ନ୍ୟାସନାଲ ମହାବିଦ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ବାର୍ଷିକ:ଯୁବ ରେଡ଼କ୍ରସ କାର୍ଯ୍ୟକାରୀ ସମିତି ବୈଠକ ଅନୁଷ୍ଠିତ

Aug 19, 2025 - 21:48
 0  9
ନ୍ୟାସନାଲ ମହାବିଦ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ବାର୍ଷିକ:ଯୁବ ରେଡ଼କ୍ରସ କାର୍ଯ୍ୟକାରୀ ସମିତି ବୈଠକ ଅନୁଷ୍ଠିତ

ନୂଆପଡା ଜିଲ୍ଲା ନ୍ୟାସନାଲ ମହାବିଦ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ବାର୍ଷିକ ଯୁବ ରେଡ଼କ୍ରସ କାର୍ଯ୍ୟକାରୀ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି I ଏଥିରେ ଜିଲ୍ଲାର ସମସ୍ତ ସ୍ନାତକ ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ଯକ୍ଷ ଓ ଯୁବ ରେଡ଼କ୍ରସ ପରାମର୍ଶଦାତା ମାନେ ଯୋଗ ଦେଇଥିଲେ। ଜିଲ୍ଲା ଯୁବ ରେଡ଼କ୍ରସ ସଭାପତି ତଥା ମହାବିଦ୍ଯାଳୟ ଅଧ୍ଯକ୍ଷ ପ୍ରଫେସର ହିତେଶ କୁମାର ସାହୁ ଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ଯକ୍ରମରେ ନୂଆପଡ଼ା ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀଯୁକ୍ତ ମଧୁସୂଦନ ଦାସ ମୁଖ୍ୟଅତିଥି, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଏସ୍.କେ. ନାସିମ ,ଖଡ଼ିଆଳ ଆଦର୍ଶ ସ୍ନାତକ ମହାବିଦ୍ୟାଳୟର ଅଧ୍ଯକ୍ଷ ଡ଼ ଅକ୍ଷୟ କୁମାର ସାହୁ, ପ୍ପ୍ରଫେସର ବିଧାନ କୁମାର ମିଶ୍ର ପ୍ରମୁଖ ସମ୍ମନୀତ ଅତିଥି ଭାବେ ମଞ୍ଚାସୀନ ଥିଲେ । ଜିଲ୍ଲା ଯୁବ ରେଡ଼କ୍ରସ ଆବାହକ-ସଂପାଦକ ଶିବ ପ୍ରସାଦ ସା ସ୍ବାଗତ ଭାଷଣ ପ୍ରଦାନ ପୂର୍ବକ ଏ ବର୍ଷର ଯୋଜନା ଓ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରିଥିଲେ I ଜିଲ୍ଲା ସଂଯୋଜକ ଅଶ୍ବିନୀ ଓତା ଉଭୟ ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ତରରେ ଛାତ୍ରଛାତ୍ରୀଙ୍କ ଠାରୁ ଆଦାୟ ହେଉଥିବା ରେଡ଼କ୍ରସ ପାଉଣାର ସଦୁପଯୋଗ ସହ ରେଡକ୍ରସର ବିଭିନ୍ନ ସରକାରୀ ନିୟମ ଓ ସେବା ସଂପର୍କରେ ଆଲୋକପାତ କରିଥିଲେ । ଚଳିତ ବର୍ଷ ନିଜ ନିଜ ଶିକ୍ଷାନୁଷ୍ଠାନର ରେଡ଼କ୍ରସ ଶାଖା ମାନଙ୍କୁ ସକ୍ରିୟ ରଖିବା ସହିତ ବୃକ୍ଷରୋପଣ, ରକ୍ତଦାନ,ସ୍ବଚ୍ଛତା,ପ୍ଳାଷ୍ଟିକ୍ ମୁକ୍ତ ନୂଆପଡ଼ା ଗଠନ ପ୍ରଭୃତି କାର୍ଯ୍ୟକ୍ରମ କରିବା ପାଇଁ ପରାମର୍ଶଦାତା ମାନଙ୍କୁ ଅତିଥି ମାନେ ପରାମର୍ଶ ଦେଇଥିଲେ । ଅଧ୍ଯାପକ ବୈକୁଣ୍ଠ ବେହେରା ଉପସ୍ଥିତ ଅତିଥି ଓ ପରାମର୍ଶଦାତା ମାନଙ୍କୁ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।ଅଧ୍ଯାପକ ବୈଦ୍ଯନାଥ ଗଡ଼ ଅଧ୍ଯାପକ ଗୋପୀ ଗୋପାଳ ସୁନା, କ୍ରୀଡା ଶିକ୍ଷକ ପ୍ରକାଶ କୁମାର ସାହୁ,ସ୍ବେଚ୍ଛାସେବୀ ଲାବଣ୍ୟ ଖର୍ସେଲ,ବିକାଶ ରାଉତ, କ୍ରିଷ୍ଣା ଜାଲ, ଗୌତମ କୁମାର ସାହୁ, ପ୍ରମୁଖ ସହଯୋଗ କରିଥିଲେ ।

 ନୂଆପଦରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ