ମହା ସମାରୋହରେ ପାଳିତ ହୋଇଛି ଓଡିଶା ଆଦର୍ଶ ବିଦ୍ୟାଳୟର ନବମ ବାର୍ଷିକ ଉତ୍ସବ "ସ୍ପାକ"

Sep 20, 2024 - 05:48
 0  7
ମହା ସମାରୋହରେ ପାଳିତ ହୋଇଛି ଓଡିଶା ଆଦର୍ଶ ବିଦ୍ୟାଳୟର ନବମ ବାର୍ଷିକ ଉତ୍ସବ "ସ୍ପାକ"

ବାରିପଦା :- 19.09.2024 ରିଖ ସହିଦ ସ୍ମୃତି ଭବନ, ବାରିପଦା ଠାରେ ଓଡିଶା ଆଦର୍ଶ ବିଦ୍ୟାଳୟର ନବମ ବାର୍ଷିକ ଉତ୍ସବ "ସ୍ପାକ" ସମାରୋହରେ ପାଳିତ ହୋଇ ଯାଇଅଛି. ଉଦଘାଟନି ଉତ୍ସବରେ ମୁକ୍ଷ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲପାଳ ଶ୍ରୀ ବିଭୁତି ଭୂଷଣ ନାୟକ ଓ ସନମ୍ମାନିତ ଅତିଥିଭାବେ ଜିଲ୍ଲା ଶିକ୍ଷ୍ୟା ଅଧିକାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସେଠୀ, ଅତିରିକ୍ତ ଜିଲ୍ଲା ଶିକ୍ଷ୍ୟା ଅଧିକାରୀ ଶ୍ରୀ ଶଶୀଧର ସିଂ, ଶ୍ରୀମତି ଦୀପ୍ତି ନାୟକ, ଜିଲ୍ଲା ବିଜ୍ଞାନ ଶିକ୍ଷକ ଶ୍ରୀ ଜ୍ଞାନରଞ୍ଜନ ଆଚାର୍ଯ୍ୟ ଓ ଓଡିଶା ଆଦର୍ଶ ବିଦ୍ୟାଳୟ, ରାଣୀଭୋଳ, ବାରିପଦାର ଅଦକ୍ଷ୍ୟ ଶ୍ରୀ ବିଭୁତି ଭୂଷଣ ମଣ୍ଡଳ ପ୍ରମୁଖ ଯୋଗ ଦେଇଥିଲେ. ମଞ୍ଚାସିନ ଅତିଥିମାନେ ନିଜର ପିଲାଦିନର ସ୍ମୃତି ଚାରଣ କରିବା ସହିତ ପିଲା ମାନଙ୍କର ଭବିଷ୍ୟତ ଉତ୍ତରତର କାମନା କରିଥିଲେ. ସମସ୍ତ ଅତିଥିବୃନ୍ଦ ଜଗତର ନାଥ ଜଗନ୍ନାଥଙ୍କ ପାଖରେ ପ୍ରଦୀପ ପ୍ରଜ୍ୱଳନ କରି ଥୀବା ବେଳେ OAB ର ଶିକ୍ଷୟତ୍ରୀ ଜୋତି ଅଳକାନନ୍ଦା ଓ ଶ୍ରୀ ଧର୍ମପଦ ମାଝୀ ଙ୍କ ଓଁକାର ଧୋନି ସହିତ ସଂସ୍କୃତ ବନ୍ଦନା ଗାନ କରିଥିଲେ. ସେହିପରି ରାଣୀଭୋଳ OAB ର ଛାତ୍ର ଛାତ୍ରୀ ମାନେ ସ୍ୱାଗତ ସଂଗୀତ ଗାନ କରିଥିଲେ. ଜିଲ୍ଳାରୁ 26 ଗୋଟି OAB ରୁ 1000 ଛାତ୍ର ଛାତ୍ରୀ ଓ 200 ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀ ଯୋଗ ଦେଇଥିଲେ. ଏହି ବାର୍ଷିକ ଉତ୍ସବ ସମସ୍ତ ଛାତ୍ର ଛାତ୍ରୀ ମାନଙ୍କର ଅନ୍ତର୍ନିହିତ ଗୁଣ ପ୍ରକାଶ କରିବାର ଏକ ସୁଯୋଗ ସୃଷ୍ଟି କରିଥିଲା. ସର୍ବ ମୋଟ 11 ଟି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା. ଏହି ପ୍ରତିଯୋଗିତା ଗୁଡିକ ବରିଷ୍ଟ ଓ କନିଷ୍ଟ ଭାବେ ବିଭାଗ କରାଯାଇଥିଲା. ତର୍କ, ପ୍ରବନ୍ଧ, ସାଧାରଣ ଜ୍ଞାନ, ଚିତ୍ରାଙ୍କନ, ପଦ୍ୟ ଆବୃତ୍ତି ଓ ନୃତ୍ୟ ଇତ୍ୟାଦି. କୃତି ଛାତ୍ର ଭାତ୍ରୀ ମାନଙ୍କୁ ପ୍ରତେକ (22 ଟି) ବିଭାଗରୁ ପ୍ରଥମ ତିନି ଜଣଙ୍କୁ ମାନ ପତ୍ର ସହିତ ଉପଢୌକନ ମାନ ଅତିଥି ମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା. ଆଜିର କାର୍ଯ୍ୟକ୍ରମ ପିଲାମାନଙ୍କ ମଧ୍ୟରେ ଏକ ଆନନ୍ଦର ଲହରୀ ଖେଳି ଯାଇଥିଲା. ଜଣେ ଛାତ୍ରଙ୍କ ମତରେ ବାର୍ଷିକ ଉତ୍ସବ "ସ୍ପାକ" ସମସ୍ତ ପିଲା ମାନଙ୍କ ମଧ୍ୟରେ ନିଜର ଅଭିଜ୍ଞନ୍ତା ଓ ବିଦ୍ୟାଳୟର ଅନୁଭୂତି ବିଷୟରେ ଅନ୍ୟ ସହପାଠୀ ମାନଙ୍କ ସହିତ ଭାବର ଆଦାନ ପ୍ରଦାନ କରିଥାଉ ଓ ବିଭିନ୍ନ ଶିକ୍ଷା ଲାଭ କରିଥାଉ. କାର୍ଯ୍ୟକ୍ରମଟି ପବିତ୍ର ମୋହନ ବାରିକ, ଶଶୀଧର ସିଂ, ଦୀପ୍ତି ନାଏକ, ବିଭୁତି ଭୂଷଣ ମଣ୍ଡଳ, ଜ୍ଞାନରଞ୍ଜନ ଆଚାର୍ଯ୍ୟ ଓ ସମସ୍ତ ଓଡିଶା ଆଦର୍ଶ ବିଦ୍ୟାଳୟର କର୍ମଚାରୀ ମାନଙ୍କ ପ୍ରତେକ୍ଷ୍ୟ ତତ୍ତ୍ୱବଧାନରେ କାର୍ଯ୍ୟ ପରିଚାଳନା ହୋଇଥିଲା.

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ