ସେମିଳିଗୁଡା ମହାବିଦ୍ୟାଳୟରେ : ଅପରେସନ୍ ଦୁର୍ଗା ନାରୀ ସୁରକ୍ଷା ସଚେତନ ଶିବିର ଆୟୋଜିତ

Aug 16, 2025 - 22:50
 0  16
ସେମିଳିଗୁଡା ମହାବିଦ୍ୟାଳୟରେ : ଅପରେସନ୍ ଦୁର୍ଗା  ନାରୀ ସୁରକ୍ଷା ସଚେତନ ଶିବିର ଆୟୋଜିତ

ସେମିଳିଗୁଡା ତା:-୧୬/୦୮/୨୫ (ଫାଷ୍ଟ୍ ନ୍ୟୁଜ୍ ଓଡ଼ିଶା) ସେମିଳିଗୁଡା ମହାବିଦ୍ୟାଳୟ ରେ 'ଅପରେସନ ଦୁର୍ଗା' : ନାରୀ ସୁରକ୍ଷା ସଚେତନ ଶିବିର ଆୟୋଜିତ ହୋଇ ଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ଝାନ୍ ସୀ ସିଂହଙ୍କ ଅଧ୍ୟକ୍ଷତାରେ ଏହି ସଭାକାର୍ଯ୍ୟ ପରିଚାଳିତ ହୋଇଥିଲା। ଟିମ ଲିଡର ନିରଞ୍ଜନ ପୋଡ଼ଙ୍କ ନେତୃତ୍ୱରେ ରେଞ୍ଜର, ରୋଭରଙ୍କ ଦ୍ଵାରା ଅତିଥି ଗଣଙ୍କୁ ସ୍ବାଗତ କରାଯାଇଥିଲା । ଅଧ୍ୟାପିକା ରୋନାଲି ନାୟକଙ୍କ ଦ୍ଵାରା ସ୍ଵାଗତ ଭାଷଣ ଓ ଅତିଥି ପରିଚୟ ଦେବାପରେ ବିନୋଦ ଲେଙ୍କାଙ୍କ ଦ୍ଵାରା ମତୃବନ୍ଦନା ଗାନ କରାଯାଇ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା। ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା କୋରାପୁଟର ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ (Additional SP) Smt. ମନୋବ୍ରତା ଶତପଥୀ ପ୍ରଗତିଶୀଳ ସମାଜରେ ନାରୀର ଗୁରୁତ୍ଵ, ପରିବାର ଓ କର୍ମକ୍ଷେତ୍ରରେ ନାରୀର ସୁରକ୍ଷା, ଝିଅମାନଙ୍କ ପ୍ରତି ହେଉଥିବା ଅପରାଧିକ କାର୍ଯ୍ୟ, ବିଭିନ୍ନ ପ୍ରକାରର ସାଇବର କ୍ରାଇମ୍ ସମ୍ପର୍କରେ ସଚେତନ ବାର୍ତ୍ତା ଦେଇଥିଲେ। ତତ୍ସହ ଯେ କୌଣସି ପରିସ୍ଥିତି ରେ ଆତ୍ମହତ୍ୟା ପରି ଘୃଣିତ ନିଷ୍ପତିକୁ ଗ୍ରହଣ ନକରି ସମସ୍ୟାକୁ ସାହସର ସହିତ ସମ୍ମୁଖୀନ ହେବାକୁ ମତ ଉପସ୍ଥାପନ କରିଥିଲେ। ଅନ୍ୟତମ ଅତିଥି ଭାବରେ ଯୋଗଦେଇଥିବା କୋରାପୁଟ ଜିଲ୍ଲାର ଆରକ୍ଷୀ ଅଧିକ୍ଷକ କାର୍ଯ୍ୟଳୟର କାଉନସିଲର ଋତୁପର୍ଣ୍ଣା ପଟ୍ଟନାୟକ ଲିଙ୍ଗଗତ ସାମ୍ୟତା ସମ୍ପର୍କରେ ମତବ୍ୟକ୍ତ କରିବା ସହ ପାୱାର ପଏଣ୍ଟ ପ୍ରେସେଣ୍ଟଟେନ୍ସନ ମାଧ୍ୟମରେ ମହିଳାମାନଙ୍କ ପ୍ରତି ହେଉଥିବା ବିଭିନ୍ନ ପ୍ରକାରର ଅଶାଳୀନ ଇଙ୍ଗିତକୁ ଦର୍ଶାଇଥିଲେ। ସୁନାବେଡ଼ା ଥାନାର ଆଇ.ଆଇ.ସି ଶ୍ରୀମତୀ ସୁଷମା କହଁର ମଧ୍ୟ ସାଇବର କ୍ରାଇମ୍, ଏପକେକ ଫାଇଲର ଅପବ୍ୟବହାରକୁ ଦର୍ଶାଇବା ସହ ନାରୀ ସର୍ବଦା ସଚେତନ ରହିବାକୁ ଉପଦେଶ ଦେଇଥିଲେ। ଏହି କାର୍ଯ୍ୟକ୍ରମ ASI ଜ୍ୟୋସ୍ନା ରାଣୀ ମିଶ୍ର ମଧ୍ୟ ଉପସ୍ଥିତ ଥିଲେ। ବରିଷ୍ଠ ଅଧ୍ୟାପକ ଦେବରାଜ ନାୟକ, ହରପ୍ରସାଦ ପତି, ସୁରେଶ ପାଇକରାୟ, ପ୍ରେମାନନ୍ଦ ରାଉତ, ଅଲେଖ ପ୍ରସାଦ ପଣ୍ଡା, ଡ. ପ୍ରୀତିସ ବେହେରା, ଅସିତ୍ କୁମାର ମିଶ୍ର, ଅମିତ ଦାସ, ଜୋସ୍ନା ଦାସ, ରିଶବିତା ଖୋସଲା, ଦିଗେଶ୍ୱରୀ ଶିଖା, ବବିତା ମିଶ୍ର, ସୁମିତ୍ରା ଗିରି, ପୂର୍ଣ୍ଣିମା ଗିରି, ସଂଗୀତା ଦାସ, ହରେକୃଷ୍ଣ ସାହୁ ବିନୋଦ ଲେଙ୍କା, ବିନୟ ପଣ୍ଡା, ମଧୁସ୍ମିତା ମହାରଣା, ମନିଷା ବେହେରା, ପିଙ୍କୀ ଜୈନ, ଆରତୀ ପ୍ରଧାନ, ରଶ୍ମିତା ସାହୁ ରୋନାଲି ନାୟକ, ଅମିଶା ପାଢ଼ୀ ପ୍ରମୁଖ ସଚେତନ ଶିବିରରେ ଉପସ୍ଥିତିଥିଲେ। ଅଧ୍ୟାପିକା ଦେବଲିନା ସାହା ଧନ୍ୟବାଦ ଦେଇ ସଭାକାର୍ଯ୍ୟକୁ ସମାପ୍ତ କରିଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ