ହିଂସା ମୁକ୍ତ ସମାଜ ଗଠନ ଅଭିଯାନ ପାକ୍ଷିକର ପଞ୍ଚମ ଦିନ

Nov 29, 2024 - 18:58
 0  100
ହିଂସା ମୁକ୍ତ ସମାଜ ଗଠନ  ଅଭିଯାନ ପାକ୍ଷିକର ପଞ୍ଚମ ଦିନ

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୨୯,୧୧,୨୦୨୪ ରିଖ ରେ ନବରଙ୍ଗପୁର ଜିଲ୍ଲାର ମନ୍ତ୍ରୀଗୁଡା ଏବଂ ଡି ପି ଆର ସି ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ଏବଂ ୱାନ ଷ୍ଟପ ସେଣ୍ଟର୍ ( ଶକ୍ତି ସମ୍ବଳ ) ମିଳିତ ଭାବରେ ୧୬ ଦିନିଆ କାର୍ଯ୍ୟକ୍ରମ ର ପଞ୍ଚମ ଦିନରେ ହିଂସା ପୀଡିତା ମହିଳା ମାନେ କିପରି ହିଂସା ଉପରେ କାମ କରୁଥିବା ବିଭାଗ ସହ ଯୋଗାଯୋଗ କରିପାରିବେ ଏହା ଉପରେ ସଚେତନତା କରାଯାଇଛି ! ସଖୀ କେନ୍ଦ୍ରର ପରାମର୍ଶଦାତ୍ରୀ ସ୍ମରଣିକା ପଟ୍ଟନାୟକ ଏବଂ କେଶ ୱାର୍କର ଜସ୍ମିନ ସିଂ ଉପସ୍ଥିତ ରହିଥିବା ବ୍ୟକ୍ତି ଙ୍କୁ ସ୍ବାଗତ ସମ୍ଭାଷଣ ଦେବା ସହ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ହେଉଥିବା ହିଂସା ଉପରେ ଆଲୋଚନା କରିଥିଲେ ଏବଂ ନାରୀ ହିଂସା ଉପରେ କାମ କରୁଥିବା ଆଇ ଏସ ଆର ଡି / ୱାନ ଷ୍ଟପ ସେଣ୍ଟର ର ମୂଳ ଲକ୍ଷ ଏବଂ ଉଦ୍ଦେଶ୍ୟ ଉପରେ ବର୍ଣ୍ଣନା କରିଥିଲେ ! ଉପରେ ବିସ୍ତାର ରୂପରେ ଆଲୋଚନା କରିଥିଲେ ଜିଲ୍ଲାରେ ଚାଲିଥିବା ମହିଳା ଓ ବାଳିକା ହିଂସାକୁ ଦୂରୀକରଣ ସଚେତନତା କରିବା ଉଦ୍ଦେଶ୍ୟ ରେ ଏହି ୧୬ ଦିନିଆ ଅଭିଯାନ ଉପରେ ଉପସ୍ଥିତ ଥିବା ଏସ ଡି ସି, ଡି ପି ଏମ, ଏମ ବି କେ ସ୍ୱୟଂ ସହାୟକ ଗୋଷ୍ଠୀ ର ସଭ୍ୟ ଏହି କାର୍ଯ୍ୟକ୍ରମ ବିଷୟରେ ବିସ୍ତାର ରୂପରେ ଆଲୋଚନା କରାଯାଇଥିଲା ! ପରିଶେଷରେ ଉପସ୍ଥିତ ସମସ୍ତଙ୍କୁ ଦାମିନୀ ବାଳା ନାୟକ ସ୍ୱାସ୍ଥ୍ୟ କର୍ମୀ ମନ୍ତ୍ରୀଗୁଡାରେ ଏବଂ ଡି ପି ଆର ସି ରେ ସ୍ଵର୍ଣ୍ଣଲତା ବାଘ ଧନ୍ୟବାଦ ଅର୍ପଣ କରିଥିଲେ !

ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ