।। ଲମତାପୁଟ:ବଡ଼ମୁଣ୍ଡା ଗ୍ରାମର ରାସ୍ତା ପାଲଟିଛି ମରଣ ଯନ୍ତା ।।ବିଧାୟକ ରଘୁରାମ ମାଛ ଙ୍କ ଅଞ୍ଚଳର ଅବସ୍ଥା

Aug 17, 2025 - 20:07
Aug 17, 2025 - 20:57
 0  494
।। ଲମତାପୁଟ:ବଡ଼ମୁଣ୍ଡା ଗ୍ରାମର ରାସ୍ତା ପାଲଟିଛି ମରଣ ଯନ୍ତା ।।ବିଧାୟକ ରଘୁରାମ ମାଛ ଙ୍କ ଅଞ୍ଚଳର ଅବସ୍ଥା

କୋରାପୁଟ:ତା:-୧୭/୦୮/୨୫ (ଫାଷ୍ଟ୍ ନ୍ୟୁଜ୍ ଓଡ଼ିଶା ) କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଅନ୍ତର୍ଗତ,ଟିକରପଡ଼ା ଗ୍ରାମ ପଞ୍ଚାୟତ ନିକଟସ୍ଥ ୪ନଂ ୱାର୍ଡ ବଡ଼ମୁଣ୍ଡା ଗ୍ରାମର ରାସ୍ତା ପାଲଟିଛି ମରଣ ଯନ୍ତା ।ଉକ୍ତ ରାସ୍ତା ଦେଇ ପ୍ରତିଦିନ ସହ ସହ ଲୋକେ ନନ୍ଦପୁର କୁ ଦିନ ମଝୁରି କାର୍ଯ୍ୟ କରିବା କିମ୍ବା ହାଟ ବଜାର ଯାଇଥାନ୍ତି ।ପୂର୍ବତନ ବିଜେଡି ସରକାର ସମୟରେ ସରପଞ୍ଚ ଠାରୁ ଆରମ୍ଭ କରି ବିଧାୟକ ମାନେ ଭଟ ହାତେଇବା ଆଶାରେ ବଡ଼ ବଡ଼ ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ କାଯ୍ୟାନୁଷ୍ଠା ସୁନ ରେ ରହିଗଲା ।ଏ ନେଇ ଗ୍ରାମବାସୀମାନେ ବାରମ୍ବାର ସରପଞ୍ଚ ଠାରୁ ଆରମ୍ଭ କରି ବ୍ଲକ ଅଧିକାରୀ ମାନଙ୍କୁ ଅନେକ ଥର ଲିଖିତ ଭାବେ ଜଣେଇ ଆସୁଥିଲେ ସୁଧା ଆଜି ପର୍ଯ୍ୟନ୍ତ କାର୍ଯ୍ୟ ଆରମ୍ଭ ହେଇନଥିବା ଦୁର୍ଭାଗ୍ୟ ର ବିଷୟ ବୋଲି ବଡ଼ମୁଣ୍ଡା ଗ୍ରାମର ସମରା ଦଳେଇ, ରାଜୀବ ଖରା, ସୁନା ମାଝୀ, ଗୁରୁ ଖରା, ରାମ ଦଳେଇ, ପଦୁ ଖରା,ନିଧି ମାଝୀ, ଲାଲୁ ଖିଲ, ଜୟରାମ ତାଳବ, ବଳରାମ ଖରା,ସୁଶାନ୍ତ ଦଳେଇ, ତ୍ରିନାଥ ଜାନୀ,ବାବୁଲା ମାଝୀ,କର୍ଣ ଖରା, ଝିନୁ ଖରା ଅବିଯୋଗ କରିଛନ୍ତି ।ସେଇପରି ଗତ ନିର୍ବାଚନ ତଥା ବର୍ତ୍ତମାନର କୋରାପୁଟ ନିର୍ବାଚନ ମଣ୍ଡଳୀ ର ବିଜେପି ବିଧାୟକ ଶ୍ରୀଯୁକ୍ତ ରଘୁରାମ ମାଛ ମଧ୍ୟ ନିର୍ବାଚନ ପ୍ରଚାର ସମୟରେ ରାସ୍ତା ନିର୍ମାଣ କାର୍ଯ୍ୟ କରିବାକୁ ପ୍ରତିଶୃତି ଦେଇଥିଲେ କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି କାଯ୍ୟ ହେଇପାରୁ ନାହିଁ ।ଏବଂ ପରବର୍ତ୍ତୀ ସମୟରେ ବିଧାୟକ ରଘୁରାମ ମାଛ ବିଜୟ ହେବା ପରେ ଏହି କାର୍ଯ୍ୟକୁ ବିଲ୍ ପାସ କରେଇଛନ୍ତି କହିଛନ୍ତି ଏବଂ ଆସିକି ରାସ୍ତାକୁ ମାପ କରିନେଇଛନ୍ତି କିନ୍ତୁ କାର୍ଯ୍ୟ କେବେଠୁ ହେବ ତାହା ଆଜି ପର୍ଯ୍ୟନ୍ତ କହିନାହାନ୍ତି ଏହା ଆସା ନା ଆଉ କିଛି ନିରୀହ ଗ୍ରାମବାସୀ ଜାଣିପାରୁନାହାନ୍ତି ।ତେଣୁ ତୁରନ୍ତ ରାସ୍ତା କରାଯାଉ ନଚେତ ଦରକାର ପଡ଼ିଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହିତ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି କହିଛନ୍ତି ।ଏ ନେଇ ବିଧାୟକ ଙ୍କୁ ଯୋଗାଯୋଗ କରିବାରୁ ଉକ୍ତ ଗ୍ରାମର ରାସ୍ତା ପାଇଁ ପ୍ରସ୍ତାବ ଦିଆଯାଇଛି ଏପର୍ଯ୍ୟନ୍ତ ପାସ ନେଇନାହିଁ ତାହା ହେଲା ପରେ ସେଇ ରାସ୍ତାଟି ମାଛକୁଣ୍ଡ ରେଲୱେ ଷ୍ଟେସନ ପର୍ଯ୍ୟନ୍ତ ଯିବ ବୋଲି କହିଛନ୍ତି ।

What's Your Reaction?

Like Like 2
Dislike Dislike 0
Love Love 4
Funny Funny 0
Angry Angry 0
Sad Sad 2
Wow Wow 3
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ