।। ପିରାମଲ ଫାଉଣ୍ଡେଶନ ଦ୍ଵାରା ଏକ ସମନ୍ନୟ ବୈଠକ ଅନୁଷ୍ଠିତ ।।

Mar 7, 2024 - 06:36
 0  11
।। ପିରାମଲ ଫାଉଣ୍ଡେଶନ ଦ୍ଵାରା ଏକ ସମନ୍ନୟ ବୈଠକ ଅନୁଷ୍ଠିତ ।।

ଆଜି ତା ୬/୩/୨୪, ସ୍ଥାନୀୟ ବି ଏମ ହାଇସ୍କୁଲ ପରିସରରେ ପିରାମଲ ଫାଉଣ୍ଡେଶନ ଦ୍ଵାରା ଏକ ସମନ୍ନୟ ବୈଠକ ଅନୁଷ୍ଠିତ ହୋଇଥିଲା l ଏଥିରେ ଉନ୍ନତ ଭବିଷ୍ୟତ ପାଇଁ ବାଳିକା ଶିକ୍ଷାର ଆବଶ୍ୟକତା ଏବଂ ତତଜନିତ ପ୍ରମୁଖ ସମଶ୍ୟା ଗୁଡିକ ସଙ୍କ୍ରାନ୍ତରେ ବିଶୋଦ ଆଲୋଚନା ହୋଇଥିଲା l ବିଶେଷକରି ଅଧାରୁ ପାଠ ଛାଡୁଥିବା ପିଲା ଏପରିକି ପରବର୍ତୀ ପର୍ଜୟରେ ପାଠ ଛାଡିବା ଆଶଙ୍କା ଥିବା ପିଲାଙ୍କୁ କିଭଳି ମୁଖ୍ୟ ସ୍ରୋତରେ ସାମିଲ କରକାଇପାରିବା ସେହି ଭଳି ସ୍ଥିତିରେ କିପରି ପିଲାନୁ ମୁଖ୍ୟ ସ୍ରୋତରେ ସାମିଲ କର ଯାଇପାରିବ ପୁଙ୍ଖାନୁ ପୁଙ୍ଖ ଆଲୋଚନା ହୋଇଥିଲା l ସେଭଳି ସ୍ଥିତିରେ କିଭଳି ପିଲାଙ୍କ ମନବଳ ସୁଦୃଢ କରାଯାଇପାରିବ ପାଠ ପ୍ରତି ଆକର୍ଷିତ କର ଯାଇପାରିବ ସେନେଇ ମଧ୍ୟ ବୈଠକରେ ଆଲୋଚନା କରଯାଇଥିଲା l ସପ୍ରତି ଜିଲ୍ଲାରେ ପିରାମଲ ଫାଉଣ୍ଡେଶନ ଦ୍ଵାରା ଏକ ଶିକ୍ଷା ବୃତ୍ତି ସଙ୍କ୍ରାନ୍ତରେ ଏକ ସର୍ବେ ଅନୁଷ୍ଠିତ ହୋଇଥିଲା l ସେହି ଆଧାର ରେ ଆଜିର ବୈଠକରେ ତଥ୍ୟ ଉପସ୍ଥାପନ କରାଯାଇ ଆଗକୁ ଦୁଇ ବିଭାଗ, ଜିଲ୍ଲା ଶିକ୍ଷା ବିଭାଗ ଏବଂ ଅନିସୂଚିତ ଜାତି ଏବଂ ଜନଜାତି ଉନ୍ନୟନ ଏବଂ ସଂଖ୍ୟା ଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ମଧ୍ୟରେ ସମାନ୍ନୟ ରକ୍ଷା କରା ଯାଇ କିଭଳି ସମସ୍ୟା ଗୁଡିକର ସ୍ଥାୟୀ ସମାଧାନ କରା ଯାଇ ପାରିବ ସେଥିପ୍ରତି ଗୁରୁତ୍ଵାରୋପ କରଯାଇଥିଲା । ଉକ୍ତ ବୈଠକରେ ପ୍ରାକ ମାଟ୍ରିକ ଶିକ୍ଷା ବୃତି ରେ କିପରି ଜିଲ୍ଲା ର ସମସ୍ତ ଛାତ୍ର ଛାତ୍ରୀ ଲାଭବାନ ହୋଇପାରିବେ ସେ ସମ୍ବନ୍ଧରେ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀଯୁକ୍ତ ଦୀପ୍ତିମାନ ଭୋଇ ବିଶେଷ ଆଲୋଚନା କରିବା ସହ କିପରି ଅଧିକରୁ ଅଧିକ ପିଲା ଲାଭନ୍ନିତ ହୋଇପାରିବେ ସେଥିପ୍ରତି ବିଶେଷ ଦ୍ରୁଷ୍ଟି ଆକର୍ଷଣ କରିଥିଆଲେ । ଯଥାକ୍ରମେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ କରୁଣାକର ଭୋଇ ଅଧାରୁ ପାଠ ଛାଡୁଥିବା ପିଲା / ସମ୍ଭାବି ପାଠ ଛାଡିବାକୁ ଥିବା ପିଲା ମାନଙ୍କୁ କିପରି ମୁଖ୍ୟ ଧାରା ରେ ସାମିଲ କରା ଯାଇପାରିବ ତାହା ପ୍ରତି ଆଲୋକପାତ କରିଥିଲେ । ଉକ୍ତ ବୈଠକରେ ଏଲଡ଼ିଏମ ଙ୍କ ସହ ୫ ଟି ବ୍ଲକ ର WEO, ଏବିଇଓ,ଏମଆଇଏସ ପିସି ଏବଂ ପିରାମଲ ଫାଉଣ୍ଡେଶନ ର କର୍ମଚାରୀ ଓ ଗାନ୍ଧୀ ଫେଲୋ ଉପସ୍ଥିତ ରହି ଆଲୋଚନାରେ ସକ୍ରିୟ ଭାଗୀଦାରିତା ଗ୍ରହଣ କରିଥିଲେ l ଏଥିରେ ସୂଚନା ଥାଉକି ବିଗତ କିଛି ମାସ ଧରି ପିରାମଲ ଫାଉଣ୍ଡେଶନ ପ୍ରାକ ମାଧ୍ୟମିକ ଶିକ୍ଷା ବୃତି ଉପରେ ଜିଲ୍ଲାରେ କାମ କରି ଆସୁଅଛି l ଏବଂ ଉକ୍ତ ବୈଠକରେ ପିରାମଲ ଫାଉଣ୍ଡେଶନ ରୁ ଆସିଥିବା ସଦଶ୍ୟ ମାନେ କିପରିଭାବରେ ବିଭାଗୀୟ ସମନ୍ନୟ, ଉତ୍ତରଦାୟିତ୍ଵତା ଏବଂ ତଥ୍ୟ ସମ୍ବଳିତ ପରିଚାଳନାର ଆବଶ୍ୟକତା ଅଛି ସେଥିପ୍ରତି ଆଲୋକପାତ କରିଥିଲେ l ଏବଂ ଜିଲ୍ଲାରେ ହୋଇଥିବା ସର୍ବେକ୍ଷଣ ର ତଥ୍ୟ ରଖିବା ସହ ଆଗାମୀ ଦିନରେ କିପରି ଏହାର ବିଭାଗୀୟ ସହଯୋଗରେ ଆସୁ ସମାଧାନ କରାଯାଇପାରିବ ଉକ୍ତ ବିଷୟ ଗିଡିକ ଉପରେ ମତାମତ ରଖିଥିଲେ l

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ