ଗଞ୍ଜାମ ଜିଲ୍ଲା ତରଫ ରୁ ବିଶ୍ୱ ହିନ୍ଦୁ ପରିଷଦର ସ୍ଥାପନ ଦିବସ ଏବଂ ସ୍ୱାମୀ ଲକ୍ଷ୍ମଣାନନ୍ଦ ସ୍ୱରସ୍ବତୀଙ୍କ ବଳିଦାନ ଦିବସ ପାଳିତ

Aug 20, 2025 - 04:54
 0  66
ଗଞ୍ଜାମ ଜିଲ୍ଲା ତରଫ ରୁ ବିଶ୍ୱ ହିନ୍ଦୁ ପରିଷଦର  ସ୍ଥାପନ ଦିବସ ଏବଂ ସ୍ୱାମୀ ଲକ୍ଷ୍ମଣାନନ୍ଦ ସ୍ୱରସ୍ବତୀଙ୍କ ବଳିଦାନ ଦିବସ ପାଳିତ

ଆଜି ତା ୧୯,୦୮,୨୦୨୫ରିଖ ମଙ୍ଗଳବାର ଦିନ ବିଜିପୁର ଜଗନ୍ନାଥ ପ୍ରଖଣ୍ଡ ରେ ,ବିଶ୍ବହିନ୍ଦୁ ପରିଷଦ ଗଞ୍ଜାମ ଜିଲ୍ଲା ତରଫରୁ ,ପରିଷଦ ର ସ୍ଥାପନ ଦିବସ,ପାଳନ କରାଯାଇଥିଲା, ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ଙ୍କର ବଳିଦାନ ଦିବସ ,ସହ, ଜନ୍ମାଷ୍ଟମୀ ର ମହତ୍ୱ ବିଷୟରେ ଆଲୋଚନା କରାଯାଇଥିଲା, ଏହି କାର୍ଯ୍ୟ କ୍ରମ ରେ, ସ୍ଵାମୀ ଅଖିଳାନନ୍ଦ ତିର୍ଥ, ସ୍ବାମୀ ହରିସରଣାନନ୍ଦ ସ୍ବରସ୍ବତୀ, ବିଶ୍ବ ହିନ୍ଦୁ ପରିଷଦ ସଭାପତି ଶ୍ରୀଯୁକ୍ତ ଅଜିତ କୁମାର ମହାପାତ୍ର, ବିଶ୍ବହିନ୍ଦୁ ପରିଷଦ ପ୍ରାନ୍ତ ସହ ସମ୍ପାଦକ, ଡଃ ଅରୁଣ କୁମାର ପାଢ଼ୀ, ଜିଲ୍ଲା ସମ୍ପାଦକ ଶ୍ରୀ ଜି, ଶ୍ରୀ ନିବାସ ଆଚାରୀ, ମହାନଗର ସଭାପତି ଶ୍ରୀଯୁକ୍ତ ଡଃ ସମେରେଦ୍ର ସାହୁ ଏବଂ ଜଗନ୍ନାଥ ପ୍ରଖଣ୍ଡ ର ସଭାପତି ଶ୍ରୀଯୁକ୍ତ ରଞ୍ଜିତ କୁମାର ପାତ୍ର,ମଞ୍ଚାସିନଥିଲେ, ଅନ୍ୟମାନଙ୍କ ମଧ୍ୟରେ, ଜିଲ୍ଲା ମିଳନ କେନ୍ଦ୍ର ପ୍ରମୁଖ,ଆଲୋକ କୁମାର ସାହୁ, ଜିଲ୍ଲା ବଜରଙ୍ଗ ଦଳର ସଂଯୋଜକ, ଅଜୟ କୁମାର ବେହେରା , ଜିଲ୍ଲା ସାମାଜିକ ସମରସତା ପ୍ରମୁଖ, ରବିନ୍ଦ୍ର କୁମାର ବେହେରା, ନବଜୀବନ ଆସ୍ରମ ସମ୍ପାଦକ,ଶ୍ରୀ ଶୁସାନ୍ତ କୁମାର ମହାରଣା, ଜିଲ୍ଲା ବଜରଙ୍ଗ ଦଳ ସୁରକ୍ଷା ପ୍ରମୁଖ, ଶ୍ରୀଯୁକ୍ତ ବିଦ୍ୟାଧର ମହରଣା,ଜିଲ୍ଲା ମାତୃଶକ୍ତି ସଂଯୋଜିକା ଶ୍ରୀମତି ରଂଞ୍ଚିତା ଦାସ, ଜିଲ୍ଲା ଦୂର୍ଗା ବାହିନୀ ସଂଯୋଜିକ,ଶ୍ରୀମତି ହରପ୍ରିୟା ବିଜୁଳି, ବ୍ରହ୍ମପୁର ମହାନଗର ଦୂର୍ଗା ବାହିନୀ ସଂଯୋଜିକା,ଶୁଶ୍ରୀ ସୁଭଦ୍ରା ଶୁକ୍ଳା, ଜିଲ୍ଲା ଉପସଭାପତି ଶ୍ରୀ ମତୀ ବିନୋଦିନୀ ପଟ୍ଟନାୟକ,ବିଜିପୁର ସତ୍ ସଂଘ ପ୍ରମୁଖ ଶ୍ରୀ ହରିହର ପାତ୍ର, ଧର୍ମପ୍ରସାର ପ୍ରମୁଖ,ବିଜୟ ନନ୍ଦ, ଏବଂ ,ପ୍ରଭାତ କୁମାର ଷଡଙ୍ଗୀ, ରାଜେନ୍ଦ୍ର କୁମାର ଦାସ, ଦିନବନ୍ଧୁ ପାତ୍ର, ସିତାରାମ ଭାଇ, ପୂର୍ଣ୍ଣ କାଳିନ ବିସ୍ତାରକ ଚନ୍ଦନ କୁମାର ସ୍ବାଇଁ, ଉମାଭାଇ, ବିଷ୍ଣୁ କିଙ୍କର ମହାପାତ୍ର ସମେତ ଅନ୍ୟାନ୍ୟ ପ୍ରାୟ ଶତାଧିକ ଭାଇ ଓ ଭଊଣି ମାନେ ଉପସ୍ଥିତ ଥିଲେ, କାର୍ଯ୍ୟ କ୍ରମ ଆରମ୍ଭରେ ସ୍ବାମୀ ଅଖିଳାନନ୍ଦ ତିର୍ଥ ଓ ସ୍ବାମୀ ହରିସରଣାନନ୍ଦ ସ୍ବରସ୍ବତୀ ଆଜିର କାର୍ଯ୍ୟ କ୍ରମ ଉପରେ ନିଜ ନିଜ ର ‌ମତାମତ ପ୍ରଦାନ କରି କହି ଥିଲେ ଯେ‌ ସତ୍ ସଂଘ ମାଧ୍ୟମରେ ହିଁ ଜିଲ୍ଲାରେ ବିଶ୍ବ ହିନ୍ଦୁ ପରିଷଦ କାର୍ଯ୍ୟ ବଢି ପାରିବ,ତତ୍ପରେ ଡଃ ଅରୁଣ କୁମାର ପାଢ଼ୀ , ଡଃ ସମେରେଦ୍ର ସାହୁ,ଓ ଶ୍ରୀ ଜୀ ଶ୍ରୀନିବାସ ଆଚାରୀ ନିଜ ନିଜ ର ‌ମତାମତ ପ୍ରଦାନ କରି କହିଥିଲେ ଯେ ‌ଗୋଟିଏ ଉତମ ପରିବାର ଗଠନ ପାଇଁ ପରିବାର ରେ ସଂସ୍କାର ଆଣିବା ଆବଶ୍ୟକ ତତ୍ପରେ ଜିଲ୍ଲା ମାତୃଶକ୍ତି ସଂଯୋଜିକା ଓ ଜିଲ୍ଲା ମହିଳା ଉପ ସଭାପତି ଶ୍ରୀମତୀ ବିନୋଦିନୀ ପଟ୍ଟନାୟକ ନିଜ ନିଜ ର ‌ମତାମତ ପ୍ରଦାନ କରିକହି ଥିଲେ ଯେ ଯୋ ପର୍ଯ୍ୟନ୍ତ ମାଁ ଓ ଭଉଣୀ ମାନେ ସତ ସଂଘ ରେ ଯୋଗଦାନ ଦେବେ ନାହିଁ ସେ ପର୍ଯ୍ୟନ୍ତ ‌କାର୍ଯ୍ୟ ବଢିପାରିବ ନାହିଁ, ତେଣୁ ସମସ୍ତେ ଯୋଡ଼ି ହେଵା ନିତାନ୍ତ ଆବଶ୍ୟକ ପରିସରରେ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଅଜିତ କୁମାର ମହାପାତ୍ର ନିଜ ଅଭିଭାଷଣରେ କହିଥିଲେ ଯେ ସତ୍ ସଂଘ ଦ୍ଵାରା ହଁ ‌ଜିଲାରେ , ବିଶ୍ବ ହିନ୍ଦୁ ପରିଷଦ କାର୍ଯ୍ୟ ବଢି ପାରିବ ତେଣୁ, ପ୍ରତି ଗାଁ ଗାଁ ରେ ସତ୍ ସଂଘ କେନ୍ଦ୍ର ଖୋଲିବା ନିହାତି ଆବଶ୍ୟକ ,କଥା ଓ ଭାଷଣ ସୀମିତ ରଖି ପ୍ରତ୍ୟକ୍ଷ ଭାବରେ କାର୍ଯ୍ୟ କରିବା ନିହାତି ଆବଶ୍ୟକ, ପରିଶେଷରେ ଆରତୀ, ପୁଷ୍ପାଞ୍ଜଳି,ପରେ ସଭାପତି ଙ୍କ ଦ୍ଵାରା ପୁରସ୍କାର ବିତରଣ କାର୍ଯ୍ୟକ୍ରମ ହୋଇଥିଲା ତତ୍ପରେ,ଧନ୍ୟବାଦ ଅର୍ପଣ ସହ କାର୍ଯ୍ୟ କ୍ରମ କୁ ସମାପ୍ତ କରାଯାଇଥିଲା,(ଅଜିତ କୁମାର ମହାପାତ୍ର ବିଶ୍ବହିନ୍ଦୁ ପରିଷଦ ଗଞ୍ଜାମ ଜିଲ୍ଲା ସଭାପତି )|

ଗଞ୍ଜାମ ପ୍ରତିନିଧି ସୁଭଦ୍ରା ଶୁକ୍ଳଙ୍କ ରିପୋର୍ଟ first news.

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ