ସମ୍ବିଧାନିକ ଅଧିକାର ଓ ମାନବ ଅଧିକାର ସାମ୍ବାଦିୟ ତାଲିମ ଶିବିର

Aug 7, 2025 - 17:18
Aug 7, 2025 - 18:16
 0  12
ସମ୍ବିଧାନିକ ଅଧିକାର ଓ ମାନବ ଅଧିକାର ସାମ୍ବାଦିୟ ତାଲିମ ଶିବିର

ଅଦ୍ୟ ତା ୦୭.୦୮.୨୦୨୫ ଦିନ, ଆକ୍ସନଏଡ୍ ଆସୋସିଏସନ୍ ଓ ଜନ ଜାଗରଣ ଦାଦନ ସଂଘ ତରଫରୁ ଟିଟଲାଗଡ ସ୍ତିତ ମହାବୀର ଧର୍ମଶାଳା ଠାରେ ମୁରିବାହାଲ ଓ ଟିଟଲାଗଡ ବ୍ଲକ ର ୦୮ ଗୋଟି ପଞ୍ଚାୟତ ଯଥା - ନାରେନ,ମହୁଲପଡା, ବିଜେପୁର, ବାଞ୍ଜିପଦର୍, ସିରୋଲ, ମାଲିସିରା, ବିଟାବନ୍ଧ, ବାଙ୍କେଲ ର ୬୫ ଜଣ ମାନବ ଅଧିକାର କର୍ମୀ ମାନଙ୍କୁ ନେଇ ସାମ୍ବିଧାନିକ ଅଧିକାର ଉପରେ ତାଲିମ ପ୍ରଦାନ କରାଯାଇଥିଲା। ଏହି ତାଲିମ ଶିବିର ରେ ଉତ୍କଳ ୟୁନିଭର୍ସିଟୀ ର ପୂର୍ବତନ ପ୍ରୋଫେସର ଶ୍ରୀମତି ସ୍ଵର୍ଣ୍ଣମୟୀ ତ୍ରିପାଠୀ ଓ ବ୍ରହ୍ମପୁର ର ପୂର୍ବତନ ପ୍ରୋଫେସର ଶ୍ରୀ ବିଜୟ କୁମାର ବହିଧର ସହିତ ପୂର୍ବତନ ବଲାଙ୍ଗୀର CWC ଚେୟାରମେନ ଶ୍ରୀ ସଞ୍ଜୟ ମିଶ୍ର ତାଲିମ ପ୍ରଦାନ କରିଥିଲେ। ଏହି ତାଲିମ ଶିବିର କୁ ଶ୍ରୀ ମୁରଲୀ ଚରଣ ଦାସ, ଜ୍ୟୋତିର୍ମୟୀ ଦହଲ, ସୁଚିସ୍ମିତା ପୁରୋହିତ, ଭୂପେନ୍ଦ୍ର ରଣା ଓ ସଞ୍ଜୀବ ରଣା ପରିଚାଳନା କରିଥିଲେ।

ଟିଟିଲାଗଡ଼ ରୁ ଇନା ସାହୁ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ