।। ମୋବାଇଲ ଉଦ୍ଧାର, ଦୁଇ ନାବାଳକ ଙ୍କ ସହ ୬ ଗିରଫ ।।

Jul 21, 2024 - 14:31
 0  20
।। ମୋବାଇଲ ଉଦ୍ଧାର, ଦୁଇ ନାବାଳକ ଙ୍କ ସହ ୬ ଗିରଫ ।।

ଜଗନ୍ନାଥ ଙ୍କୁ ଦର୍ଶନ ପାଇଁ ଆସିଥିଲି ହେଲେ ମୋବାଇଲ ଗାଏବେ ,ସେଇ ଜଗନ୍ନାଥ ଫେରାଇଲେ ମୋବାଇଲ।ବାରିପଦା ବାହୁଡା଼ ଯାତ୍ରା ରେ ଶତାଧିକ ଲୋକ ଙ୍କ ମୋବାଇଲ ଲୁଟ ଅଭିଯୋଗ। ତତ୍ପର ଦେଖାଇଲା ସାଇବର ସେଲ, ପଶ୍ଚିମବଙ୍ଗ ରୁ ଆସି ବାରିପଦା ରୁ ମୋବାଇଲ ଲୁଟି ପଳାଉଥିବା ବେଳେ ଛଅ ଚୋର ଙ୍କୁ ମାଡ଼ି ବସିଲା ପୋଲିସ,୫୬ ମୋବାଇଲ ଜବତ, ମୋବାଇଲ ଫେରସ୍ତ ମେଳା କରି ଲୋକଙ୍କୁ ଫେରାଇବା ମୋବାଇଲ,ଚୋରି ମୋବାଇଲ ଫେରି ପାଇ ବରିଷ୍ଠ ନାଗରିକ ହେଲେ ଆସ୍ଵସ୍ତି ବାହୁଡା଼ ଯାତ୍ରା ରେ ରଥ ଟାଣିବାକୁ ଆସିଥିଲେ ହେଲେ ପକେଟ୍ ରୁ ମୋବାଇଲ ଗାଏବ।ଜଣେ କି ଦୁଇ ଜଣ ନୁହେଁ ବରଂ ଶତାଧିକ ଲୋକ ଙ୍କ ମୋବାଇଲ ଗାଏବେ । ବାରିପଦା ରଥଯାତ୍ରା ର ବାହୁଡା଼ ଯାତ୍ରା ଦିନ ହଜାର ହଜାର ଲୋକ ଙ୍କ ସମାଗମ ହୋଇଥିଲା ଆଉ ଏହାରି ସୁଯୋଗ ଦେଖି ଲୋକଙ୍କ ମୋବାଇଲ କୁ ଝାମ୍ପିନେଉଥିଲେ ଲୁଟେରା । ବାରିପଦା ଟାଉନ୍ ଥାନା ଏବଂ ବାରିପଦା ଭଂଜପୁର ଥାନା ରେ ଏହି ପରି ଶତାଧିକ ମୋବାଇଲ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ବାହୁଡ଼ା ଯାତ୍ରା ରେ ଏହି ପରି ମୋବାଇଲ ଚୋରି ହେଉଥିବା ନେଇ ଲୋକଙ୍କ ମନରେ ଚାଞ୍ଚଲ୍ୟ ଖେଳି ଯାଇଥିଲା । କିଛି କିଛି ଲୋକ ଥାନା ର ଦ୍ଵାରସ୍ଥ ହୋଇଥିଲେ ଆଉ କିଛି ନିରାଶ ହୋଇ ଥାନା ରେ ନ ଜଣାଇ ଘରକୁ ଫେରି ଯାଇଥିଲା,ହେଲେ ଏଇ ଭିତରେ ଯାଗି ଉଠିଥିଲା ବାରିପଦା ସାଇବର ଥାନା,ତଳେ ରାସ୍ତାରେ ଚୋର ମାନେ ଚୋରି କରୁଥିଲେ ,ଆଉ ଆକାଶ ରୁ ସେଟଲାଇଟ ଚୋର ଙ୍କ ଗତିବିଧି କୁ ଲକ୍ଷ ରଖିଥିଲା । ମୟୁରଭଞ୍ଜ ଏସପି ଙ୍କ ନିର୍ଦ୍ଦେଶରେ ବେତନଟୀ,ବୈଶିଙ୍ଗା ପୋଲିସ କୁ ଦାଇତ୍ୱ ଦିଆଯାଇଥିଲା ଚୋର ମାନେ ବାରିପଦା ରୁ ଚୋରି କରି ଏକ ଅଟୋରେ ବାଲେଶ୍ଵର ଆଡ଼କୁ ଖସି ଯାଉଥିବା ବେଳେ ,ସାରିବାର ସେଲ୍ ର ସହାୟତା ରେ ଚୋର ଟିମ୍ କୁ ମାଡି ବସିଥିଲେ ପୋଲିସ ଦୁଇ ନାବାଳକ ଚୋର ସହ ମୋଟ ଛଅ ଜଣ ଗିରଫ ଚୋର ମାନେ ହେଲେ ପଶ୍ଚିମବଙ୍ଗର ବର୍ଦ୍ଧମାନ ଇଲାକାର । ପ୍ରଥମେ ମୟୁରଭଞ୍ଜ ପୋଲିସ ଦୁଇ ଜଣଙ୍କୁ ଗିରଫ କରିବା ପରେ ଅନ୍ୟ ମାନଙ୍କୁ ମଧ୍ୟ ଗିରଫ କରିବାକୁ ସଫଳ ହୋଇଥିଲା , ବାଇଟ -- ଅନିମେଶ ଅଧିକାରୀ,ଫେରି ପାଇଥିବା ମୋବାଇଲ ମାଲିକ। ବାଇଟ --କନକଲତା ହେମ୍ବ୍ରମ।ଫେରି ପାଇଥିବା ମୋବାଇଲ ମାଲିକ। ସେମାନଙ୍କ ଠାରୁ ୫୬ ଟି ଚୋରି ହୋଇଥିବା ବିଭିନ୍ନ ନାମି ଦାମୀ କମ୍ପାନୀର ମୋବାଇଲ, ଯାହାର ଆନୁମାନିକ ମୂଲ୍ୟ ତେର ଲକ୍ଷ ଟଙ୍କା ସହ ନଗଦ ତିନି ହଜାର ଛଅ ଶହ ଟଙ୍କା ଜବତ କରିଛି ମୟୁରଭଞ୍ଜ ପୋଲିସ। ବାଇଟ --ନଗେନ୍ଦ୍ର ବାରିକ, ମୋବାଇଲ ମାଲିକ ବାଇଟ -- ଏସ.ଶୁଶ୍ରୀ (ଏସ ପି ମୟୁରଭଞ୍ଜ) ଏଫ୍ ଭିଓ -- ମୟୁରଭଞ୍ଜ ଏସପି ଆଜି ମୋବାଇଲ ଫେରସ୍ତ ର ଏକ ମେଳା କରି କିଛି ବରିଷ୍ଠ ନାଗରିକ ଙ୍କୁ ମୋବାଇଲ ଫେରାଇ ଥିବା ବେଳେ ଅନ୍ୟ ମାନେ ଆବଶ୍ୟକ କାଗଜପତ୍ର ଦେଖାଇ ନିଜ ମୋବାଇଲ ନେଇ ପାରିବେ ବୋଲି କହିଛନ୍ତି।

 ମୟୂରଭଞ୍ଜ, ବାରିପଦାରୁ -ଗୌର ଦାସ ଗିରି ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ