ରାଜ୍ୟସ୍ତରୀୟ ପୋଲିସ ଭଲିବଲ ଚମ୍ପିୟାନସିପରେ ମୟୁରଭଞ୍ଜ ପୋଲିସ ଦଳ

ବାରିପଦା - ତା :- ୨୦/୦୭/୨୦୨୫ ରିଖ ୬ଷ୍ଠ ବାଟାଲିଆନ, କଟକ ଆନୁକୂଲ୍ୟରେ ଆୟୋଜିତ ୭୭ତମ ରାଜ୍ୟସ୍ତରୀୟ ପୋଲିସ ଭଲିବଲ ଚମ୍ପିୟାନସିପରେ ଅଂଶଗ୍ରହଣ କରିବା ପାଇଁ ମୟୁରଭଞ୍ଜ ପୋଲିସ ଦଳ କଟକ ଅଭିମୁଖେ ଯାତ୍ରା କରିଛି I ଦଳରେ ହରିହର ମଲ୍ଲିକ (ଅଧିନାୟକ), ନିରଞ୍ଜନ ନାଏକ, ରାଜୀବ କୁମାର ଭୂୟାଁ, ଲକ୍ଷ୍ମୀ ନାରାୟଣ ସାହୁ, ବିକାଶ ଗିରି, ଜଗତ ଜୀବନ ସେଠି, ସ୍ନେହାଶିଷ ମହାନ୍ତି, ମିଲୁ ମହାନ୍ତ, ଜନ୍ମେଜୟ ଦାସ, ଅଞ୍ଜନ ବେହେରା, ପ୍ରୀତମ ମହାନ୍ତ, ସାମିଲ ଅଛନ୍ତି I ମ୍ୟାନେଜର ଭାବେ କେ. ବିଶ୍ୱନାଥ ରାଓ ଓ ଜୀତେନ୍ଦ୍ର ଜେନା କୋଚ ଭାବେ ଦଳ ସହିତ ଗସ୍ତ କରିଛନ୍ତି I ରିଜର୍ଭ ପୋଲିସ ଇନ୍ସପେକ୍ଟର ଆଲୋକ କାନୁନଗୋ, ପୋଲିସ ସଙ୍ଘ ସମ୍ପାଦକ ସୁରଜ କୁମାର ରାଜ, ଏନ ଆଇ ଏସ କୋଚ ମନୋରଞ୍ଜନ ଜୀଉ ଓ ଭାନୁପ୍ରତାପ ଭଞ୍ଜଦେଓ ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I ଚଳିତ ମାସ ୨୨ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ଏହି ଚମ୍ପିୟାନସିପ ଅନୁଷ୍ଠିତ ହେବ ଏବଂ ମୟୁରଭଞ୍ଜ ତାର ପ୍ରଥମ ମ୍ୟାଚ ୨୨ ତାରିଖ ଦିନ ଖେଳିବ I
What's Your Reaction?






