।। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ରେ କେଦାରବ୍ରତ ପାଳନ କଲେ ମହିଳା ମାନେ ।।

ରାୟଗଡ଼ା- ଆଜି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଠାରେ କାର୍ତ୍ତିକ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ମହିଳା ମାନେ ଏକତ୍ରିତ ହୋଇ ବରପତ୍ର,ବରଫଳ,ବର ଓହଳ ,ବିଭିନ୍ନ ଫୁଲ,ବିଭିନ୍ନ ଫଳ,ପିଠାପଣା କରି ତୁଳସୀ ଚଉରା ମୂଳରେ ରୀତିନୀତି ଅନୁଯାୟୀ କେଦାରବ୍ରତ ପାଳନ କରିଥିବା ଦେଖିବାକୁ ମିଳିଛି। ଏହି ବ୍ରତଟିକୁ ବିବାହିତ ମହିଳା ମାନେ ସ୍ବାମୀଙ୍କର ଦିର୍ଘାୟୁ ,ଗୃହରେ ସୁଖସମୃଦ୍ଧି ବୃଦ୍ଧି,ସନ୍ତାନ ପ୍ରାପ୍ତି ପାଇଁ କରିଥାନ୍ତି ଓ ଅବିବାହିତ ମହିଳା ମାନେ ନିଜ ର ଭବିଷ୍ୟତ କାମନା କରିବା ସହ ବର ପ୍ରାପ୍ତି କରିବା ପାଇଁ ଏହି କେଦାରବ୍ରତ କରିବା ଦ୍ଵାରା ବିସ୍ଵାସ କରିଥିବା ମାନସିକ ଧାରିମାନେ ମାନସିକ ପୂରଣ ହୋଇଥାଏ ବୋଲି ମାନସିକ ଧାରିମାନେ ଏହି ପୂଜା କରନ୍ତି ।
ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ୧ମ ଖବର
What's Your Reaction?






