।। ସ୍ବାମୀଙ୍କ ମୃତ୍ୟୁକୁ ବିତିଛି ୪୦ ବର୍ଷ ବିଧବା ବୃଦ୍ଧା ବୁଧବାରୀଙ୍କୁ କେବେ ମିଳିବ ଭତ୍ତା ।।

Nov 27, 2023 - 16:53
 0  14
।। ସ୍ବାମୀଙ୍କ ମୃତ୍ୟୁକୁ ବିତିଛି ୪୦ ବର୍ଷ ବିଧବା ବୃଦ୍ଧା ବୁଧବାରୀଙ୍କୁ କେବେ ମିଳିବ ଭତ୍ତା ।।

 ଅସହାୟ ଲୋକଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରାଯିବା ଲକ୍ଷ୍ୟ ନେଇ ସରକାର ସାମାଜିକ ସୁରକ୍ଷା ଯୋଜନା ନାମରେ ଏକ ଯୋଜନା କାର୍ଯ୍ୟକାରୀ କରିଛନ୍ତି।ବୃଦ୍ଧ,ବୃଦ୍ଧା,ଭିନ୍ନକ୍ଷମ ଏବଂ ବିଧବା ମହିଳା ମାନଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରି ସହାୟତା ପ୍ରଦାନ କରିବା ହେଉଛି ଏହି ଯୋଜନାର ମୂଳ ଉଦ୍ଦେଶ୍ୟ।ହେଲେ ବାସ୍ତବରେ ସରକାରଙ୍କ ଏସବୁ ଯୋଜନା ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚୁଛି ନା ନାହିଁ ଏଥିରେ କୌଣସି ଜନପ୍ରତିନିଧି ଏବଂ ପ୍ରଶାସନିକ ଅଧିକାରୀ ମାନଙ୍କ ଦୃଷ୍ଟି ନାହିଁ।କେହି କେହି ସ୍ବାମୀଙ୍କୁ ହରାଇ ଅସହାୟ ଅବସ୍ଥାରେ ରହୁଥିବା ବେଳେ ଅନେକ ବୃଦ୍ଧ ବୃଦ୍ଧା ପରିଣିତ ବୟସର ଦୁର୍ଦ୍ଦଶା ମଧ୍ୟରେ ଏଇ ଭତ୍ତା ଖଣ୍ଡିକର ଆଶ୍ରା ଖୋଜିଖୋଜି ଦୁନିଆ ଛାଡି ଚାଲିଯାଉଛନ୍ତି।ଏଠାରେ ମୂଲ୍ୟ ହୀନ ହୋଇପଡେ ସରକାରଙ୍କ ଯୋଜନା ସବୁ।ସମାଜର ସେଇ ଅବହେଳିତ ଅସହାୟଙ୍କ ପ୍ରତି ପ୍ରଶାସନର ଅବହେଳା ହିଁ ଏଥିପାଇଁ ଦାୟୀ। କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଥୁଆମୁଳ ରାମପୁର ବ୍ଲକର ବିରିକୋଟ ଗ୍ରାମ ପଞ୍ଚାୟତ ଅଧିନ ସୁକସାନ ଗ୍ରାମର ବିଧବା ବୃଦ୍ଧା ବୁଧବାରୀ ମାଝୀ ହେଉଛନ୍ତି ଏମିତି ଏକ ଉଦାହରଣ।ଭୋଟର ପରିଚୟ ପତ୍ରରେ ପ୍ରଦତ୍ତ ବୟସ ଅନୁସାରେ ବୟସ ୫୯ ବର୍ଷ ରହିଥିବା ବେଳେ ଆନୁମାନିକ ବୟସ ୬୫ ବର୍ଷରୁ ଉର୍ଦ୍ଧ୍ବ।ନିଜର ସ୍ବାମୀ ରଇବାରୁ ମାଝୀଙ୍କୁ ହରାଇ ପ୍ରାୟ ୪୦ ବର୍ଷ ହୋଇ ସାରିଥିବା ବେଳେ ନିଜର ପରିବାର କହିଲେ ବୁଧବାରୀଙ୍କ ଆଉ କେହି ନଥିବା ଗ୍ରାମବାସୀ ମତ ପ୍ରକାଶ କରିଛନ୍ତି।ନିଜ ସାନ ଭଉଣୀ ଜ୍ବାଇଁ ପାଖରେ ଅସହାୟ ଅବସ୍ଥାରେ ରହିଆସୁଛନ୍ତି ବୁଧବାରୀ।ସାମାଜିକ ସୁରକ୍ଷା ଯୋଜନାରୁ ଭତ୍ତା ଖଣ୍ଡିକ ପାଇଁ ସରପଞ୍ଚ, ଓ୍ବାର୍ଡ ମେମ୍ବର ଠାରୁ ଆରମ୍ଭ କରି ଅନେକ ପ୍ରଶାସନିକ ଅଧିକାରୀ ତଥା କର୍ମଚାରୀ ମାନଙ୍କୁ ଜଣାଇଥିଲେ ମଧ୍ୟ କେହି ଶୁଣିନଥିବା କଥା ପ୍ରକାଶ କରିଛନ୍ତି ବୁଧବାରୀ।ସ୍ବାମୀଙ୍କ ମୃତ୍ୟୁର ୪୦ ବର୍ଷ ବିତିସାରିଛି ହେଲେ ଆଜି ଯାଏଁ ବିଧବା ଭତ୍ତା ଖଣ୍ଡିକ ମିଳୁନଥିବା ବିଡମ୍ବନାର ବିଷୟ।ବ୍ଲକ ତଥା ଜିଲ୍ଲା ପ୍ରଶାସନ ଏହି ଅସହାୟ ବିଧବା ବୃଦ୍ଧା ବୁଧବାରୀଙ୍କୁ ଯଥାଶୀଘ୍ର ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରି ଭତ୍ତା ପ୍ରଦାନ କରନ୍ତୁ ବୋଲି ସାଧାରଣରେ ଦାବି ହେଉଥିବା ବେଳେ ପ୍ରଶାସନ କେବେ ବୁଧବାରୀ ଦୁଃଖ ଶୁଣିବେ ତାହା ଦେଖିବା ବାକି ରହିଲା।

କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକ ଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ