ମାଗଣା ପରଳ ଚକ୍ଷୁ ପରୀକ୍ଷା ଶିବିର ଓ (ଦୁଃଖୀ ରଙ୍କି) ନାରାୟଣ ସେବା କାର୍ଯ୍ୟକ୍ରମ

Nov 26, 2023 - 22:00
 0  84
ମାଗଣା ପରଳ ଚକ୍ଷୁ ପରୀକ୍ଷା ଶିବିର ଓ (ଦୁଃଖୀ ରଙ୍କି) ନାରାୟଣ ସେବା କାର୍ଯ୍ୟକ୍ରମ

ରାୟଗଡ଼ା ଜିଲ୍ଲା ଗୁଣୁପୁର, ତା.୨୬/୧୧/ ୨୦୨୩ ନଭେମ୍ବର ରବିବାର, ନିର୍ବାଣ ଟ୍ରଷ୍ଟ ଗୁଣୁପୁର ଏବଂ ଓଡ଼ିଶାର ସର୍ବବୃହତ୍ତ ଚକ୍ଷୁ ଚିକିତ୍ସାଳୟ ଶଙ୍କର ଚକ୍ଷୁ ଚିକିତ୍ସାଳୟ ସମରଝୋଳ ହିଞ୍ଜିଳିକାଟୁ ଙ୍କ ମିଳିତ ଆନୁକୂଲ୍ୟରେ ଏକ ମାଗଣା ପରଳ ଚକ୍ଷୁ ପରୀକ୍ଷା ଶିବିର ଓ (ଦୁଃଖୀ ରଙ୍କି) ନାରାୟଣ ସେବା କାର୍ଯ୍ୟକ୍ରମଟି ଗୁଣୁପୁର ପୁରୁଣା ବସ ଷ୍ଟାଣ୍ଡ ପାଖ ବାଘୁଆ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ କରାଯାଇଅଛି. ଉକ୍ତ ଶିବିରକୁ ଅଖିଳ ଭାରତ ସନ୍ଥ ସମିତି ପୂର୍ବ ଭାରତ ମନ୍ତ୍ରି, ଅଖିଳ ଭାରତ ସନ୍ଥ ସମିତି ଓଡିଶା ସଙ୍ଗଠନ ମନ୍ତ୍ରି ଓ ନିର୍ବାଣ ଟ୍ରଷ୍ଟ ଗୁଣୁପୁର ଚେୟାରମ୍ଯାନ ସ୍ଵାମି ନିର୍ବାଣାନନ୍ଦ ଗିରି ଙ୍କ ସଭାପତିତ୍ୱରେ ଉଦଘାଟନ କରିଥିଲେ,ମୁଖ୍ୟ ଅତିଥି ପ୍ରାଣକୃଷ୍ଣ ପାଣିଗ୍ରାହୀ (ଅତିରିକ୍ତ ତହସିଲଦାର କାଶୀନଗର), ନିକୁଞ୍ଜ୍ ପାତ୍ର, ମହେଶ ପାଢି, ସୁବୁଦ୍ଧି ଭେଙ୍କେଟ ରାଓ, କତକଟା ଭେଙ୍କେଟ ରାଓ, ବାଦଲ ପାଣି, ଗୋବିନ୍ଦ ଗୋଗାରଙ୍ଗା, ମୋନିଙ୍ଗି ଅଶୋକ କୁମାର, ସୁଜିତ କୁମାର ରଥ, ବିଜୟ କୁମାର ଦାସ, ଶ୍ରୀମତୀ ଚାରୁବାଳା ଶତପଥୀ, ଶିବପ୍ରସାଦ ବେହେରା, ଲାଲୁ କୁମାର ପାଣିଗ୍ରାହୀ, କୋଣା ଲୋକନାଥ,ଉଲ୍କା ରବି,ପି.ଶିବ କୁମାର (ସମାଜସେବୀ ବୃନ୍ଦ) ଓ ନିର୍ବାଣ ଟ୍ରଷ୍ଟ ଗୁଣୁପୁର ର ସମସ୍ତ କର୍ମଚାରୀ ଉପସ୍ଥିତ ହୋଇ ଦ୍ବୀପପ୍ରଜ୍ବଳନ ସହ କାର୍ୟକ୍ରମ ଆରମ୍ଭ କରିଥିଲେ. ଏଥିରେ ସମସ୍ତ ପ୍ରକାର ଚକ୍ଷୁ ର ପରୀକ୍ଷା ନିଃଶୁଳ୍କ କରାଗଲା. ମୋଟ ୧୧୦ ଜଣ ଙ୍କର ଚକ୍ଷୁ ପରୀକ୍ଷା କରଗଲା. ମୋଟ ୧୧ ଙ୍କୁ ଚସମା ଦିଆ ଗଲା, ମୋଟ ୩୨ ଙ୍କୁ ପରଳ ବା ମୋତିଆବିନ୍ଦୁ ଚିହ୍ନଟ କରାଗଲା ଓ ୨୬ ଜଣ ଙ୍କୁ ଅସ୍ତ୍ର ପଚାର ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା ହସ୍ପିଟାଲ୍ କୁ ଗଲେ. ୧୦ ଜଣ ଙ୍କର ରେଟିନା ଚେକ ଅପ କରଗଲା. ଏହା ସହିତ ପ୍ରାୟ ୧୩୫ ଜଣ ଦୁଃଖୀ ରଙ୍କିଙ୍କୁ ଅନ୍ନପ୍ରସାଦ ସହିତ ସମସ୍ତଙ୍କୁ ଶୀତବସ୍ତ୍ର, ବେଡ଼ସିଟ ଏବଂ କିଛି କିଛି ସହାୟତା ରାଶି ବଣ୍ଟନ କରାଯାଇଅଛି. ଶଙ୍କର ଚକ୍ଷୁ ଚିକିତ୍ସାଳୟ ର ଷ୍ଟାଫ୍ ଶ୍ରୀ ନଳିନୀ କାନ୍ତ ରାଉତ (କ୍ୟାମ୍ପ ମ୍ୟାନେଜର), ମିସ ରଶ୍ମିରେଖା ବେହେରା ଓ ଶ୍ରୀ ସୁକେଶ ପାଣିଗ୍ରାହୀ (ଚିଫ ଅପଟୋମେଟ୍ରିଷ୍ଟ), ମିସ ସୂଚନା ରାଉତ, ମିସ ଅମ୍ବିକା, ମିସସ ମିନି , ମିସ ଶ୍ରାବଣୀ,ମିସ ଅନିତା, ମିସ ଶୁଭଶ୍ରୀ (ଚକ୍ଷୁ ଟେକ୍ନିସିଆନ) ଉପସ୍ଥିତ ଥିବା ବେଳେ ଶ୍ରୀ ନଳିନୀ କାନ୍ତ ରାଉତ କ୍ୟାମ୍ପମ୍ୟାନେଜର ଶଙ୍କର ଚକ୍ଷୁ ଚିକିତ୍ସାଳୟ ସମରଝୋଳ ହିଞ୍ଜିଳିକାଟୁ ଅଫିସ୍ କୁ ୭୦୦୮୪୭୮୭୯୦-୭୩୨୮୮୧୮୬୬୪ଏହି ମୋବାଇଲ୍ ନମ୍ବରକୁ ଯୋଗାଯୋଗ କରି ପାରିବେ ବୋଲି ଜଣା ଯାଇଛି ।ଏହି କାର୍ଯ୍ୟ କ୍ରମକୁ ରଘୁନାଥ ପାଢି ପ୍ରମୁଖ ପରିଚାଳନା କରିଥିଲେ ।

 ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ