।। ନେସନାଲ କଲେଜ ଠାରେ ଆନ୍ତଃ ବିଶ୍ୱବିଦ୍ୟାଳୟ ସ୍ତରୀୟ କବାଡି ପ୍ରତିଯୋଗିତା ଅନୁଷ୍ଠିତ ।।

Dec 3, 2023 - 07:08
 0  22
।। ନେସନାଲ କଲେଜ ଠାରେ ଆନ୍ତଃ ବିଶ୍ୱବିଦ୍ୟାଳୟ ସ୍ତରୀୟ କବାଡି ପ୍ରତିଯୋଗିତା  ଅନୁଷ୍ଠିତ ।।

ନୂଆପଡା : କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଆୟୋଜିତ ଆନ୍ତଃ ବିଶ୍ୱବିଦ୍ୟାଳୟ ସ୍ତରୀୟ କବାଡି ପ୍ରତିଯୋଗିତା ନେସନାଲ କଲେଜ ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପ୍ରତିଯୋଗିତାରେ ବାଳକ ବିଭାଗରେ 12 ଟି ଓ ବାଳିକା ବିଭାଗରେ 4 ଦଳ ଭାଗ ନେଇଥିଲେ । ବାଳକ ବିଭାଗ ରେ ମହାମାୟା ଡିଗ୍ରୀ କଲେଜ, କେସିଙ୍ଗା କଲେଜ, ଶ୍ରୀସାଇ କଲେଜ କୁରୁମ୍ପୁରୀ, ବଡ଼ର ଡ଼ିଗ୍ରୀ କଲେଜ ଏବିଡ଼. କଲେଜ ଖରିଆର ସ୍ଵଂୟଶାସିତ, କରଲାପଡା କଲେଜ ସଞ୍ଚେର ଗାଁ, କଳାହାଣ୍ଡି ବିଶ୍ୱବିଦ୍ୟାଳୟ, ସରସ୍ବତୀ ଆଇଟି ଏଣ୍ଡ ମେନେଜମେଣ୍ଟ କଲେଜ, ଭବାନୀପାଟଣା, ନେସନାଲ କଲେଜ, ନୂଆପଡା,ବାଳିକା ବିଭାଗ ରେ ମହାମାୟା ଡ଼ିଗ୍ରୀ କଲେଜ, ଖରିଆର ସ୍ୱାୟଂ ଶାସିତ, କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଓ ନେସନାଲ କଲେଜ, ମୋଡେଲ ଡ଼ିଗ୍ରୀ କଲେଜ, ଖରିଆର ଭାଗ ନେଇଥିଲେ । ବାଳକ ଓ ବାଳିକା ବିଭାଗରେ ନେସନାଲ କଲେଜ ଚାମ୍ପିୟନ ହୋଇଥିବାବେଳେ ରନର୍ସ ହୋଇଥିଲେ ବାଳକ ବିଭାଗରେ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଓ ବାଳିକା ବିଭାଗରେ ଖରିଆର ସ୍ୱାୟଂଶାସିତ କଲେଜ l ଆଜିର ଦିବସରେ ଖେଳକୁ ମାନ୍ୟବର ସାଂସଦ କଳାହାଣ୍ଡି ମୁଖ୍ୟ ଅତିଥି ଓ କ୍ଷିତୀଶ ଅଶୋକ ବୋଧଙ୍କର, କଲେଜ ପରିଚାଳନା କମିଟି ସଭାପତି, ଉଦଘାଟନ କରିଥିଲେ, ପୁରସ୍କାର ବିତରଣୀ ଉତ୍ସବ ରେ ନେସନାଲ କଲେଜ ଅଧ୍ୟକ୍ଷ ଶ୍ରୀ ହିତେଶ ସାହୁ ପୁରସ୍କାର ପ୍ରଦାନ କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ନନ୍ଦିନୀ ମଞ୍ଜରୀ ହୋତା, ମମତା ପଟ୍ଟନାୟକ, ମିନାକ୍ଷୀ ଦାସ, ସୀମା ବରିହା, ପ୍ରମିତା ମାଝୀ, ନରସିଂହ ଚରଣ ସାହୁ, ଦୁର୍ଲଭ ଚରଣ ବେହେରା, ବୈଦ୍ୟନାଥ ଗର୍ତିଆ, ପ୍ରମୋଦ ରାଉତ, ଅବିନାଶ ଚଲାନ, ଜଗନ୍ନାଥ ମେହେର, ଯଶୋବନ୍ତ ଭୋଇ, ତଥା ସମସ୍ତ ଅଧ୍ୟାପକ ଅଧ୍ୟାପିକା ଉପସ୍ଥିତି ଥିଲେ l ଉଦଘାଟନୀ କାର୍ଯ୍ୟକ୍ରମ ରେ ଛାତ୍ରୀ ମାନଙ୍କ ଦ୍ୱାରା ନୃତ୍ୟ ଓ ସଂଗୀତ ପରିବେଷଣ କରାଯାଇଥିଲା ପ୍ରକାଶ କୁମାର ସାହୁ, ମଞ୍ଚ ପରିଚାଳନା କରିଥିଲେ ଶେଷରେ କପିଳ ଦେବ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ l

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ