ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କ ଯୌନ ଉତ୍ପୀଡ଼ନ ନିରାକରଣ ଆଇନ ସମ୍ବନ୍ଧୀୟ ସଚେତନତା ଶିବିର

Apr 21, 2026 - 05:55
 0  3
ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କ  ଯୌନ ଉତ୍ପୀଡ଼ନ ନିରାକରଣ ଆଇନ ସମ୍ବନ୍ଧୀୟ ସଚେତନତା ଶିବିର

ନୂଆପଡ଼ା : ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ମୁଣ୍ଡାପଲା ସ୍ଥିତ ପଞ୍ଚାୟତ ଉଚ୍ଚବିଦ୍ୟାଳୟରେ କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କ ଯୌନ ଉତ୍ପୀଡ଼ନ ନିରାକରଣ ଆଇନ, ଅନୁସୂଚିତ ଜାତି ଓ ଜନଜାତି (ଅତ୍ୟାଚାର ନିରାକରଣ) ଆଇନ ଏବଂ ଶଶି ଓରଫ ଶାହି ଚିକନା ବିବେକାନନ୍ଦ ଯୁମାନୀ ବନାମ ମହାରାଷ୍ଟ୍ର ରାଜ୍ୟ ( ଏସ.ଏଲ୍.ପି. ୧୨୬୯୦/୨୦୨୫) ସମ୍ବନ୍ଧରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ, ଲଖନା ଥାନା ଭାରପ୍ରାପ୍ତ ଅଧିକାରୀ ରଞ୍ଜନ କୁମାର ନାୟକ, ସି.ଆର.ସି.ସି. ଲଖନା ସୁଧୀର ନନ୍ଦ, ମୁଣ୍ଡପଲା ସରପଞ୍ଚ ରଜନୀ ମାଝୀ, ପି.ଇ.ଓ ଲଳିତ କୁମାର ସାହୁ, ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ତପନ କୁମାର ବହିଦାର, ବିଦ୍ୟାଳୟର ଶିକ୍ଷକଗଣ, ଛାତ୍ରଛାତ୍ରୀ ଏବଂ ପ୍ରାଧିକରଣର ଅଧିକାର ମିତ୍ର ଅଜୀମ ଅଲ୍ଲୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କ ଯୌନ ଉତ୍ପୀଡ଼ନ ନିରାକରଣ ଆଇନ, ଅନୁସୂଚିତ ଜାତି ଓ ଜନଜାତି (ଅତ୍ୟାଚାର ନିରାକରଣ) ଆଇନ ଏବଂ ଶଶି ଓରଫ ଶାହୀ ଚିକନା ବିବେକାନନ୍ଦ ବିଷୟରେ ବିସ୍ତୃତ ଧାରଣା ଦେଇଥିଲେ । କାର୍ଯକ୍ରମ ଶେଷରେ ଏକ ପ୍ଲାଷ୍ଟିକ ଆବର୍ଜନା ସଫେଇ ଅଭିଯାନ ମୁଣ୍ଡାପଲା ଗ୍ରାମରେ ଆୟୋଜନ କରାଯାଇ ପ୍ରାୟ ୧୨ କେଜି ପ୍ଲାଷ୍ଟିକ ଆବର୍ଜନା ସଫା କରାଯାଇଥିଲା ।

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ