କବି ଗଙ୍ଗାଧର ମେହେରଙ୍କ ୧୬୪ତମ ଜନ୍ମ ଜୟନ୍ତୀ ପାଳନ ଓ କବିତା ପାଠୋତ୍ସବ ଅନୁଷ୍ଠିତ

Aug 21, 2025 - 09:17
 0  9
କବି ଗଙ୍ଗାଧର ମେହେରଙ୍କ ୧୬୪ତମ ଜନ୍ମ ଜୟନ୍ତୀ ପାଳନ ଓ କବିତା ପାଠୋତ୍ସବ ଅନୁଷ୍ଠିତ

ନୂଆପଡା ଜିଲ୍ଲା ନ୍ୟାସନାଲ ମହାବିଦ୍ୟାଳୟ ଠାରେ ଓଡ଼ିଆ ବିଭାଗ ଆନୁକୂଲ୍ୟରେ କବି ଗଙ୍ଗାଧର ମେହେରଙ୍କ ୧୬୪ତମ ଜନ୍ମ ଜୟନ୍ତୀ ପାଳନ ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି I ମହାବିଦ୍ୟାଳୟର ଅଧ୍ଯକ୍ଷ ହିତେଶ କୁମାର ସାହୁଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଡି.ଏ.ଭି ସ୍ବୟଂଶାସିତ ମହାବିଦ୍ଯାଳୟ, ଟିଟିଲାଗଡ଼ର ପ୍ରାକ୍ତନ ଅଧ୍ୟକ୍ଷ ଡ଼ ଛାୟାକାନ୍ତ ଷଡ଼ଙ୍ଗୀ ମୁଖ୍ଯବକ୍ତା, ନ୍ଯାସନାଲ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ଯକ୍ଷ ଡ଼ ଅଶୋକ କୁମାର ପଟ୍ଟନାୟକ, ଇଂରାଜୀ ବିଭାଗ ମୁଖ୍ୟ ପ୍ରାଧ୍ୟାପକ ବିଧାନ ଚନ୍ଦ୍ର ମିଶ୍ର ପ୍ରମୁଖ ସମ୍ମାନୀତ ଅତିଥି ଭାବେ ମଞ୍ଚାସୀନ ଥିଲେ । ଛାତ୍ରୀ ଦାମିନୀ, ପ୍ରୀତିକା, କୋମଳିକା, ଭୂମିକା, ମଞ୍ଜୁଲତା ଓ ସୋନିଆ ସ୍ବାଗତ ସଂଗୀତ ପରିବେଷଣ କରିଥିଲେ । ମୁଖ୍ଯବକ୍ତା ଗଙ୍ଗାଧରଙ୍କୁ ବିଶ୍ବଚେତନାର କବି ଭାବରେ ଚିତ୍ରଣ କରିବା ସହିତ 'ଖଦ୍ଯୋତର ଖେଦ' ଓ 'ମାତୃଭୂମି' କବିତାକୁ କ୍ଳାସିକ ରଚନା ଭାବରେ ବର୍ଣ୍ଣନା କରିଥିଲେ । ସେହିପରି ସମ୍ମାନୀତ ବକ୍ତା ଗଙ୍ଗାଧରଙ୍କୁ ପ୍ରାଚୀନ ଓ ନବୀନ କାବ୍ଯାଦର୍ଶର ସୂତ୍ରଧର ଏବଂ 'ତପସ୍ବିନୀ' କାବ୍ୟକୁ ମହାକାବ୍ୟ ଭାବରେ ଉପସ୍ଥାପନ କରିଥିଲେ । ଅଧ୍ଯାପକ ଗୋପୀଗୋପାଳ ସୁନା କାର୍ଯ୍ୟକ୍ରମଟିକୁ ସଂଯୋଜନା କରିଥିବା ବେଳେ ଅଧ୍ଯାପିକା ଆଶା ମେହେର ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ମମତା ପଟ୍ଟନାୟକ, ବୈଦ୍ଯନାଥ ଗଡ଼ତିଆ,ପ୍ରକାଶ କୁମାର ସାହୁ,କପିଳଦେବ ପାଣିଗ୍ରାହୀ, ଡ଼ ମିନାକ୍ଷୀ ଦାଶ,ଈଶ୍ୱର ପଟେଲ, ଅବିନାଶ ଚଲାନା, ବିଶ୍ବଜିତ କଲତା, ହେମାଳ ସା, ନମ୍ରତା ତ୍ରିପାଠୀ ପ୍ରମୁଖ ଅଧ୍ଯାପକ ଓ ଅଧ୍ଯାପିକା ମାନେ ଗଙ୍ଗାଧର ମେହେର ବିରଚିତ କବିତା ପାଠ କରିଥିଲେ । ଶେଷରେ ଅଧ୍ଯାପକ ଶିବ ପ୍ରସାଦ ସା ଉପସ୍ଥିତ ଅତିଥି ଓ ଛାତ୍ରଛାତ୍ରୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ନୂଆପଡାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ