ଗୌନ୍ତିଆ ବିରଞ୍ଚି ପଟେଲଙ୍କ ପରଲୋକ

Feb 28, 2026 - 12:50
 0  33
ଗୌନ୍ତିଆ ବିରଞ୍ଚି ପଟେଲଙ୍କ ପରଲୋକ

କୋଲାବିରା, ୨୭ ।୨(ଫାଷ୍ଟ ନ୍ୟୁଜ ଓଡିଶା): ଅଞ୍ଚଳର ଟାଇମର ଭାବରେ ଜଣାଶୁଣା ସମାଜସେବୀ ତଥା ବେଲମୁଣ୍ଡା ଗୌନ୍ତିଆ ବିରଞ୍ଚି କୁମାର ପଟେଲଙ୍କ ପରଲୋକ ହୋଇଛି । ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ବିଲମ୍ବିତ ରାତିରେ ତାଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା | ମରଶରିରକୁ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଯିବା ପରେ ଗାଁ ଶ୍ମଶାନରେ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଥିଲା | ଭଉଣୀ ନିଲେନ୍ଦ୍ରୀ, ଦୁଇଝିଅ ସୀମା, ସୁମନ, ଭାଇ ଦୀଲିପ, କାଇଁ ଅନୁପ ଓ ସୁବ୍ରତ ପ୍ରମୁଖ ଉପସ୍ଥିତ ଥିଲେ I ପୁତୁରା ଅବିନାଶ ମୁଖାଗ୍ନୀ ଦେଇଥିଲେ | ବ୍ରଜରାଜନଗର ପୂର୍ବତନ ବିଧାୟିକା ଅଲକା ମହାନ୍ତି, ଯୁବନେତା ଦୁର୍ଗେଶ ମହାନ୍ତି, ଅଙ୍କୁ ମହାନ୍ତି, ଝାରସୁଗୁଡା ପୂର୍ବତନ ବିଧାୟିକା ଦିପାଳି ଦାସ, ଜିଲ୍ଲା ପରିଷଦ ସଭ୍ୟ ନୃପଲାଲ ପଶାୟତ, ତ୍ରୀନାଥ ଗୁଆଲ, ତାପସ ରାୟ ଚୌଧୁରୀ, ସିଆରାମ ଦାସ, ପଟୁ ଜୈନ, ଚମନ ଶର୍ମା, ବଣ୍ଟି ଶର୍ମା, ନବୀନ ଚନ୍ଦ୍ର ନାଏକ, ବୀରେନ୍ଦ୍ର କୁମାର ମହାପାତ୍ର ପ୍ରମୁଖ ତାଙ୍କର ଶେଷ ଦର୍ଶନ କରିବା ସହିତ ଶୋକ ପ୍ରକାଶ କରିଛନ୍ତି । ତାଙ୍କର ଆବର୍ତ୍ତମାନରେ ବିଜେଡି ଦଳରେ ଜଣେ ବରିଷ୍ଠ ମାର୍ଗଦର୍ଶକଙ୍କ ଶୂନ୍ୟସ୍ଥାନ ସୃଷ୍ଟି କରିଛି । ତାଙ୍କର ସମାଜସେବା, ସମୟାନୁବର୍ତ୍ତିତା ଓ ସାଧନା ଆଗାମୀ ପିଢି ପାଇଁ ସର୍ବଦା ପ୍ରେରଣାର ଉତ୍ସ ହୋଇରହିବ ବୋଲି ପୂର୍ବତନ ବିଧାୟିକା ସୁଶ୍ରୀ ଦିପାଳି ଦାସ ନିଜ ଶୋକବାର୍ତ୍ତାରେ କହିଛନ୍ତି।

କୋଲବିରା ରୁ ସମୀର କୁମାର ପଟେଲଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡିଶା

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ