ଚାଲମୁଣ୍ଡା ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳନ

Mar 29, 2025 - 21:08
 0  11
ଚାଲମୁଣ୍ଡା ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳନ

ନୂଆପଡ଼ା : ଡୂମେରପାଣି କ୍ଲୁଷ୍ଟର ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଚାଲମୁଣ୍ଡା ଠାରେ ବାର୍ଷିକ ଉତ୍ସବ ମହା ଆଡ଼ମ୍ବରରେ ପାଳନ ହୋଇ ଯାଇଅଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରି ଶ୍ରୀମତୀ ଭାରତୀ ଠାକୁର୍ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଉତ୍ସବ ରେ ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ଶ୍ରୀ ଚୈତରାମ ନାଏକ ମୁଖ୍ୟ ଅତିଥି, ଡୁମେରପାଣି ସି ଆର ସି ସି ଶ୍ରୀ ଅମିୟ ଜ୍ୟୋତି ପାଢ଼ୀ ମୁଖ୍ୟ ବକ୍ତା,ପରିଚାଳନା କମିଟି ର ଅଧ୍ୟକ୍ଷ ଶ୍ରୀ ଫଗ ସିଂ ମାଝୀ, ଅବସର ପ୍ରାପ୍ତ ଫରେଷ୍ଟର ଜଳନ୍ଧର ଭୁଏ , ଆର୍ଯ୍ୟନ ପବ୍ଲିକ ସ୍କୁଲ ର ପ୍ରିନ୍ସିପଲ୍ ପ୍ରୀତି ସୋନି , ଶିକ୍ଷକ ହିରାଲାଲ ସତନାମୀ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଥିଲେ। ଏହି ଅବସର ରେ ବାର୍ଷିକ କ୍ରୀଡା ରେ ପୁରସ୍କାର ବିତରଣ କରାଯାଇ ଥିଲା । ସି ଆର ସି ସି ଶ୍ରୀ ପାଢ଼ୀ ମୋ ସ୍କୁଲ ଅଭିଯାନ ମାଧ୍ୟମ ରେ ଛାତ୍ର ଛାତ୍ରୀ ଙ୍କ ପାଇଁ ବେଞ୍ଚ ଡେସ୍କ କରି ଥିବାରୁ ଗ୍ରାମ ବାସି ଙ୍କୁ ଧନ୍ୟବାଦ୍ ପ୍ରଦାନ କରିଥିଲେ। ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇ ଥିଲା। ଶିକ୍ଷକ ଛବିଳ ବରିହା ମଞ୍ଚ ପରିଚଳନା କରିଥିବା ବେଳେ ଗ୍ରାମବାସୀ ଓ ପରିଚାଳନା କମିଟି ର ସଦସ୍ୟ ଙ୍କ ସହଯୋଗ ରେ କାର୍ଯକ୍ରମ ସଫଳ ହୋଇଥିଲା ।ଏହି ବର୍ଷ ସମସ୍ତ ବିଦ୍ୟାଳୟ ରେ ଏପରି ଉତ୍ସବ ହେଉ ଥିବାରୁ ଗ୍ରାମବାସୀ ତଥା ଅତିଥି ଜିଲ୍ଲା ଶିକ୍ଷା ଅଧିକାରୀ ଓ ଗୋଷ୍ଠି ଶିକ୍ଷା ଅଧିକାରୀ ଙ୍କ ଉଦ୍ୟମ କୁ ପ୍ରଶଂସା କରିଥିଲେ। ବିଦ୍ୟାଳୟର ଶିକ୍ଷୟତ୍ରୀ ଶ୍ରୀମତୀ ଅଞ୍ଜୁଳତା ସାହୁ ବାର୍ଷିକ ଉତ୍ସବ ରେ ଉପସ୍ଥିତ ଥିବା ସମସ୍ତ ପରିଚାଳନା କମିଟି ର ସଦସ୍ୟ/ ସଦସ୍ୟା ,ଗ୍ରାମବାସୀ ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ