ଅବ୍ୟବସ୍ଥା ମଧ୍ୟରେ ଚାଳିଛି ନିଷ୍ଠା ତାଲିମ୍ ଶିବର କାର୍ଯ୍ୟ କ୍ରମ

Aug 6, 2025 - 20:08
 0  6
ଅବ୍ୟବସ୍ଥା ମଧ୍ୟରେ ଚାଳିଛି ନିଷ୍ଠା ତାଲିମ୍ ଶିବର କାର୍ଯ୍ୟ କ୍ରମ

କଳାହାଣ୍ଡି ଜିଲ୍ଲା ତା:-୦୬/୦୮/୨୫ ଥୁଆ ମୂଳ ରାମପୁର ବ୍ଳକ ଆଦର୍ଶ ବିଦ୍ୟାଳୟ ଠାରେ ଗୋଷ୍ଟି ଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ ୫ ଦିନିଆ ନିଷ୍ଠା ତାଲିମ୍ ଶିବର କାର୍ଯ୍ୟ କ୍ରମ ଟି ଅବ୍ୟବସ୍ଥା ମଧ୍ୟରେ ଚାଳିଥିବା ଦେଖିବାକୁ ମିଳିଛି। ପ୍ରଥମ ପର୍ଯ୍ୟାୟରେ ୫୦ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ନିଷ୍ଠା ତାଲିମ୍ ନେଉଥିବା ବେଳେ ଏଥିରେ ଅଧିକାଂଶ ଶିକ୍ଷକ ଶିକ୍ଷୟିତ୍ରୀ ଅନୁପସ୍ଥିତି ରହୁଥିବା ଜଣାପଡିଛି। ଯାହାର ଜଳନ୍ତା ଉଦାହରଣ ଆଜି ଦେଖିବାକୁ ମିଳିଥିଲା। ଶିକ୍ଷାର ଗୁଣାତ୍ମକ ବିକାଶ ଉପରେ ଦିଆଯାଉଥିବା ତାଲିକ କାର୍ଯ୍ୟ କ୍ରମ ଟି ଏଭଳି ଅବ୍ୟବସ୍ଥା ମଧ୍ୟରେ ଚାଲେ ତାହେଲେ ଗ୍ରାମାଞ୍ଚଳ ର ଛାତ୍ର ଛାତ୍ରୀ ମାନେ କେଉଁ ଭଳି ଭାବେ ଶିକ୍ଷା ଦାନ ପାଇଁ ପାରିବେ ତାହା ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଏହି ନିଷ୍ଠା ତାଲିମ୍ କାର୍ଯ୍ୟକ୍ରମ ରେ ଯେଉଁ ଅଧିକାରୀ ବାବୁ ଜଣକ ଦାଇତ୍ୱ ନେଇଛନ୍ତି ତାଙ୍କ ବୈମାତୃକ ମନୋଭାବ ଯୋଗୁଁ ଖାମଖିଆଲି ଭାବରେ ଏହାଚାଳିଛି। ତାଲିମ୍ ଶିବର ପାଇଁ ସରକାର ଙ୍କ ପକ୍ଷରୁ ଯାହାବି ଆସି ଥିବା ଅନୁଦାନ ଅର୍ଥ କୁ ହଡପ କରାଯିବା ପାଇଁ ଏହା ଗୋଟିଏ ଷଡ଼ଯନ୍ତ୍ର ଚାଳିଥିବା ସୁଚନା ମିଳୁଛି। ବିଶେଷ ସୁତ୍ରରୁ ଖବର ମିଳିଛି ଯେ ଏହି କାର୍ଯ୍ୟକ୍ରମ ରେ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଅନୁପସ୍ଥିତି ରହିବେ ତାହାର ମିଥ୍ୟା ବିଲ୍ ଭାଉଚର ଦଶାୟୀ ଦାୟିତ୍ୱ ରେ ରହିଥିବା ଅଧିକାରୀ ବାବୁ ଜଣକ ଟଙ୍କା ହଡପ ପାଇଁ ମାଷ୍ଟର ମାଇଣ୍ଡ ସାଜିଥିବା ଶିକ୍ଷକ ଙ୍କ ମହଲରେ ଚର୍ଚ୍ଚା ହେଉଛି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ