ଖରିଆର ରୋଡ ୱାର୍ଡ ନo-9 ଏବଂ ୱାର୍ଡ ନo-3ରେ ମନ୍ତ୍ରୀଙ୍କ ଦ୍ୱାରା ଭୂମିପୂଜନ ଅନୁଷ୍ଠିତ

Oct 18, 2023 - 18:50
 0  56
ଖରିଆର ରୋଡ ୱାର୍ଡ ନo-9 ଏବଂ ୱାର୍ଡ ନo-3ରେ ମନ୍ତ୍ରୀଙ୍କ ଦ୍ୱାରା ଭୂମିପୂଜନ ଅନୁଷ୍ଠିତ

ନୂଆପଡା : ଖରିଆର ରୋଡ ୱାର୍ଡ ନo - 9 ଏବଂ ୱାର୍ଡ ନo-3ରେ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ଦ୍ୱାରା ଭୂମି ପୂଜନ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ଅବସରରେ ଅତିଥି ଭାବେ ନଗରପାଳ ଡ଼. ସୋନିୟା ଜୈନ, କାର୍ଯ୍ୟନିର୍ବାହୀ ଅଧିକାରୀ କମଲାସନ ରଥ, ଉପନଗରପାଳ ବଣ୍ଟି ଡାଗା, ଗୋଲଡି ଅଗ୍ରୱାଲ, ସମାଜ ସେବୀ ଶ୍ୟାମ କେଶରବାନୀ, ଗୋଲୀ ତିୱାରୀ, ପାର୍ଷଦ ଶ୍ଵେତା ସୋନୀ, ଜୟ ଢୋଲକିଆ, ରାମ ସୋନୀ, ସୁନୀଲ ତିୱାରୀ, ଶେଖର ଜୈନ, ଗୋଲୀ ତିୱାରୀ, ଏବଂ ଅନେକ ଏସଏସଜି ମହିଳା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ l ମନ୍ତ୍ରୀଙ୍କ କହିବାନୁଯାଇ ଏହି 2ଟି କଲ୍ୟାଣ ମଣ୍ଡପ 5 କୋଟି 13 ଲକ୍ଷ୍ୟ ଅଟକଳରେ ହେବାକୁ ଯାଉଛି ଏହି ମଣ୍ଡପ ହେଲେ ୱାର୍ଡ ବାସୀଙ୍କ ସାମାଜିକ କାର୍ଯ୍ୟ କରିପରିବେ ବୋଲି କହିଥିବାବେଳେ ନଗରପାଳଙ୍କ କହିବାନୁଯାୟୀ ଏହି ମଣ୍ଡପ ହେବା ଦ୍ୱାର ବିବାହ, ବ୍ରତ ଏବଂ ସାମାଜିକ କାର୍ଯ୍ୟ ପାଇଁ ୱାର୍ଡ ବାସୀ କଲ୍ୟାଣ ମଣ୍ଡପକୁ ବ୍ୟବହାର କରିପାରିବେ ବୋଲି କହିତବାବେଳେ ଗୋଲଡି ଅଗ୍ରୱାଲଙ୍କ କହିବାନୁଯାୟୀ ଖରିଆର ରୋଡରେ 2ଟି କଲ୍ୟାଣ ମଣ୍ଡପ ହେଲେ ୱାର୍ଡବାସୀ ଅନେକ ସାମାଜିକ କାର୍ଯ୍ୟ ଅତି ସୁରୁଖୁରୂରେ କରିପାରିବେ ବୋଲି କହିଥିବାବେଳେ ମନ୍ତୀ ଢୋଲକିଆ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଦେବା ସହ ସହରର ବିକାଶ ପାଇଁ ଆଗାମୀ ଦିନରେ ଏପରି ସହଯୋଗ ପାଇଁ କହିଛନ୍ତି l

 ନୂଆପଡ଼ାରୁ ବିଶ୍ଵନାଥ ସାମଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ