ସମାପ୍ତ ହେଉନାହିଁ ପରିବାର ଉପରେ ଅନ୍ଯାୟ, ଅତ୍ୟାଚାର:ଚାଷ କରିବାକୁ ନଦେବାରୁ ଥାନାରେ ଅଭିଯୋଗ',ପ୍ରଶାସନର ଅବହେଳା ପାଇଁ ବାରମ୍ବାର ଅତ୍ୟାଚାର

Jul 30, 2025 - 18:46
 0  10
ସମାପ୍ତ ହେଉନାହିଁ ପରିବାର ଉପରେ ଅନ୍ଯାୟ, ଅତ୍ୟାଚାର:ଚାଷ କରିବାକୁ ନଦେବାରୁ ଥାନାରେ ଅଭିଯୋଗ',ପ୍ରଶାସନର ଅବହେଳା ପାଇଁ ବାରମ୍ବାର ଅତ୍ୟାଚାର

ବାଙ୍ଗିରିପୋଷି,୩୦।୭/୨୫ : ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଦରକଣ୍ଟିଆ ଗ୍ରାମର ବାସନ୍ଦ ପରିବାରକୁ ତାଙ୍କର ମର୍ଯ୍ୟାଦା ସହିତ ବଞ୍ଚି ରହିବାର ମୌଳିକ ଅଧିକାର ଉପରେ ବାରମ୍ବାର ଆକ୍ରମଣ ସହିତ ବାରମ୍ବାର ମାନସିକ ନିର୍ଯ୍ୟାତନା, ମାନସିକ ଚାପ ଦିଆଯାଉଥିବାରୁ ପରିବାର ପକ୍ଷରୁ ଅନେକ ଥର ଲିଖିତ ଅଭିଯୋଗ ଦେଇ ଆଇନର ଆଶ୍ରୟ ନେବା ସତ୍ୱେ ଆଜି ପର୍ଯ୍ୟନ୍ତ ନ୍ଯାୟ, ସୁରକ୍ଷା ଏବଂ ଅଧିକାର ପାଇନଥିବା ସହିତ ଜିଲ୍ଲା ପ୍ରଶାସନ ପକ୍ଷରୁ ଉକ୍ତ ସାମାଜିକ ବାସନ୍ଦ ପରିବାର ପ୍ରତି ଅଣଦେଖା, ଅବହେଳା କରାଯାଉଛି ବୋଲି ବାରମ୍ବାର ତାଙ୍କ ପରିବାର ଉପରେ ଏହିପରି ଅମାନବୀୟ ଅନ୍ଯାୟ, ଅତ୍ୟାଚାର, ଶୋଷଣ କରାଚାଲିଛି ବୋଲି ଅଭିଯୋଗ କରାଯାଇଛି । କୁହାଯାଇଛି ଯେ, ହଳ କରିବାକୁ ଗୋରୁ-ବଳଦ ନଥିବାରୁ ତାଙ୍କର ଚାଷଜମିକୁ ୨୭ ତାରିଖ ରବିବାର ଦିନ ଟ୍ରାକ୍ଟର ସାହାଯ୍ୟରେ ହଳ କରାଉଥିବା ସମୟରେ ଦୋରକଣ୍ଟିଆ ଗ୍ରାମରେ ଆତଙ୍କ ସୃଷ୍ଟି କରୁଥିବା ବ୍ୟକ୍ତି ଶ୍ରୀ ଜିତୁ ମାଝୀ ବାସନ୍ଦ ପରିବାରର ବିଲକୁ ଯାଇ ଟ୍ରାକ୍ଟରରେ ନିଆଁ ଲଗାଇ ଦେବାର ଧମକ ଦେଇ ହଳ କରୁଥିବା ଟ୍ରାକ୍ଟର ଡ଼୍ରାଇଭରଙ୍କୁ ହଳ କରିବାକୁ ମନା କରିଥିଲା ଏବଂ ଭୟଭୀତ ହୋଇ ଡ଼୍ରାଇଭର ହଳ ନକରି ଟ୍ରାକ୍ଟର ନେଇ ପଳାଇଥିଲା ବୋଲି ଅଭିଯୋଗ ପତ୍ରରେ କୁହାଯାଇଛି ।

ଫଳରେ ସେହି ଦିନଠାରୁ ତାଙ୍କ ଅଞ୍ଚଳର ସମସ୍ତ ଟ୍ରାକ୍ଟର ମାଲିକମାନେ ଜିତୁ ମାଝୀଙ୍କୁ ଡରି ହଳ କରିବାକୁ ମନା କରୁଛନ୍ତି । ଚାଷ କରିବାକୁ ନଦେଲେ ବଞ୍ଚିବେ କେମିତି ବୋଲି ଚିନ୍ତାରେ ପରିବାର ଲୋକେ । ତେବେ ଜିତୁ ମାଝୀଙ୍କ ନେତୃତ୍ବରେ ହିଁ ଗତବର୍ଷ ମଧ୍ୟ 5 ଏକର ଚାଷଜମିର ଫସଲ କାଟିବାକୁ ନଦେଇ ଏବଂ ଶୁଦ୍ଧିକ୍ରିୟା କାର୍ଯ୍ୟ କରିବାକୁ ନଦେଇ ଟ.5,50000/- (ପାଞ୍ଚଲକ୍ଷ ପଚାଶ ହଜାର) ଟଙ୍କା କ୍ଷତି କରାଇଥିବା କ୍ଷତିପୂରଣ କିଛି ମିଳିନଥିବା ବେଳେ ଏବର୍ଷ ପୁଣି ଚାଷ କରିବାକୁ ଦେଉନାହିଁ ବୋଲି ଅଭିଯୋଗ ପତ୍ରରେ ଉଲ୍ଲେଖ କରାଯାଇଛି । ତେଣୁ ଯଥାଶୀଘ୍ର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ୍ଯାୟ, ସୁରକ୍ଷା ଏବଂ ଅଧିକାର ପ୍ରଦାନ କରାଯିବାକୁ ଦାବି କରାଯାଇଛି । ଦାବିପତ୍ର ପ୍ରଦାନ ବେଳେ ଶ୍ରୀ ସୁନ୍ଦର ମୋହନ ମାଝୀ, ବିଜୟ ମାଝୀ, ରଘୁନାଥ ମାଝୀ ସହିତ ସୁଦେବୀ ଟୁଡୁ ଉପସ୍ଥିତ ଥିଲେ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ