।। ସ୍ୱାମୀ ଦେହରେ କିରୋସିନ୍ ଢାଳି ଜାଳି ଦେଲା ସ୍ତ୍ରୀ ।।

Apr 4, 2023 - 20:11
 0  151
।। ସ୍ୱାମୀ ଦେହରେ କିରୋସିନ୍ ଢାଳି ଜାଳି ଦେଲା ସ୍ତ୍ରୀ ।।

ଭଞ୍ଜନଗର,୦୪/୦୪ : ପାରିବାରିକ କଳହ ଅସହ୍ୟ ହୋଇଛି। ଯାହାର କରୁଣ ପରିଣତି ଭୋଗୀ ବାକୁ ପଡିଛି ବୃଦ୍ଧ ସ୍ୱାମୀ ଙ୍କୁ । ଫଳ ସ୍ୱରପ ସ୍ଵାମୀଙ୍କ ଦେହରେ କିରୋସିନି ଢାଳି ନିଆଁ ଲଗାଇ ଦେଲା ପତ୍ନୀ। ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ ଗ୍ରାମରେ ମଙ୍ଗଳବାର ଏଭଳି ଅଭାବନୀୟ ଘଟଣା ଘଟିଛି। ଗ୍ରାମର ପ୍ରଫୁଲ୍ଲ କୁମାର ସାବତ (୭୦) ଙ୍କ ଦେହରେ ତାଙ୍କ ପତ୍ନୀ ପ୍ରମିତା ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ପୋଲିସ ଅଭିଯୁକ୍ତ ପତ୍ନୀକୁ ଥାନାରେ ଅଟକ ରଖି ପଚରାଉଚୁରା ଜଣାପଡ଼ିଛି। ସୂଚନା ଅନୁଯାୟୀ, କୁଲାଡ ଗ୍ରାମର ପ୍ରଫୁଲ୍ଲ କୁମାର ସାବତ ନାମକ ଜଣେ ଅବସରପ୍ରାପ୍ତ କର୍ମଚାରୀ ନିଜ ପ୍ରଥମ ପତ୍ନୀଙ୍କ ଦେହାନ୍ତ ପରେ ପ୍ରମିତା ନାମକ ଜଣେ ମହିଳାଙ୍କୁ ଦ୍ଵିତୀୟ ବିବାହ କରିଥିଲେ। ବିବାହର ବେଶ କିଛି ଦିନ ଠିକ୍ ଭାବେ ଏମାନଙ୍କ ସଂସାର ରଥ ଆଗକୁ ଗଡିଥିଲା। ହେଲେ ଧୀରେ ଧୀରେ ଦ୍ଵିତୀୟ ପତ୍ନୀ ପ୍ରମିତା ପ୍ରଫୁଲ୍ଲଙ୍କ ପ୍ରତି ଅଧିକ ରୁକ୍ଷ ହେବା ସହ ସବୁବେଳେ ପତି ପତ୍ନୀଙ୍କ ମଧ୍ୟରେ ପାଟିତୁଣ୍ଡ ଓ କଳିଗୋଳ ଲାଗି ରହୁଥିଲା। ସୋମବାର ରାତିରେ ମଧ୍ୟ ଉଭୟଙ୍କ ମଧ୍ୟରେ ବହୁ ସମୟ ଧରି ବଚସା ଲାଗି ରହିଥିଲା। ମଙ୍ଗଳବାର ସକାଳୁ ପୁଣିଥରେ ଉଭୟଙ୍କ ମଧ୍ୟରେ କୌଣସି ଏକ ଘଟଣାକୁ ନେଇ ବେଶ କିଛି ସମୟ ଉଚ୍ଚବାଚ ହୋଇଥିଲା। ପରେ ପ୍ରଫୁଲ୍ଲ ଘରର ବାଡି ପଟେ ବସି ଗୁଡାଖୁରେ ଦାନ୍ତ ଘଷୁଥିବା ବେଳେ ହଠାତ୍ ପ୍ରମିତା ପ୍ରଫୁଲ୍ଲଙ୍କ ଦେହରେ ପଛ ପଟୁ କିରୋସିନି ଢାଳି ନିଆଁ ଲଗାଇ ଦେଇଥିଲା। ଆଉ ନିଆଁ ଲାଗି ପ୍ରଫୁଲ୍ଲ ହୁତୁହୁତୁ ହୋଇ ଜଳିବା ସହ ଜୀବନ ବଞ୍ଚାଇବାକୁ ସାହାଯ୍ୟ ପାଇଁ ଚିତ୍କାର କରିଥିଲେ। ପ୍ରଫୁଲ୍ଲଙ୍କ ଚିତ୍କାର ଶୁଣି ପାଖ ପଡୋଶୀ ମାନେ ଦୌଡ଼ି ଆସି ତାଙ୍କ ଶରୀରରୁ ନିଆଁ ଲିଭାଇବା ସହ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ତୁରନ୍ତ ଭଞ୍ଜନଗର ମେଡିକାଲକୁ ପଠାଇଥିଲେ। ପ୍ରାଥମିକ ଚିକିତ୍ସା ପରେ ପ୍ରଫୁଲ୍ଲଙ୍କୁ ବ୍ରହ୍ମପୁର ବଡ ମେଡିକାଲ କୁ ଡାକ୍ତର ସ୍ଥାନାନ୍ତର କରିଛନ୍ତି। ତାଙ୍କର ଶରୀରର ୫୦ ପ୍ରତିଶତରୁ ଅଧିକ ଅଂଶ ପୋଡି ଯାଇଛି। ଅପରପକ୍ଷରେ ଏହି ଘଟଣା ପରେ ସ୍ଥାନୀୟ ପୁଲିସ ପ୍ରଫୁଲ୍ଲଙ୍କ ପତ୍ନୀ ପ୍ରମିତାକୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି। ତେବେ ପତ୍ନୀ ନିଜ ସ୍ବାମୀଙ୍କ ଦେହରେ କିରୋସିନି ଢାଳି ନିଆଁ ଲଗାଇ ଦେବା ଘଟଣା ଭଞ୍ଜନଗର ଅଞ୍ଚଳର ପ୍ରଥମ ହୋଇଥିବାରୁ ଏହାକୁ ନେଇ ଏବେ ସବୁଠି ଭିନ୍ନଭିନ୍ନ ଚର୍ଚ୍ଚା ଲାଗି ରହିଛି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 2
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ