଳ ଟୁର୍ନାମେଣ୍ଟ ଉଦଯାପିତ ।।

Mar 28, 2023 - 04:38
 0  59
।। ସୁନାବେଡା ରେ ଭଳିବଳ ଟୁର୍ନାମେଣ୍ଟ ଉଦଯାପିତ ।।

ସୁନାବେଡ଼ା ପୌର ପରିଷଦ ଅନ୍ତର୍ଗତ ହାଲ ଭିତରେ ଆର୍ ଜୋନ ୟୁଥ୍ କ୍ଲବ୍ ତରଫରୁ ୟୁଥ୍ କପ -୨୦୨୩ ଭଲିବଲ ତୁଣ୍ଟାମେଣ୍ଟ ଉଦଘାଟିତ ହୋଇଯାଇଛି ।ଏହି ରତିକଳୀନ ଭଲିବଲ ଟୁର୍ଣ୍ଣାମେଣ୍ଟଟି ଗତ ୧୧ ତାରିଖ ଦିନ ସୁନାବେଡ଼ା ପୌର ପରିଷଦ ଅଧ୍ୟକ୍ଷ ଡ଼ଃ ରାଜେନ୍ଦ୍ର କୁମାର ପାତ୍ର ଉଦଘାଟନ କରିଥିଲେ। ଫାଇନାଲ ମ୍ୟାଚଟି ୨୫ ତାରିଖ ଦିନ ଉଦଯାପିତ କରାଗଲା ।ଏହି ଉଦଯାପିତ ଦିବସରେ ମୁଖ୍ୟ ଅତିଥି ରୂପେ କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ରଘୁରାମ ପଡ଼ାଲ , ଯୋଗଦେଇଥିଲେ ଏବଂ ସମ୍ମାନିତ ଅଥିତୀ ରୂପେ ସୁନାବେଡ଼ା ପୌର ପରିଷଦ ଅଧ୍ୟକ୍ଷ ଡ଼ଃ ରାଜେନ୍ଦ୍ର କୁମାର ପାତ୍ର, କୋରାପୁଟ ଜିଲ୍ଲା ପରିଷର ଅଧ୍ୟକ୍ଷା ସସଂମୀତା ମେଲେକା , କୋରାପୁଟ ପୌର ଅଧ୍ୟକ୍ଷ ଲଲାଟ ରଂଜନ ସେଠୀ , କୋରାପୁଟ ୩ୟ ବାଟାୟୀୟନ ସଭାପତି ଜୟରାମ ପୂଜାରୀ ଯୋଗଦେଇଥିଲେ ।ଅତିଥି ରୂପେ ଶ୍ରୀନବଘନ ଖିଲ, ଦଶମନ୍ତପୁର କଲେଜ ଅଧ୍ୟକ୍ଷ ତ୍ରିନାଥ ପାଟିକା, କୋରାପୁଟ ବିଜେଡି ମହିଳା ସଭାପତି ପାର୍ବତି ମସ୍ତି , ଅନ୍ ଦିଭାଇଡେଡ୍ କୋରାପୁଟ ଜିଲ୍ଲା ର ମହିଳା ବିଜେଡି ସଭାପତି ଇତା ରାୟ , ପାରିଷଦ ମନୋଜ ସୁନା, ରାମ ବେନିଆ, କୋରାପୁଟ ପୌର ପରିଷଦ ମହିଳା ବିଜେଡି ସଭାପତି ଦେବିଶ୍ରୀ ପ୍ରଧାନ, କୋରାପୁଟ ପୌର ପରିଷଦ କୁମାରୀ କାଡମ୍ୱିନୀ ସେଠୀ, କୋରାପୁଟ ମହିଳା ବିଜେଡି ଉପ ସମ୍ପାଦକ ଲିଲି ବୁରୁଡ଼ି, କୋରାପୁଟ ଜିଲ୍ଲା ବିଜେଡି ଯୁବ ସମ୍ପାଦକ ଅଶୋକ କୁମାର ପ୍ରଧାନ, ଦିଲୀପ କୁଲଦୀପ, ନରସିଂହ ବେଣିଆ, ଆନନ୍ଦ ମେଦଳି ପଟ୍ଟନାୟକ ଏବଂ ଅମିତ ଧଡକା ମଞ୍ଚରେ ଉପସ୍ଥିତ ଥିଲେ ।ଏହି ସତ୍ରିକାଳୀନ ଜିଲ୍ଲା ସ୍ତରୀୟ ଭଲିବଲ୍ ଟୁର୍ଣ୍ଣାମେଣ୍ଟରେ ମୋଟ ୨୪ ଗୋଟି ଦଳ ଅଂଶଗ୍ରହଣ କରିଥିଲେ ।ଫାଇନାଲ ମ୍ୟାଚରେ ମୀନାରାଓ କ୍ୟାମ୍ପ ଦଳ ସହ ନନ୍ଦପୁର ଦଳ ମଧ୍ୟରେ ଖେଳାଯାଇଥିଲା ।ଶେଷରେ ମୁଖ୍ୟ ଅତିଥି ଶ୍ରୀ ରଘୁରାମ ପଡ଼ାଲ ଚମ୍ପିୟାନ ମିନାରାଓ କ୍ୟାମ୍ପ ଦଳକୁ ୨୫ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରିଥିଲେ । ଏବଂ ନନ୍ଦପୁର ଦଳକୁ ୨୦ ହଜାର ଟଙ୍କା ସହ ଟ୍ରଫି ସମ୍ମାନୀୟ ଅତିଥି ମାନେ ପ୍ରଦାନ କରିଥିଲେ ।ଲାଲୁ କୁମାରଙ୍କ ମ୍ୟାନ ଅଫ୍ ଦି ମ୍ୟାଚ୍ , ବିପିନ କୁମାରଙ୍କୁ ଶ୍ରେଷ୍ଠ ଖେଳାଳୀ , ଦୁଶରା ଦଳକୁ ଶୃଙ୍ଖଳିତ ଦଳ ଏବଂ ଶ୍ରେଷ୍ଠ ନୀଟର ରୂପେ ପ୍ରଦୀପ କୁମାରଙ୍କୁ ପୁରସ୍କୃତ୍ କରାଯାଇଥିଲା ।ଏହି ଭଲିବଲ ଟର୍ଣ୍ଡା ମିଣ୍ଟରେ ସବୁପ୍ରକାର ସହଯୋଗ କରିବା ହେତୁ ସୁନାବେଡ଼ା ପୌର ପରିଷଦ ତଥା ଜିଲ୍ଲା ଯୋଜନା ବୋର୍ଡ଼ ସଦସ୍ୟ ରବୀନ୍ଦ୍ର କୁମାର ପ୍ରଧାନଙ୍କୁ ଆର୍ ଜୋନ ୟୁଥକ୍ଲବ ତରଫରୁ ସମ୍ବର୍ଦ୍ଧନା କରାଯାଇଥିଲା ।ଏହି ଖେଳରେ ସୁରେଶ ନାୟକ, ପ୍ରଶାନ୍ତ କୁଲଦୀପ, ଅମିତ ଟାକ୍ରୀ, ଦୀପୁ ବାଘ୍, ସଂଜୀବ ଖରା, ଶଙ୍କଦ ତୁରୁକ୍, ଅନିଲ ଖୋସଲା, ଲକି ଖିଲ, ନିରେନ୍ଦ୍ର କୁଲଦୀପ, ଶୁଭେନ୍ଦୁ ହିଆଲ, ପତି ଖରା, ରାମ ଖରା , ରତ୍ନା , ଶ୍ରୀଧର କୁମାର, ରାଜ କୁମାର କୁଲଦୀପ, ସୁରେନ୍ଦ୍ର କୁଲଦୀପ, ଅମର କଣ୍ଟା ଏବଂ ଦିଲୀପ ବାଡତ୍ୟା , ଆର୍ ଜୋନ ୟୁତ୍ କ୍ଲବର୍ ସଦସ୍ୟ ମାନେ ଖେଳ ପଡିଆରେ ଶାନ୍ତି ପୂର୍ଣ୍ଣ ଭାବେ ଖେଳ ପରିଚାଳନା କରିଥିଲେ । ଏହି ଖେଳକୁ ଉପଭୋଗ କରିବା ପାଇଁ କୋରାପୁଟ ଜିଲ୍ଲା ଆଖ ପାଖ ଅଞ୍ଚଳର ପାଖାପାଖି ପାଞ୍ଚ ହଜାର ଲୋକ ଉପସ୍ଥିତ ଥିଲେ।

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ