ଉଦ୍ଧାର ଶାଗୁଣାକୁ ଚିଡିଆଖାନା ପଠାଗଲା
କୋଲାବିରା, ୨୧ ।୧ (ଫାଷ୍ଟ ନ୍ୟୁଜ ଓଡିଶା): ଅସୁସୁ ଶାଗୁଣାର ସ୍ବାସ୍ଥ୍ୟ ପରୀକ୍ଷା ପରେ ତାକୁ ସୁରକ୍ଷିତ ଭାବରେ କୋଲାବିରା ବନ ବିଭାଗ ପକ୍ଷରୁ ନନ୍ଦନକାନନ ଚିଡିଆଖାନାକୁ ପଠାଯାଇଛି । ଏବେ ଶାଗୁଣାଟି ସୁସ୍ଥ ଓ ସୁରକ୍ଷିତ ଥିବା ଜଣାପଡିଛି । କୋଲାବିରା ବନାଚଂଳ ଅଧୁନ କୁଲିହାମାଲ ଫଚାୟତ ଅନ୍ତର୍ଗତ ଧୁବେନ ବୁଡ ଗ୍ରାମ ଜଙ୍ଗଳରୁ ଏକ ବଡ ଶାଗୁଣା ଅସୁସ୍ଥ ଥିବାରୁ ଉଡିପାରୁନଥିବା ଅବସ୍ଥାରେ ଗ୍ରାମବାସୀ ଉଦ୍ଧାର କରି କୋଲାବିରା ବନ ବିଭାଗକୁ ହସ୍ତାନ୍ତର କରିଥିଲେ ହିମାଳୟ ଗ୍ରିଫନ୍ ପ୍ରଜାତିର ଲାଲ ତାଲିକାଭୁକ୍ତ ୬୦.୨ କିଲୋଗ୍ରାମ ଓଜନର ଶାଗୁଣାକୁ ବନ ବିଭାଗ ଦ୍ୱାରା ବ୍ଲକ ଭେଟେନାରୀ ଅଧିକାରୀଙ୍କ ମାଧ୍ୟମରେ ଉଦ୍ଧର ଶାଗୁଣାର ପ୍ରାଥମିକ ସ୍ବାସ୍ଥ୍ୟ ଯାଚ ପରେ ପୁନଃସ୍ଥାପିତ ପାଇଁ ନନ୍ଦନକାନକୁ ପଠାଯାଇଛି ଝାରସୁଗୁଡା ଡିଏଫଓ ଙ୍କ ତତ୍ତ୍ଵାଧାନରେ ଏହି କାର୍ଯ୍ୟରେ କୋଲାବିରା ବନାଚଂଲାଧୁକାରୀ ସୁଦାମ ଜଗଦଲା,ବନପାଳ ରମାକାନ୍ତ ନାଏକ ଆଶାରାନି ବେହେରା,ମାନସ ପଟେଲ,ବନରକ୍ଷୀ କନ୍ଦର୍ପ ସାହୁ ପ୍ରମୁଖ ସହଯୋଗ କରିଥିଲେ ।
କୋଲାବିରା ରୁ ସମିର କୁମାର ପଟେଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡିଶା
What's Your Reaction?
Like
3
Dislike
0
Love
0
Funny
0
Angry
1
Sad
0
Wow
0