ଶିକ୍ଷା ବିଭାଗର ଜିଲ୍ଲାସ୍ତରୀୟ ଦଳର ଓଡ଼ିଆ ଭାଷା ଶିକ୍ଷା ଅନୁଧ୍ୟାନ

Aug 21, 2025 - 09:18
 0  10
ଶିକ୍ଷା ବିଭାଗର ଜିଲ୍ଲାସ୍ତରୀୟ ଦଳର  ଓଡ଼ିଆ ଭାଷା ଶିକ୍ଷା ଅନୁଧ୍ୟାନ

ଓଡ଼ିଶା ସରକାରଙ୍କ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ତରଫରୁ ପଡୋଶୀ ରାଜ୍ୟ ଛତିଶଗଡ଼ ଅନ୍ତର୍ଗତ ଦେଓଭୋଗ ଓ ମେନପୁର ବ୍ଲକର ସ୍କୁଲ ମାନଙ୍କରେ ଅଧ୍ୟାପନାରତ ଓଡ଼ିଆ ଶିକ୍ଷକ ଏବଂ ଓଡ଼ିଆ ପଢ଼ୁଥିବା ଛାତ୍ରଛାତ୍ରୀ ମଧ୍ୟରେ ଭାଷା ଶିକ୍ଷା କୁ ଅନୁଧ୍ୟାନ କରିବା ପାଇଁ ନୂଆପଡ଼ା ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ଏକ କ୍ଷେତ୍ରୀୟ ଦଳ ଗସ୍ତ କରିଥିଲେ। ଉକ୍ତ ଦଳ ପ୍ରଥମ ଦିନରେ ଦେଓଭୋଗ ବ୍ଲକର ୭ ଗୋଟି ସ୍କୁଲ ପରିଦର୍ଶନ କରିଥିଲେ। ଓଡ଼ିଆ ଭାଷା କହୁଥିବା ଓ ଓଡ଼ିଆ ଭାଷାକୁ ସମ୍ମାନ ପ୍ରଦର୍ଶନ କରୁଥିବା ଅଭିଭାବକ/ଅଭିଭାବିକା /ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଦଳର ସଦସ୍ୟମାନେ ଭାବ ବିନିମୟ କରି ଓଡ଼ିଆ ଭାଷା ପ୍ରତି ଆଗ୍ରହ ସୃଷ୍ଟି କରାଇ ଥିଲେ। ଓଡ଼ିଶା ସରକାରଙ୍କ ପ୍ରାଥମିକ ନିର୍ଦ୍ଦେଶକଙ୍କ ଯାଞ୍ଚ ସୂଚୀ ଅନୁଯାୟୀ ଅଧ୍ୟୟନ ଓ ଅଧ୍ୟାପନାରତ ଶିକ୍ଷକ ଏବଂ ଛାତ୍ରଛାତ୍ରୀମାନଙ୍କୁ ତଦାରଖ କରିବା ସହିତ ଓଡ଼ିଆ ଭାଷା ଶିକ୍ଷାର ସ୍ଥିତି ଅନୁଧ୍ୟାନ କରିଥିଲେ। ଗରିଆ ବନ୍ଧ ଜିଲ୍ଲା ଅନ୍ତର୍ଗତ ଦେଓଭୋଗ ବ୍ଲକର ବିଭିନ୍ନ ଗ୍ରାମବାସୀଙ୍କ ସହିତ ମଧ୍ୟ ଉକ୍ତ ଦଳ ଆଲୋଚନା କରିଥିଲେ ଏବଂ ସ୍ଥାନୀୟ ଲୋକ ବର୍ତ୍ତମାନ ପର୍ଯ୍ୟନ୍ତ ଓଡ଼ିଆ ଭାଷାରେ କଥାବାର୍ତ୍ତା କରୁଥିବା ପରିଲକ୍ଷିତ କରିଥିଲେ। ଓଡ଼ିଆ ଭାଷାକୁ ଆହୁରି ସୁଦୃଢ଼ କରିବା ପାଇଁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଯାଞ୍ଚ ଦଳ ସୂଚନା ଦେଇଥିଲେ। ଉକ୍ତ ଅନୁଧ୍ୟାନ ଦଳ ନୂଆପଡ଼ା ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ଡ଼ଃ ରେଶମଲାଲ ନାଏକ ଙ୍କ ନେତୃତ୍ବରେ ଗସ୍ତ କରିଥିବା ବେଳେ ଦଳରେ ସିନାପାଲି ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଯତୀନ୍ଦ୍ର କୁମାର ସେଠ୍, ଉତ୍କଳ ସମ୍ମିଳନୀ ନୂଆପଡ଼ା ଜିଲ୍ଲା‌ଶାଖା ସଭାପତି ଡ଼ଃ ସୁଶାନ୍ତ କୁମାର ବିଶି ଓ ସମ୍ମିଳନୀ ଇସି ମେମ୍ବର ଦିଲ୍ଲୀପ କୁମାର ନାଏକ‌ ପ୍ରମୁଖ ଥିଲେ।

 ନୂଆପଡାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ