ଠିକାଦାର ସଂଘର ସାଧାରଣ ବୈଠକ
ନୂଆପଡ଼ା : ସ୍ଥାନୀୟ ମଲ୍ଟି ପ୍ରପୋଜ ହଲରେ ନୂଆପଡା ବିଧାନସଭା ଅନ୍ତର୍ଗତ ସମସ୍ତ ବି ଓ ସି ଶ୍ରେଣୀର ଠିକାଦାର ସଞ୍ଜୟ ପୁରୋହିତଙ୍କ ଆୱାନ କ୍ରମେ ଏକତ୍ରିତ ହୋଇଥିଲେ | ନୂଆପଡା ବିଧାନସଭା ଅନ୍ତର୍ଗତ କୋମନା ବ୍ଲକ , ନୂଆପଡା ବ୍ଲକ ଓ ଖରିଆର ରୋଡ ଏନ. ଏ. ସି ର ସମସ୍ତ ବି ଓ ସି ଶ୍ରେଣୀର ଠିକାଦାର ଏକତ୍ରିତ ହୋଇ ଏକ ସାଧାରଣ ସଭା ଆୟୋଜିତ କରିଥିଲେ | ଏହି ସଭାରେ ନୂଆପଡା ବିଧାନସଭା ତଥା ଜିଲ୍ଲା ଜିଲ୍ଲା ବାହାର କୌଣସି ଠିକାଦାର ନୂଆପଡା ବିଧାନସଭାର ବି ଓ ସି ଶ୍ରେଣୀର କାମ ଗୁଡିକରେ ଅଂଶ ଗ୍ରହଣ କରିବେ ନାହିଁ ବୋଲି ବୈଠକ ରେ ନିଷ୍ପତ୍ତି ହୋଇଛି | ଏହି ନିଷ୍ପତ୍ତିକୁ କୌଣସି ଠିକାଦାର ଖିଲାଫ କଲେ ନୂଆପଡା ବି ଓ ସି ଶ୍ରେଣୀ ଠିକାଦାର ସଂଘ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ | ନୂଆପଡା ବିଧାନସଭାର ସମସ୍ତ ବି ଓ ସି ଶ୍ରେଣୀ ଠିକାଦାର ମଧ୍ୟ ବିଧାନସଭା ବାହାରେ କୌଣସି କାମ ରେ ଅଂଶ ଗ୍ରହଣ କରିବେ ନାହିଁ ବୋଲି ମଧ୍ୟ ଏହି ବୈଠକ ରେ ନିଷ୍ପତ୍ତି ହୋଇଛି | ଏହା ସହିତ ଆଗାମୀ ଟେଣ୍ଡର ଗୁଡିକରେ ଶତକଡା ୦. ୧୦ ଟଙ୍କାରେ ଭାଗ ନେବା ପାଇଁ ସର୍ବ ସମ୍ମତି କ୍ରମେ ଏହି ବୈଠକରେ ନିଷ୍ପତ୍ତି ହୋଇଥିଲା | ଠିକାଦାର ପ୍ରଦୀପ ସ୍ୱାଇଁ, ବବଲୁ ପାଢ଼ୀ, ମନମିତ ସିଂ ଗୁରୁଦତ୍ତା, ରାଜୀବ ହୋତା, ମାନସ ରଞ୍ଜନ ପାଢ଼ୀ, ସଲିଲ କୁମାର ପାଳ, ବଳବିନ୍ଦର ସିଂ ବେନ୍ସ, ରିଙ୍କୁ ବଗର୍ତ୍ତୀ, ସ୍ମୁତି ସମ୍ପଦ ପାଣିଗ୍ରାହୀ, ପ୍ରବୀଣ ଠାକୁର, ପିଣ୍ଟୁ ଠାକୁର, ନିରଜ ସିଂ ଠାକୁର, ଅନୁଜ ପାଢ଼ୀ, ଆକାଶ ପାଢ଼ୀ, ରାହୁଲ ଯାଦବ , କ୍ରିଷ୍ଣା ସାହୁ ପ୍ରମୁଖ ଉପସ୍ଥିତ ଥିଲେ |
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0