ଛତା ବିଦ୍ୟାଳୟ ରେ ଶିକ୍ଷକ ଅଭାବ ଯୋଗୁଁ ପାଠ ପଢ଼ା ବାଧାପ୍ରାପ୍ତ, ଗ୍ରାମବାସି ଜିଲ୍ଲାପାଳ ଙ୍କ ଦ୍ୱାରସ୍ଥ

ନୂଆପଡା : ଜିଲ୍ଲା ରେ ଶିକ୍ଷକ ବଦଳି କୁ ନେଇ ଛକାପଞ୍ଜା ଲାଗିଥିବା ବେଳେ ଅଭିଭାବକ ମହଳରେ ମଧ୍ୟ ଜୋରସୋର ବିରୋଧ କରାଯାଉଛି ! ଚଳିତ ମାସ ଦୁଇ ତାରିଖ ରେ ଶିକ୍ଷକ ବଦଳି ଆଦେଶ ପ୍ରକାଶ ପାଇଥଲା ! ଏନେଇ କୋମନା ବ୍ଲକ ଛତା ଉଚ୍ଚ ବିଦ୍ୟାଳୟ ରୁ ଚାରି ଜଣ ଶିକ୍ଷକ ଙ୍କୁ ଅନ୍ୟତ୍ର ବଦଳୀ କରଯାଇଛି ପୂର୍ବରୁ ବିଜ୍ଞାନ ଶିକ୍ଷକ ରଜନା କ୍ଲଷ୍ଟର ଠାରେ ସିଆରସିସି ଭାବେ କାର୍ଯ୍ୟରିତ ଅଛନ୍ତି! ସର୍ବମୋଟ 9 ଜଣ ଶିକ୍ଷକ ଥିଲେ 5ଜଣ ବଦଳି ପରେ ସ୍କୁଲ ରେ 4 ଜଣ ଶିକ୍ଷକ ରହିଲେ! ସେହିପରି ଶିକ୍ଷା ବିଭାଗ 4 ଜଣ ଶିକ୍ଷକ ବଦଳି ବଦଳରେ 2 ଜଣ ଶିକ୍ଷକ ନିୟୋଜିତ କରିଛନ୍ତି ଆହୁରି ଦୁଇ ଜଣ ଶିକ୍ଷକ ନିୟୋଜିତ କରିନାହାନ୍ତି ଯାହା ଫଳରେ ପିଲା ଙ୍କ ପଠ ପଢ଼ାରେ ଅବହେଳା ଦେଖା ଦେଇଛି! ଏହାକୁ ନେଇ ବିରୋଧ କରିଛନ୍ତି ଛତା ବାସି ! ଜିଲ୍ଲା ଶିକ୍ଷା ବିଭାଗ ବଦଳି କରୁଛନ୍ତି ହେଲେ ଠିକ ପ୍ରକିୟା ରେ ହେଉନଥିବାରୁ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ଦେଖାଦେଇଛି ! ଏନେଇ ମଙ୍ଗଳବାର ଦିନ ଛତା ଗ୍ରାମରେ ସ୍କୁଲ ଏସଏମସି କମିଟିଓ ଓ ଗ୍ରାମବାସି ଜିଲ୍ଲାପାଳ ଙ୍କ ଦ୍ୱାରସ୍ଥ ହୋଇ ବିଦ୍ୟାଳୟ ପାଇଁ ଆହୁରି ତିନି ଜଣ ଶିକ୍ଷକ ନିୟୋଜିତ କରିବା ପାଈଁ ଦାବି କରିଛନ୍ତି! ଯଦି ତିନି ଶିକ୍ଷକ ନଦେଲେ ଗ୍ରାମବାସୀ ଆନ୍ଦୋଳନ କରିବେ ବୋଲି ଚେତବନି ଦେଇଛନ୍ତି! ଏନେଇ ଢୋର୍ଲାମୁଣ୍ଡା ସରପଞ୍ଚ ପଦ୍ମନୀ ମାଝୀ, ସମିତି ସଭ୍ୟବିଶ୍ୱାମ୍ବର ମାଝୀ, ଡୋଲେଶ୍ୱରୀ କଁଟା, ରାଜୁ ମାଝୀ, ଯଦୁମଣି ତାଣ୍ଡି, ଭିବେରାମ କଁଟା ନୀଳମ୍ବର ରାଉତ, ସେବନୀ ମାଝୀ,ପର୍ଶୁ ଜଗତ ପ୍ରମୁଖ ଉପସ୍ଥିତ ଥିଲେ!
ନୂଆପଦରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ମିୟୁଜ ଓଡିଶା
What's Your Reaction?






