ସନ୍ଥ ଶିରୋମଣି ଶ୍ରୀ ରବିଦାସଜୀଙ୍କ ୬୫୦ତମ ଜୟନ୍ତୀ ଅବସରରେ ‘ସମରସ ସଂକଳ୍ପ ଅଭିଯାନ’
ବାରିପଦା, ୨୯/୦୮: ସନ୍ଥ ଶିରୋମଣି ଶ୍ରୀ ରବିଦାସଜୀଙ୍କ ୬୫୦ତମ ଜୟନ୍ତୀ ବର୍ଷ ପାଳନ ଅବସରରେ ବାରିପଦାରେ ‘ସମରସ ସଂକଳ୍ପ ଅଭିଯାନ’ ଅନୁଷ୍ଠିତ ହୋଇଛି। ଏହି ଅବସରରେ କାଶୀସ୍ଥିତ ସନ୍ଥ ରବିଦାସଜୀଙ୍କ ଜନ୍ମସ୍ଥାନର ପବିତ୍ର ମଠଗୁଡ଼ିକରୁ ଆସିଥିବା ପବିତ୍ର ମୃତ୍ତିକା ସଂଗ୍ରହ କରାଯାଇଥିଲା।ବାରିପଦା ଷ୍ଟିଲ୍ ଗୋଲେଇ ନିକଟସ୍ଥ ସିଦ୍ଧି ବିନାୟକ ମନ୍ଦିରରୁ ପବିତ୍ର ମୃତ୍ତିକା ଓ କଳସକୁ ନେଇ ଏକ ଶୋଭାଯାତ୍ରା ବାହାରିଥିଲା। ଏହା ବାରିପଦା ବସ୍ଷ୍ଟାଣ୍ଡ ଦେଇ ଶହୀଦ ସ୍ମୃତି ଭବନରେ ପହଞ୍ଚିଥିଲା। ସେଠାରେ ପବିତ୍ର ମୃତ୍ତିକା ଓ କଳସକୁ ବିଧିବଦ୍ଧ ଭାବେ ସ୍ୱାଗତ କରାଯିବା ସହ ଏକ ବିଶାଳ ସମାବେଶ ଆୟୋଜିତ ହୋଇଥିଲା।କାର୍ଯ୍ୟକ୍ରମରେ ବିଭିନ୍ନ ମଠରୁ ଆସିଥିବା ସାଧୁସନ୍ଥଙ୍କ ସମେତ ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣ ଚନ୍ଦ୍ର ମହାପାତ୍ର ଯୋଗଦେଇଥିଲେ। ଏଥିସହ ବିଜେପିର ବିଭିନ୍ନ ପଦାଧିକାରୀ ଓ ଜନପ୍ରତିନିଧି ମଧ୍ୟ ଉପସ୍ଥିତ ଥିଲେ। ଉପସ୍ଥିତ ଅତିଥିମାନଙ୍କ ମଧ୍ୟରେ ସଭାପତି ନିହାର ରଞ୍ଜନ ମୋଦୀ, ବାରିପଦା ବିଧାୟକ ପ୍ରକାଶ ସୋରେନ, ଉଦଳା ବିଧାୟକ ଭାସ୍କର ମଢେଇ, କାନ୍ଦ୍ରା ସୋରେନ, କବି ବିଷ୍ଣୁ ଶତପଥୀ, ପ୍ରଦୀପ ମହନ୍ତ ଓ ଜଗନ୍ନାଥ ମଲ୍ଲିକଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ। ସନ୍ଥ ରବିଦାସଜୀଙ୍କ ଆଦର୍ଶ, ସାମାଜିକ ସମରସତା ଓ ଭାଇଚାରାର ବାର୍ତ୍ତାକୁ ଲୋକଙ୍କ ମଧ୍ୟରେ ପହଞ୍ଚାଇବା ସହ ସମାଜରେ ଏକତା ଓ ସମାନତାର ଭାବନାକୁ ମଜବୁତ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଆୟୋଜକମାନେ କହିଛନ୍ତି।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0