।। ଜାତି ବାଦ୍ ଓ ପ୍ରେମବିବାହର କୁ ପରିଣତି 20 ଘଣ୍ଟା ପରେ ଶବ ସତ୍କାର କଲା ସେବା ଚେରିଟେବୁଲ ଟ୍ରଷ୍ଟ  ।।

Oct 19, 2023 - 18:32
 0  13
।। ଜାତି ବାଦ୍  ଓ ପ୍ରେମବିବାହର କୁ ପରିଣତି 20 ଘଣ୍ଟା ପରେ ଶବ ସତ୍କାର କଲା ସେବା ଚେରିଟେବୁଲ ଟ୍ରଷ୍ଟ  ।।

ବଲାଙ୍ଗିର ଜିଲ୍ଲା  ବେଳପଡ଼ା ବ୍ଲକ ସଦରମହକୁମା ଠାରୁ ମାତ୍ର 2 କିଲୋମିଟର ଦୂରରେ ମାଲିମୁଣ୍ଡା ଗାଁ ଅବସ୍ଥିତ । ସେହି ଗାଁରେ ଦୀର୍ଘ ବର୍ଷ ଧରି  ବିଭିସଣ ବାଗ (୪୨)  ତାଙ୍କର ସ୍ତ୍ରୀ ଶଙ୍ଖ ବାଗ (୪୦) ଓ ଗୋଟିଏ ଝିଅ ସହିତ ରହୁଥିଲେ । ବିଗତ ଦିନରେ ତାଙ୍କର ଝିଅ ଅନ୍ୟ ଏକ ଜାତିର ପୁଅ ସହିତ ପ୍ରେମ ସମ୍ପର୍କ ଥିବା ଜାଣି ଜାତି ସମାଜ ଲୋକେ ସେହିଦିନଠାରୁ ଜାତିରୁ ବାସନ୍ଦ କରିଦେଇଥିଲେ । କିଛି ଦିନ ହେବ ଶଙ୍ଖ ବାଗ ଜ୍ୱର ଏବଂ ଅନ୍ୟ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ କିନ୍ତୁ ରୋଗ ବଢ଼ି ବଢ଼ି ସମ୍ପୂର୍ଣ୍ଣ ଭାବେ ଅସୁସ୍ଥ ହୋଇଗଲେ । ଗତକାଲି ସନ୍ଧ୍ୟା ଘ.୫ରେ ଶଙ୍ଖ ବାଗ ମୃତ୍ୟୁବରଣ କଲେ । ଶଙ୍ଖ ବାଗ ଙ୍କର ପରିବାର କୁ ଜାତିରୁ ବାସନ୍ଦ କରିଥିବାରୁ ଜାତିଭାଇ  ଶବ ସତ୍କାର କରିବା ତ ଦୂରର କଥା  ଦେଖିବାକୁ ପାଖ ମଧ୍ୟ ମାଡ଼ିନଥିଲେ ସେହିଭଳି ପାଖ ପଡ଼ୋଶୀ ଲୋକ ମଧ୍ୟ କେହି ଆସି ନଥିଲେ । ସେ ଅବସ୍ଥାରେ ଦୀର୍ଘ କୋଡିଏ ଘଣ୍ଟା ଧରି ଶବ ପଡ଼ି ରହିଥିଲା । ଏହି ଘଟଣା ସମ୍ପର୍କରେ ଜଣାଶୁଣା ସମାଜସେବୀ ଜନାର୍ଦନ ସିଂ ପାଟଣାଗଡ଼ ସେବା ଚେରିଟେବୁଲ ଟ୍ରଷ୍ଟକୁ ଖବର ଦେଇଥିଲେ । ଖବର ପାଇ ସେବା ଚେରିଟେବୁଲ ଟ୍ରଷ୍ଟର ସଭାପତି ସୁନୀଲ ସିଂ, ଉପସଭାପତି ଗିରିରାଜ ଭୋଇ, ସିପୁନ ଖମାରୀ, ରଞ୍ଜିତ ସାହୁ, ସର୍ଜନ ସାହୁ ଶବକୁ  କୋକେଇ ସଜେଇ ସସମ୍ମାନେ ଚାରିକାନ୍ଧ ଦେଇ ଗାଁ ଠାରୁ ଦୀର୍ଘ ଚାରି କି.ମି ଦୂରରେ ଥିବା ଆଦର୍ଶ ବିଦ୍ୟାଳୟ ସମ୍ମୁଖ ଜଙ୍ଗଲରେ ଶବ ସତ୍କାର କରାଯାଇଛି । ଏହି ଘଟଣା ସମ୍ପର୍କରେ ସେବା ଚେରିଟେବୁଲ ଟ୍ରଷ୍ଟ ଉପସଭାପତି ଗିରିରାଜ ଭୋଇ ଦୁଃଖ ପ୍ରକାଶ କରି କହିଛନ୍ତି ଯେ ମଣିଷ ଚନ୍ଦ୍ର ପୃଷ୍ଠକୁ ଚନ୍ଦ୍ରାୟନ -୩ ପଠେଇ ସଫଳତା ହାସଲ କରିଥିବା ବେଳେ ଆଜିବି ସମାଜରେ କୁ ସଂସ୍କାର, ଅନ୍ଧ ବିଶ୍ୱାସ ଯାଇନାହିଁ ଯଦଦ୍ୱାରା ଗରିବ, ଅବହେଳିତ ଜନସାଧାରଣ ଅନେକ ସମସ୍ୟା ର ସମ୍ମୁଖୀନ ହେଉଛନ୍ତି । ସରକାର ମଧ୍ୟ କୁସଂସ୍କାର, ଅନ୍ଧ ବିଶ୍ୱାସ ଦୂର କରିବା ପାଇଁ କୋଟି କୋଟି ଟଙ୍କା ବ୍ୟୟ ବରାଦ କରି ଲୋକ ଦେଖାଣିଆ ସଚେତନ କରୁଥିବା ଭେଳିକି ମାତ୍ର । କୁସଂସ୍କାର , ଅନ୍ଧ ବିଶ୍ୱାସ,ଜାତି ଧର୍ମ ନିର୍ବିଶେଷରେ ସମସ୍ତେ ଉର୍ଦ୍ଧ୍ବରେ ରହି ମଣିଷ ସମାଜ ମାନବିକତା ଦେଖାଇବାକୁ ଅନୁରୋଧ କରିଛନ୍ତି ।  ଏହି ମହାନ କାର୍ଯ୍ୟକୁ ଅଞ୍ଚଳରେ ବେଶ ପ୍ରଶଂସା କରିଛନ୍ତି ।

 ବେଲପଡ଼ା ରୁ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ