।। ଏଫ.ଏଲ.ଏନ. ରାଜ୍ୟ ପର୍ଯ୍ୟବେକ୍ଷକ ଙ୍କ ନୂଆପଡା ଗସ୍ତ ।।

ଆଜି ଏଫ.ଏଲ.ଏନ. ରାଜ୍ୟ ପର୍ଯ୍ୟବେକ୍ଷକ ଶ୍ରୀ ପ୍ରତିକ୍ଷ୍l ମିଶ୍ର ନୂଆପଡା ଗସ୍ତରେ ଆସି ନୂଆପଡା ବ୍ଲକର ବିଭିନ୍ନ ବିଦ୍ୟାଳୟର ଏଫ.ଏଲ.ଏନ. ଶ୍ରେଣୀ ଗୃହ ଏବଂ ଗଣିତ ଶିକ୍ଷକ କାର୍ଯ୍ୟକ୍ରମ ପରିଦର୍ଶନ କରିଛନ୍ତି l ଜ଼ିଲ୍ଲା ସାଧନା କେନ୍ଦ୍ର ନୂଆପଡାର ବରିଷ୍ଠ ଫେଂକେଲଟି ରୀନା ଦାସ, ଟିକେଶ୍ୱର ବରିହା, ବବିତା ଶବର, ସଦର ସି.ଆର.ସି.ସି ଜିତେନ୍ଦ୍ର ଖମାରି ଅଁଳlଯୁବା ସି.ଆର.ସି.ସି ଶରତ କୁମାର ପଣ୍ଡାଙ୍କ ସହିତ ସରକାରୀ ପ୍ରାଥମିକ ବିଦ୍ୟାଳୟ, ସିରତୋଲ ସରକାରୀ ଉପ୍ରା ବିଦ୍ୟାଳୟ, ଜୁନାନି ଉପ୍ରା ବିଦ୍ୟାଳୟ, ଅଁଳlଯୁବା ଶାସ୍ତ୍ରୀ ସରକାରୀ ଉପ୍ରା ବିଦ୍ୟାଳୟ ସାଇପଲା ପରିଦର୍ଶନ କରିଛନ୍ତି l ଆଜି ଏଫ.ଏଲ.ଏନ. ମୋଡେଲ ଶ୍ରେଣୀ ପରିଦର୍ଶନ ସଙ୍ଗେ ସଙ୍ଗେ ଏଫ.ଏଲ.ଏନ.ର ବ୍ୟବହାର ଶିକ୍ଷକ/ଶିକ୍ଷୟତ୍ରୀଙ୍କ ଶିକ୍ଷଣ କାର୍ଯ୍ୟ, ଲାଇବ୍ରେରୀ ର ବ୍ୟବହାର ଉପରେ ଗୁରୁତ୍ଵ ପ୍ରଦାନ ଏଫ.ଏଲ.ଏନ.ଡି ର ବ୍ୟବହାର ଲେସନ ଡ଼ାଇରୀ ଇତ୍ୟାଦି ଉପରେ ଗୁରୁତ୍ଵ ପ୍ରଦାନ କରିଥିଲେ l ମଲ୍ଟିକ୍ଲାସ୍ ଓ ମଲ୍ଟି ଗ୍ରେଡ଼ ଶିକ୍ଷ୍ୟଣ କାର୍ଯ୍ୟ ଦେଖି କାର୍ଯ୍ୟକୁ ପ୍ରସଂଶା କରିଥିଲେ l ଏଫ.ଏଲ.ଏନ. ଶ୍ରେଣୀ ଗୃହ ସାଜସଯ୍ୟା ରେ ଶିକ୍ଷକ ନିଜେ ଉପସ୍ଥିତ ରହି କାର୍ଯ୍ୟ କରିବାକୁ ସେ ସୂଚନା ଦେଇଛନ୍ତି l ଆସନ୍ତା କାଲି ରାଜ୍ୟର ସମସ୍ଥ ବିଦ୍ୟାଳୟ ଅର୍ଥାତ ତା 18.11.2023ଦିନ ହେବାକୁ ଥିବା ନୂଆପଡା ବ୍ଲକ ଅଁଳlଯୁବା କ୍ଲଷ୍ଟରେ ହେବାକୁ ଥିବା ପ୍ରଧାନଶିକ୍ଷକ ଓ ଏଫ.ଏଲ.ଏନ. ଶିକ୍ଷକ/ଶିକ୍ଷୟତ୍ରୀ ମାସିକ ସିୟରିଙ୍ଗ ବୈଠକ ଗୁର୍ଜିଭଟା ପ୍ରାଥମିକ ବିଦ୍ୟାଳୟରେ ନିଜେ ଯୋଗଦାନ କରିବାକୁ ସିଆରସିସି ଅଁଳlଯୁବା କୁ ସୂଚନା ପ୍ରଦାନ କରିଥିଲେ l ପରବର୍ତୀ ସମୟରେ ବ୍ଲକର ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରିବାର ସୂଚନା ମିଶ୍ର ମେଡ଼ାମ ପ୍ରଦାନ କରିବା ସଙ୍ଗେ ସଙ୍ଗେ ଏଫ.ଏଲ.ଏନ. ଶିକ୍ଷlକୁ ଆଗେଇ ନେବାକୁ କହିଥିଲେ l ଅଁଳlଯୁବାର କମ୍ୟୁନିଟି ସଦସ୍ୟ ତଥା ଡର୍ଲିମୁଣ୍ଡା ର ପୂର୍ବତନ ସରପଞ୍ଚ ଶ୍ରୀମତୀ ମାୟାବତୀ ଜଗତ ଙ୍କ ସହିତ ଏଫ.ଏଲ.ଏନ ସମ୍ବଧରେ ଆଲୋଚନା କରିଥିଲେ ଏବଂ ଅଁଳlଯୁବା ବିଦ୍ୟାଳୟ ଶିକ୍ଷl ଦାନରେ ସନ୍ତୋଷ ପବ୍ୟକ୍ତ କରିଥିଲେ l ଶାସ୍ତ୍ରୀ ସରକାରୀ ଉପ୍ରା ବିଦ୍ୟାଳୟ ର ଏଫ.ଏଲ.ଏନ ଶିକ୍ଷକ ଶ୍ରୀ ସୁବାସ ରଣା କହିଥିଲେ ଅଧିକାରୀ ଙ୍କ ବରଂ,ବାରମ୍ବାର ପରିଦର୍ଶନ ଓ ମାର୍ଗଦର୍ଶନ ଫଳରେ ଏଫ.ଏଲ.ଏନ ସଫଳ ହେବ ବୋଲି କହିଥିଲେ l ବରିଷ୍ଠ ଶିକ୍ଷକ ରମାକାନ୍ତ ମିଶ୍ର ଅଧିକାରୀଙ୍କ କ୍ଲଷ୍ଟର ଗସ୍ତ ଶିକ୍ଷାର ମନ ବୃଦ୍ଧି କରିଛୀ ବୋଲି କହିଥିଲେ l ସିରତୋଲ ପ୍ରାଥମିକ ଶିକ୍ଷୟତ୍ରୀ ଶ୍ରୀମତୀ ସୁଶୀଲ କେତକୀ ଏଫ.ଏଲ.ଏନ ପର୍ଯ୍ୟବେକ୍ଷକଙ୍କ ମାର୍ଗଦର୍ଶନ ଶିକ୍ଷଣ କାର୍ଯ୍ୟକୁ ପ୍ରେରଣା ପ୍ରଦାନ କରୁଛି ବୋଲି ମତ ବ୍ୟକ୍ତ କରିବା ସଙ୍ଗେ ସଙ୍ଗେ ନିଜ ସହ କର୍ମୀ ମାନଂକୁ ଉଚ୍ଚ ପ୍ରଶଂସା କରିଥିଲେ ।
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର
What's Your Reaction?






