କିର୍ମିରା ବିଜେଡିର ନୂଆଁଖାଇ ଭେଟଘାଟ (ଶତାଧିକ ଯୁବକର୍ମୀ ବିଜେଡିରେ ସାମିଲ)
କିର୍ମିରା୨।୧୦(*ଫାଷ୍ଟ ନିଉଜ ଓଡ଼ିଶା*) ବିଜୁ ଜନତା ଦଳ କିର୍ମିରା ବ୍ଲକ ପକ୍ଷରୁ ନୂଆଁଖାଇ ଭେଟଘାଟ ସହ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତି ପାଳିତ ହୋଇଯାଇଛି।ବ୍ଳକ ବିଜେଡ଼ି ସଭାପତି ଚୁଡ଼ାମଣି ସାହୁଙ୍କ ସଭାପତିତ୍ଵର ଆୟୋଜିତ କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂହ, ବରଗଡ଼ ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ ଓ ଝାରସୁଗୁଡା ପୂର୍ବତନ ବିଧାୟିକା ଦିପାଳୀ ଦାସ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପଶ୍ଚିମ ଓଡିଶାର ମହାନ ଗଣପର୍ବ ନୂଆଁଖାଇ ଜୁହାର କରିବା ସହ ପର୍ବର ମହାନତା, ସଂସ୍କୃତି ପରମ୍ପରା,ଏକତା ବିଷୟରେ ନିଜ ନିଜ ମତ ଦେଇଥିଲେ।ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ମହତ୍ଵ କାର୍ଯ୍ୟ, ସମାଜସେବା ପାଇଁ ବ୍ୟକ୍ତି ବିଶେଷଙ୍କୁ ଉପଢୈ।କନ ଦେଇ ଅତିଥି ମାନେ ସମ୍ମାନିତ କରିଥିଲେ।କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭାପତି ତୁଳାବତୀ ମିଞ୍ଜ,ଜିଲ୍ଲା ବିଜେଡ଼ି ସଭାପତି ହରିଣ ଗଣତ୍ରା,ପୂର୍ବତନ ସଭାପତି ରବି ସିଂହ,ଜିଲ୍ଲା ବିଜେତି ନେତ୍ରୀ ସପ୍ନାମୟୀ ପଟେଲ, ଜିଲ୍ଲା ଯୁବ ବିଜେଡ଼ି ସଭାପତି ରବିନ ପାଣ୍ଡେ, କୃଷକ ନେତା ଜଗନ୍ନାଥ ଜେନା, ଜିଲ୍ଲାପରିଷଦ ରୀତା ବାଗ,ସରପଞ୍ଚ ତପି ମରେଇ,ରାଧାରାଣୀ ସା,ବୀଣାପାଣି ପୋଢ଼, ସମିତି ସଭ୍ୟା ବାସନ୍ତୀ ଧୁରୁଆ,ଲଇକେରା ବ୍ଳକ ଅଧ୍ୟକ୍ଷ ସଜିବ କୁମାର ନା ଏକ,କୋଲାବିରା ବ୍ଲକ ଅଧ୍ୟକ୍ଷ ଭୋଜରାଜ ପଟେଲ, ସମିତିସଭ୍ୟ ନୃପଲାଲ ବାରିକ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ବିଜେଡ଼ି ଯୁବ ନେତା ମଳୟ ସାହୁ ପରିଚାଳନା କରିଥିଲେ। ତପନ ସା, ସରୋଜ ନାୟକ, ପ୍ରେମା ବେସନ, ସୁରେନ୍ଦ୍ର ବଖରା, ସିର୍ଦ୍ଧାଥ ଖରସେଲ, ସୁରେଶ ମାଝୀ, ଗୋପାଳ କରାଲ ସହଯୋଗ କରିଥିଲେ।ଶେଷରେ ବ୍ଳକର ବିଭିନ୍ନ ପଞ୍ଚାୟତରୁ ବିଜେପି, କଂଗ୍ରେସ ଦଳର ଶତାଧିକ କର୍ମୀ ଓ କିର୍ମିରା ପଞ୍ଚାୟତର ନାଏକ ସରପଞ୍ଚ ବିଜେଡ଼ି ଦଳରେ ଯୋଗ ଦେବାରୁ ଅତିଥି ମାନେ ବିଜେଡ଼ି ଉତ୍ତରୀୟ ଦେଇ ସ୍ଵାଗତ କରିଥିଲେ। ଯୁବ ନେତା ମାନସ ସାହୁ ଅନ୍ୟବାଦ ଦେଇଥିଲେ।
କିର୍ମିରା ରୁ ଦେବାଶିଷ ସିଂହ ଠାକୁରଙ୍କ ରିପୋର୍ଟ ଫାଷ୍ଟ ନିଉଜ
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0