ନବରଙ୍ଗପୁର ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ:ସମୀକ୍ଷା କଲେ ମାନ୍ୟବର ବିଧାୟକ ନବରଙ୍ଗପୁର

Aug 6, 2025 - 20:43
 0  47
ନବରଙ୍ଗପୁର ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ:ସମୀକ୍ଷା କଲେ ମାନ୍ୟବର ବିଧାୟକ ନବରଙ୍ଗପୁର

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୦୬.୦୮.୨୦୨୫ ରିଖ : ଗତ କାଲି ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ ଗୃହରେ ନବରଙ୍ଗପୁର ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ରେ ମାନ୍ୟବର ବିଧାୟକ ନବରଙ୍ଗପୁର ଗୌରୀ ଶଙ୍କର ମାଝୀ ଅଧ୍ୟକ୍ଷତା ପୂର୍ବକ ବିଭିନ୍ନ ବିଭାଗର ସମୀକ୍ଷା କରିଥିଲେ !ପ୍ରଥମେ ଜିଲ୍ଲାପାଳ ଡ ମହେଶ୍ଵର ସ୍ୱାଇଁ ସମସ୍ତଙ୍କୁ ସ୍ଵାଗତ କରି ନବରଙ୍ଗପୁର ନିର୍ବାଚନ ମଣ୍ଡଳୀ ର ବିଭାଗୀୟ ଯୋଜନା ଓ କାର୍ଯ୍ୟ ର ସଫଳ ରୂପାୟନ ପାଇଁ କାର୍ଯ୍ୟ ତ୍ବରାନ୍ବିତ କରିବାକୁ କହିଥିଲେ !ଏହି ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ,ଉପ ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର, ପି ଏ, ଆଇ ଟି ଡି ଏ ରାଜୀବ ଲୋଚନ ସାହୁ, ସି ଡି ଏମ ଓ ଡ଼ା ସନ୍ତୋଷ ପଣ୍ଡା ଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ଓ ନିର୍ବାଚନ ମଣ୍ଡଳୀ ର ୪ ଟି ବ୍ଲକ୍ ତେନ୍ତୁଳିଖୁଣ୍ଟି,ନବରଙ୍ଗପୁର, କୋଷଗୁମୁଡ଼ା, ନନ୍ଦାହାଣ୍ଡି ବି ଡି ଓ ଉପସ୍ଥିତ ଥିଲେ ! ଉପ ନିର୍ଦ୍ଦେଶକ ଯୋଜନା ଓ ସ୍ଵମନୟ ଏୟୀଶ୍ଵର୍ୟ ଭଞ୍ଜ ସଭା ପରିଚାଳନା କରିଥିଲେ ! ଏହି ବୈଠକରେ ଗ୍ରାମ୍ୟ ଉନ୍ନୟନ,ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ,ଶିକ୍ଷା, ରାସ୍ତା ଓ ଗୃହନିର୍ମାଣ, ମତ୍ସ୍ୟ ଓ ପ୍ରାଣସମ୍ପଦ, କର୍ମ ନିୟୋଜନ, କୃଷି, ସ୍ଵାସ୍ଥ୍ୟ, ଏମ୍ ଏସ ଏମ୍ ଇ, ଉଠା ଜଳସେଚନ, କ୍ଷୁଦ୍ର ଜଳସେଚନ, ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ,ଉଦ୍ୟାନ, ଜାତୀୟ ରାଜପଥ, ନନ୍ଦାହାଣ୍ଡି,ତେନ୍ତୁଳିଖୁଣ୍ଟି,ନବରଙ୍ଗପୁର,କୋଷଗୁମୁଡ଼ା ବ୍ଲକ୍ ର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସଂପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନେଇ ଦିବା ୧୦.୩୦ ମି ରୁ ସନ୍ଧ୍ୟା ୭.୩୦ ମି ପର୍ଯ୍ୟନ୍ତ ସମୀକ୍ଷା କରିଥିଲେ ! ମାନ୍ୟବର ବିଧାୟକ ନିଜ ନିର୍ବାଚନ ମଣ୍ଡଳୀରେ ସରକାରୀ ଅଧିକାରୀ ମାନଙ୍କୁ ବିଭିନ୍ନ ଯୋଜନାର ସଫଳ ରୂପାୟନ ପାଇଁ ରାଜ୍ୟ ସରକାର ଯେଉଁ ଦାୟିତ୍ୱ ଓ ଅର୍ଥ ଆବଣ୍ଟନ କରିଛନ୍ତି ତା ର ପ୍ରତିଫଳନ ନିଜ ଗସ୍ତ କାଳରେ ଅନୁଭବ କରୁଛନ୍ତି ଏବଂ ଯେଉଁଠି ଏହାର ଅଭାବ ଦେଖୁଛନ୍ତି ଏଥିପାଇଁ ସଂପୃକ୍ତ ଅଧିକାରୀ ନିଶ୍ଚୟ ଦାୟୀ ରହିବେ ବୋଲି କହିଥିଲେ ! ମାନ୍ୟବର ବିଧାୟକ ସମୀକ୍ଷା କରିବା ସମୟରେ ନିର୍ବାଚନ ମଣ୍ଡଳୀରେ ରାସାୟନିକ ସାରର ବହୁଳ ବ୍ୟବହାର ଓ ଏହାର ଵିକଳ୍ପ ସମାଧାନ ଉପାୟ, ବିଭିନ୍ନ ହସ୍ତଶିଳ୍ପ ଲାଖ,ଆଦିବାସୀ ଅଳଙ୍କାର,ଧାନ ଓ ମକା ରେ ତିଆରି ବସ୍ତୁ,ସ୍ଥାନୀୟ ବୁଣାକାର ଦ୍ଵାରା ପ୍ରସ୍ତୁତ ହସ୍ତତନ୍ତ୍ରର ବହୁଳ ପ୍ରଚାର ପ୍ରସାର, ବ୍ରାଣ୍ଡିଂ ଏବଂ ବଜାର ବ୍ୟବସ୍ଥା, ଜିଲ୍ଲାରେ ବିଭିନ୍ନ ବିଭାଗର ଖାଲିଥିବା ପଦବୀ ପୂରଣ ପାଇଁ ଶୀଘ୍ର ପ୍ରକ୍ରିୟା, ପଂଚାୟତ ଓ ଦୁର୍ଗମ ଗ୍ରାମାଞ୍ଚଳରେ ରାସ୍ତା ନିର୍ମାଣ, ପୋଲ ନିର୍ମାଣ ଉପରେ ଗୁରୁତ୍ବ, ଜଳସେଚନ କୁ ପ୍ରାଥମିକତା ଦେଇ ଉଠା ଜଳସେଚନ ଓ କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ ପାଇଁ ତ୍ଵରାନିତ କରିବା,ଶିକ୍ଷିତ ଓ ଦକ୍ଷତା ପ୍ରଶିକ୍ଷିତ ବେକାର ଯୁବକ ମାନଙ୍କୁ କାଉନସେଲିଂ ବ୍ୟବସ୍ଥା, ଗୋଶାଳା ପାଇଁ ଜାଗା ଚିହ୍ନଟ ଓ ଉନ୍ନତିକରଣ,ପି ଏମ ଶ୍ରୀ ବିଦ୍ୟାଳୟ ର ନିର୍ମାଣ ଓ କାର୍ଯ୍ୟ ତ୍ବରାନ୍ବିତ,ପ୍ରତି ବ୍ଲକ୍ ର ସମସ୍ତ ପଞ୍ଚାୟତ ଗ୍ରାମରେ "ଏକ ପେଡ ମା କେ ନାମ" ବହୁଳ ଭାବରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହାତକୁ ନେବା,ବନ ବିଭାଗ ର ବୃକ୍ଷ ରୋପଣ ଦ୍ବାରା ସୃଷ୍ଟି ଜଙ୍ଗଲ କୁ ନିକଟସ୍ତ ଗ୍ରାମ ରେ ଗୋଷ୍ଠିଗତ ରକ୍ଷାଣବେକ୍ଷଣ ଓ ପରିଚାଳନା ପାଇଁ ଗ୍ରାମ୍ୟ ବନ କମିଟି କୁ ହସ୍ତାନ୍ତର ପ୍ରକ୍ରିୟା ଉପରେ ନିଜ ମତ ରଖି ଏହାର କାର୍ଯ୍ୟକାରିତା ପାଇଁ ସରକାରଙ୍କୁ ପ୍ରସ୍ତାବ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ !

 ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ