ଦେଶାତ୍ମ ବୋଧକ ଗୀତ ଗାଇ ଚର୍ଚ୍ଚାରେ କୋରାପୁଟ ର ଝିଅ କନକ ଖିଲ

Jan 25, 2025 - 19:46
 0  24
ଦେଶାତ୍ମ ବୋଧକ ଗୀତ ଗାଇ ଚର୍ଚ୍ଚାରେ କୋରାପୁଟ ର ଝିଅ କନକ ଖିଲ

କୋରାପୁଟ ଜିଲ୍ଲାର ମୋହନ ପୋଡା ଗ୍ରାମର ଝିଅ କନକ ଖିଲୋ ଜଣେ ଦେଶ ପ୍ରେମୀ,ପ୍ରଥମ ଥର ହିନ୍ଦୀ ଦେଶାତ୍ମ ବୋଧକ ଗୀତ "କେଶରିକା ରାଙ୍ଗ ସଜାଲୁଙ୍ଗି ମାତେ ଏ ମିଠୀ ତ ଯାନ ହେ" ଗାଇବା ପରେ କୋରାପୁଟିଆ ପରଜା ଓ ଡମ୍ବ ଭାଷାରେ ଗୀତଗାଇ ଚର୍ଚ୍ଚାରେ, ଛୋଟ ବେଳୁ ସେ ଗୀତ ଗାଇବା ସହିତ ଅନ୍ୟାନ ରୁଚି ପ୍ରତି ତାଙ୍କର ଆଗ୍ରହ ରହିଥିଲା. ସେ ଯେତେବେଳେ ଦଶମ ରେ ପଢୁଥିଲେ ପରିବାର ଲୋକେ ତାଙ୍କୁ ବିବାହ କରାଇ ଦେଇଥିଲେ. ବିବାହ ପରେ ଘର ସ୍ୱାମୀ ପରିବାର ଭିତରେ ସେ ଅବୋଧ ରହି ଯାଇଥିଲେ. ନିଜ ସ୍ୱାମୀଙ୍କ ସହଯୋଗ ରେ ସେ ଆଗକୁ ବଢିପାରିଛନ୍ତି. ପରିବାର ରୁ ସମୟ ବାହାରେ କରି ସେ ସେମିଲିଗୁଡା କଲେଜ ରେ ଉଚ୍ଚ ଶିକ୍ଷା ଅଧୟନ କରିସାରିଛନ୍ତି.ସେ କୋରାପୁଟ ଭଳି ଏକ ଆଦିବାସୀ ଜ଼ିଲ୍ଲାର ଝିଅ ଦେଶାତ୍ମକ ଗୀତ ନିଜେ ସ୍ୱର ଦେବା ସହ ଲେଖିବା ସହିତ ନିଜେ ଗାଇ ଥିବାରୁ କୋରାପୁଟ ବାସୀ ଙ୍କ ପ୍ରଶଂସା ର ସୁଅ ଛୁଟୁଛି. ଦେଶାତ୍ମକ ଗୀତରେ ମୁଗ୍ଧ ହଇ ବୋହୁ ସମାଜ ସେବୀ ମାନେ ଭିଭିନ୍ନ ମଞ୍ଚରେ ପୂର୍ବରୁ ତାଙ୍କୁ ସଂମାନିତ କରାଯାଇଛି, ଆଗାମୀ ଦିନରେ ଦେଶ ପାଇଁ ଏମିତି ସୁନ୍ଦର ଗୀତ ଲେଖିବା ସହିତ କୋରାପୁଟ ଜ଼ିଲ୍ଲାକୁ ଦେଶ ଦରବାର ରେ ଏକ ସ୍ୱତନ୍ତ୍ର ପରିଚୟ ଦେବା ପାଇଁ ତାଙ୍କର ଇଚ୍ଛା ଅଛି l ଆଗାମୀ ଜାନୁଆରୀ 26 ସାଧାରଣ ତନ୍ତ୍ର ଦିବସ ରେ ହିନ୍ଦୀ ଦେଶାତ୍ମକ ଗୀତ ପ୍ରକାଶ କରିଛନ୍ତି.କୋରାପୁଟ ଜ଼ିଲ୍ଲାରେ କନକ ଖିଲ ଭଳି ଅନେକ ପ୍ରତିଭା ରହିଛନ୍ତି. ରାଜ୍ୟ ସରକାର ହେଉ କିମ୍ଵା ଜ଼ିଲ୍ଲା ପ୍ରଶାସନ ତରଫରୁ ଭଲ ଷ୍ଟଡିଓ ଗୋଟେ କରାଗଲେ ଆଗାମୀ ଦିନରେ ଅନେକ ପ୍ରତିଭା ଲୋକ ଲୋଚନ କୁ ଆସିବେ ବୋଲି କନକ ପ୍ରକାଶ କରିଛନ୍ତି.ତାଙ୍କର ଇଚ୍ଛା ଜାହୀର କରଚନ୍ତି ଯେ ଦିଲ୍ଲୀ ଦରବାର ରେ ଯାଇ ଥରେ କୋରାପୁଟିଆ ଭାଷାରେ ଦେଶାତ୍ମ ବୋଧକ ଗୀତ ଗାଇବେ ।

କୋରାପୁଟ ରୁ ରୁପ ଖରାଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ