।। ମାଦକଦ୍ରବ୍ୟ ସେବନ ଓ କାରବାର ନିରୋଧୀ ସଚେତନତା କାର୍ଯ୍ୟକ୍ରମ ।।

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୧୮.୦୬.୨୦୨୫ ରିଖ: ରାଜ୍ୟ ସରକାରଙ୍କ ଅବକାରୀ ବିଭାଗ ତତ୍ତ୍ବାବଧାନରେ ମେ' ୩୧, ବିଶ୍ବ ତମାଖୁ ବର୍ଜନ ଦିବସଠାରୁ ଅନ୍ତର୍ଜାତୀୟ ନିଶା ସେବନ ଓ ବେଆଇନ କାରବାର ନିରୋଧ ଦିବସ ( ଜୁନ- ୨୬ ) ପର୍ଯ୍ୟନ୍ତ ଏହି ସଚେତନତା ଅଭିଯାନ ଚାଲିଛି ! ରାଜ୍ୟବ୍ୟାପୀ କରାଯାଉଥିବା ବେଳେ ନବରଙ୍ଗପୁର ରେ ମଧ୍ୟ ମାଦକଦ୍ରବ୍ୟ ସେବନ ଓ କାରବାର ନିରୋଧୀ ସଚେତନତା କାର୍ଯ୍ୟକ୍ରମ କରାଯାଇଛି ! ନବରଙ୍ଗପୁର ସହରର ବସଷ୍ଟାଣ୍ଡ,ମୁଖ୍ୟ ରାସ୍ତା,ଦଣ୍ଡା ଶି ସାହି, ଗାଦବା ଗୁଡ଼ା ସଚେତନତା କାର୍ଯ୍ୟକ୍ରମ କରିଥିଲେ ! ଏହି କାର୍ଯ୍ୟକ୍ରମରେ Exise Inspector ଶ୍ରୀ ଦିଲୀପ କୁମାର ରଥ, ତାଙ୍କ ଟିମ,ଅଙ୍ଗନ ବାଡ଼ି ଦିଦି ମାନେ ସାଇ ସାଇ ବୁଲି ମାଦକଦ୍ରବ୍ୟ ସେବନ ଓ କାରବାର ନିରୋଧୀ ସଚେତନତା କାର୍ଯ୍ୟକ୍ରମ କରି ଥିଲେ ! ବିଶେଷ କରି ଗାଁ ଗାଁରେ ଗଡୁଛି ସଚେତନତା ରଥ ତା' ସହିତ ପାରମ୍ପରିକ ପାଲା, ଦାସକାଠିଆ ଏବଂ ଘୋଡ଼ାନାଚ ତଥା ପଥପ୍ରାନ୍ତି ନାଟକ ମାଧ୍ୟମରେ ଏହି ଅଭିଯାନର ବାର୍ତ୍ତା ଘରେ ଘରେ ପହଞ୍ଚିବା ପାଇଁ ଛାତ୍ରଛାତ୍ରୀ ଏବଂ ଯୁବପିଢ଼ିଙ୍କୁ ଏହି କାର୍ଯ୍ୟକ୍ରମରେ ଯୋଡ଼ିବାକୁ ଲକ୍ଷ୍ୟ ରଖାଯାଇଛି !
ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !
What's Your Reaction?






