ବାଗଡିହିରେ ପରଶୁରାମ ଜନ୍ମୋତ୍ସବ ପାଳିତ

Apr 20, 2026 - 16:14
 0  10
ବାଗଡିହିରେ ପରଶୁରାମ ଜନ୍ମୋତ୍ସବ ପାଳିତ

କିର୍ମିରା: ୨୦/୦୪/୨୦୨୬ (ଫାଷ୍ଟ ନିଉଜ ଓଡ଼ିଶା) : ବାଗଡିହିରେ ଆଜି ଅକ୍ଷୟ ତୃତୀୟାର ପବିତ୍ର ଶୁଭ ଅବସରରେ ଭଗବାନ୍ ଶ୍ରୀ ପରଶୁରାମଙ୍କ ଜନ୍ମୋତ୍ସବ ଶ୍ରୀ ରାଧାକୃଷ୍ଣ ମନ୍ଦିରରେ ପାଳିତ ହୋଇଛି। ପ୍ରତିବର୍ଷର ପରମ୍ପରା ଅନୁଯାୟୀ ଏବେ ମଧ୍ୟ ବୈଶାଖ ସୁଦୀ ତୃତୀୟାରେ ବିଷ୍ଣୁଙ୍କ ଷଷ୍ଠ ଅବତାର ଏବଂ ପରମ ଶିବ ଭକ୍ତ ଭଗବାନ୍ ଶ୍ରୀ ପରଶୁରାମଙ୍କ ଜନ୍ମୋତ୍ସବ ପାଳିତ ହୋଇଥିଲା। ଏହି ଅବସରରେ ବିକେଳ ୪ଟାରେ ଭଗବାନ୍ ଶ୍ରୀ ପରଶୁରାମଙ୍କ ପୂଜା ଅର୍ଚ୍ଚନା କରାଯାଇଥିଲା। ରାତି ୭ଟା ୩୧ମିନିଟରୁ ସଙ୍ଗୀତମୟ ଶ୍ରୀ ସୁନ୍ଦରକାଣ୍ଡ ପାଠ ବିଶ୍ୱ କଲ୍ୟାଣ ନିମନ୍ତେ ପଣ୍ଡିତ ଅଜୟ କୁମାର ଶର୍ମାଙ୍କ ଦ୍ୱାରା କରାଯାଇଥିଲା। ଭଜନ-କୀର୍ତ୍ତନ ସହ ଆରତି କରାଯାଇ ପ୍ରସାଦ ବଣ୍ଟନ କରାଯାଇଥିଲା। ଏହି ଅବସରରେ ଗୌରୀଶଙ୍କର ଶର୍ମା, ରାମନିବାସ ଶର୍ମା, ରାଧେଶ୍ୟାମ ମିଶ୍ର, ଧର୍ମପାଳ ଶର୍ମା, ଛୋଟେଲାଲ ଶର୍ମା, ରାଜୁ ଶର୍ମା, ଗଙ୍ଗାଧର ରଥ, ନିଳକଣ୍ଠ ଶର୍ମା, ଅଶୋକ ଶର୍ମା, ବିଜୟ ଶର୍ମା, ଅରବିନ୍ଦ କୁମାର, ସଂସ୍କାର ଶର୍ମା, ଆୟୁଷ ଶର୍ମା, ପିୟୁଷ ଶର୍ମା, ଚଞ୍ଚଳ ଶର୍ମା, ବିଷ୍ଣୁ ଶର୍ମା, ପପ୍ପୁ ଶର୍ମା, ଶୁଭମ ଶର୍ମା, ପୁଷ୍ପା ଶର୍ମା, କୃଷ୍ଣା ଶର୍ମା, ମଞ୍ଜୁ ଶର୍ମା, ପ୍ରୀତି ଶର୍ମା, କୁସୁମ ଅଗ୍ରୱାଲ, ଆନନ୍ଦ ଅଗ୍ରୱାଲ, ଦିଲୀପ ଅଗ୍ରୱାଲ, ଅର୍ଜୁନ ଶାହ, ଅଭୟ ଶର୍ମା, ହିମାଂଶୁ ଶର୍ମା ସହିତ ଅନେକ ଭକ୍ତ ଉପସ୍ଥିତ ହୋଇ ପୂଜା ଅର୍ଚ୍ଚନା କରିଥିଲେ।

 କାର୍ମିରା ରୁ ଦେବାଶିଷ ସିଂହ ଠାକୁରଙ୍କରିପୋର୍ଟ ଫାଷ୍ଟ ନିଉଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ