ମୋଟର ଚୋରୀ ଅଭିଯୋଗରେ ୬ ଅଭିଯୁକ୍ତ ଗିରଫ

Aug 14, 2025 - 22:02
 0  84
ମୋଟର ଚୋରୀ ଅଭିଯୋଗରେ ୬ ଅଭିଯୁକ୍ତ ଗିରଫ

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୧୩.୦୮.୨୦୨୫ ରିଖ: ତେନ୍ତୁଳିଖୁଣ୍ଟି, ଗତ ତା: ୧୦.୦୮.୨୦୨୫ ରିଖ: ଦିନ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଦହଣା ଗ୍ରାମର ମହେନ୍ଦ୍ର ନାଥ ତ୍ରିପାଠୀ ନାମକ ଜଣେ ବ୍ୟକ୍ତି ମୋଟର ଚୋରୀ ହୋଇଥିବା ନେଇ ତେନ୍ତୁଳୀଖୁଣ୍ଟି ଥାନାରେ ଏକ ଅଭିଯୋଗ କରିବା ପରେ ଏସଡିପିଓ କୃଷ୍ଣଚନ୍ଦ୍ର ଭତରାଙ୍କ ନିର୍ଦେଶ କ୍ରମେ ତେନ୍ତୁଳୀଖୁଣ୍ଟି ଥାନା ଅଧିକାରୀ ପ୍ରବଣ କୁମାର ଟୁଡୁ ଏକ ଟିମ ଗଠନ କରି ଏସଆଇ ମହେଶ୍ୱର କିର୍ଷାନୀ ଙ୍କୁ ତଦନ୍ତ କରିବା ଦାୟିତ୍ୱ ଦେଇଥିଲେ ! ଏନେଇ ତେନ୍ତୁଳୀଖୁଣ୍ଟି ଥାନାରେ କେସ ନମ୍ବର ୧୭୭/୨୫ ରେ ଏକ ମାମଲା ରୁଜୁ ହୋଇଥିଲା !ଏସଆଇ ମହେଶ୍ୱର କିର୍ଷାନୀଙ୍କ ନେତୃତ୍ୱରେ ପୋଲିସ ଟିମ ଘଟଣାର ତଦନ୍ତ କରି ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ସୂଚନା ମିଲିଛି ! ଅଭିଯୁକ୍ତମାନେ ହେଲେ ବସନ୍ତ ହରିଜନ ( ୨୯ ) ପିତା ଧନ ହରିଜନ, ଗ୍ରାମ ଏକମ୍ବା, ଥାନା ନବରଙ୍ଗପୁର,ଆକାଶ ହରିଜନ ( ୨୨ ) ପିତା ରମେଶ ହରିଜନ,ବେନ୍ୟା କୁମାର ସୁନା ( ୨୦ ) ପିତା ବାଞ୍ଛାନିଧି ସୁନା,ମହେଶ୍ୱର ହରିଜନ ( ୨୬ ) ପିତା ଈଶ୍ୱର ହରିଜନ, ଅଣ୍ଟାସର ଗ୍ରାମ ଥାନା ତେନ୍ତୁଳୀଖୁଣ୍ଟି ନିକୁଞ୍ଜ ବିହାରୀ ଟାକ୍ରୀ ( ୨୫ ) ପିତା ଟଙ୍କଧର ଟାକ୍ରୀ, ଶ୍ରୀକାନ୍ତ କର୍କରା ( ୨୨ ) ପିତା ସୁଭାଷ କର୍କରା, ଗ୍ରାମ ଆଉଁଲିଗୁମା ଓ ଥାନା ଖାତିଗୁଡା ! ଉପରୋକ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରି ଏମାନଙ୍କ ଠାରୁ ୬ ଗୋଟି ପାଣି ପମ୍ପ ପୋଲିସ ଉଦ୍ଧାର କରିଥିବା ସୂଚନା ମିଲିଛି ! ଏନେଇ ତେନ୍ତୁଳୀଖୁଣ୍ଟି ଥାନାରେ କେସ ନଂ ୟୁ /ଏସ ୩୨୯ ( ୩ ) /୩୦୩ ଭାରତୀୟ ଆଇନ ସହାୟତାରେ ଏକ ମାମଲା ରୁଜୁ କରାଯାଇ ୬ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ପ୍ରବଣ କୁମାର ଟୁଡୁ ସୂଚନା ଦେଇଛନ୍ତି !

 ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ