ବଡ ହରିଜନ ସାହି ନବରଙ୍ଗପୁର ହରିଜନ ପରମ୍ପରା ଉଆଁସ ପରବ ପାଳିତ

Jul 27, 2025 - 10:47
 0  187
ବଡ ହରିଜନ ସାହି ନବରଙ୍ଗପୁର ହରିଜନ ପରମ୍ପରା ଉଆଁସ ପରବ ପାଳିତ

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା:୨୭.୦୭.୨୦୨୫ ରିଖ: ନବରଙ୍ଗପୁର ଜିଲ୍ଲା ନବରଙ୍ଗପୁର ସହର ସ୍ଥିତ ବଡ ହରିଜନ ସାହିରେ ପ୍ରତ୍ୟେକ ବର୍ଷ ପରି ଏହି ବର୍ଷ ମଧ୍ୟ Ambedkar sport culture and SC welfar youth association ଦ୍ବାରା ମହା ଆଡ଼ମ୍ବର ସହିତ ଧୁମ୍ ଧାମ୍ ରେ ଚିତା ଲାଗି ଅମାବାସ୍ୟା ପାଳନ କରାଯାଇ ଥିଲା ! ପରମ୍ପରା ଅନୁଯାୟୀ ଏହା ପଞ୍ଚକୁଲିଆ ଜାତି ଲୋକଙ୍କ ଏକ ବଡ଼ ଏୈତିହାସିକ ପର୍ବ,ଏହି ପର୍ବ ରେ ପ୍ରତ୍ୟକ ପରିବାର ନିଜର ପିତୃପୁରୁଷ ଓ କୁଳ ଦେବାଦେବୀ ଙ୍କୁ ପୂଜାର୍ଚ୍ଚନା କରି ବହୁତ ଖୁସି ର ସହିତ ପାଳନ କରିଥାନ୍ତି ! ଉକ୍ତ ପର୍ବ ରେ ଆମ୍ବେଦକର ୟୁଥ୍ କ୍ଲବ୍ ଦୀର୍ଘ ୫୦ ବର୍ଷ ରୁ ଚାଲି ଆସୁଥିବା ,ବିବାହିତ ଅବିବାହିତ ପୁଅ ମାନଙ୍କର ଫୁଟବଲ ମ୍ୟାଚ୍ କରି ଆସୁଛନ୍ତି ! ଏହି ବର୍ଷ ବିବାହିତ ମାନେ ୭/୧ ଗୋଲ୍ ମାରି ବିଜୟ ଲାଭ କରିଥିଲେ ! ମ୍ୟାଚ୍ ର ଟସ୍ ବରିଷ୍ଟ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ବୈଦନଥ ହରିଜନ ଙ୍କ ଦ୍ଵାରା ହୋଇଥିଲା ! ଏଥିରେ ସାହିର ପୁରୁଷ, ମହିଳା ମାନେ ବାଇଦ, ବାଯୁନା ରେ ନାଚ ଗୀତ,ସହ ଆନନ୍ଦ ଉଲ୍ଲାସ ରେ ରାଜା ଚୈତନ୍ୟ ଦେବ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ଯାଇ ଖେଳ ଉପଭୋଗ କରିଥିଲେ ! ଖେଳ ଶେଷ ରେ ବିଜେତା ଟିମ୍ କୁ କପ୍ ପ୍ରଦାନ କରି ନାଚ, ଗୀତ ରେ ମାତି ସାହି ରେ ଫେରିଥିଲେ ! ସାହିର ବରିଷ୍ଟ ସମାଜସେବୀ ନନ୍ଦ ନାୟକ, ଜଗନ୍ନାଥ ବାଘେ, ଲିଙ୍ଗରାଜ ସାଗର,ରଞ୍ଜିତ ନାୟକ,ଶିବ ହରିଜନ,ସୁରେଶ ନାୟକ,ଧନୁର୍ଯୟ ନାୟକ,ବିକ୍ରମ ନାୟକ,ସାଗର ପଟ୍ଟନାୟକ,ରାମୁ ହରିଜନ,ବିଜୁ ହରିଜନ,ରାଜ ଲୀମା, ବିନାୟକ ନାୟକ,ରାଜୀବ, ମନୋଜ,ଶ୍ରୀକାନ୍ତ, ଅମର,ତରୁଣ,ବାଲାଜୀ,ସିଦ୍ଧାର୍ଥ ଓ ସାହିର ସମସ୍ତେ ଉପସ୍ଥିତ ରହି ଆନନ୍ଦ ଉଲ୍ଲାସ ସହିତ ସହଯୋଗ କରିଥିଲେ !

 ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ