ବିଜେପିର ପ୍ରଥମ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକରେ ସଂଗଠନ ସୁଦୃଢ଼ କରିବାକୁ ଆହ୍ୱାନ

Sep 12, 2026 - 19:49
 0  8
ବିଜେପିର ପ୍ରଥମ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକରେ ସଂଗଠନ ସୁଦୃଢ଼ କରିବାକୁ ଆହ୍ୱାନ

ନୁଆପଡ଼ା : 12/09:ବିଗତ ୨୦ ବର୍ଷରେ ନୁଆପଡ଼ାର ଆଶାନୁରୂପ ବିକାଶ ହୋଇନାହିଁ: ଯଦୁମଣି ପିଣିଗ୍ରାହୀ ମୋଦୀଜୀଙ୍କ ଜନସେବାର ୨୫ ବର୍ଷ ପୂର୍ତ୍ତି ଅବସରରେ ୧୭ ସେପ୍ଟେମ୍ବରରୁ ଏକ ମାସ ବ୍ୟାପୀ କାର୍ଯ୍ୟକ୍ରମ ଭାରତୀୟ ଜନତା ପାର୍ଟି ନୁଆପଡ଼ା ଜିଲ୍ଲାର ପ୍ରଥମ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଆଜି ନୁଆପଡ଼ା ଜିଲ୍ଲା କାର୍ଯ୍ୟାଳୟଠାରେ ଜିଲ୍ଲା ସଭାପତି ଶ୍ରୀ କମଳେଶ ଦିକ୍ଷୀତଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ଶାରଦା ସତପଥୀଜୀ ଉପସ୍ଥିତ ରହି ସଂଗଠନକୁ ଜିଲ୍ଲାରୁ ବୁଥ ସ୍ତର ପର୍ଯ୍ୟନ୍ତ ଗୋଟିଏ ଲାଇନ୍‌ରେ ସୁଦୃଢ଼ କରିବା ଏବଂ ପାର୍ଟିର ବିଭିନ୍ନ କାର୍ଯ୍ୟକ୍ରମକୁ କାର୍ଯ୍ୟକର୍ତ୍ତାମାନେ ସକ୍ରିୟ ଭାବେ ସଫଳ କରିବା ପାଇଁ ମାର୍ଗଦର୍ଶନ ଦେଇଥିଲେ। ଜିଲ୍ଲା ପ୍ରଭାରୀ ଶ୍ରୀ ଆର୍ତ୍ତତ୍ରାଣ ମହାପାତ୍ରଜୀ ମଣ୍ଡଳ ପ୍ରଭାରୀଙ୍କ ପ୍ରବାସ, ଶକ୍ତିକେନ୍ଦ୍ର ପ୍ରବାସ ଏବଂ ତୃଣମୂଳ ସ୍ତରରେ ସଂଗଠନକୁ ଅଧିକ ସକ୍ରିୟ କରିବା ଉପରେ ମାର୍ଗଦର୍ଶନ ପ୍ରଦାନ କରିଥିଲେ। ବିଜେପିର ପୂର୍ବତନ ରାଜ୍ୟ ସଭାପତି ତଥା ପୂର୍ବତନ ସାଂସଦ ଶ୍ରୀ ବସନ୍ତ କୁମାର ପଣ୍ଡାଜୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଜନସେବାର ୨୫ ବର୍ଷ ପୂର୍ତ୍ତି ଅବସରରେ ୧୭ ସେପ୍ଟେମ୍ବରରୁ ୧୭ ଅକ୍ଟୋବର ପର୍ଯ୍ୟନ୍ତ ଏକ ମାସ ଧରି ଜିଲ୍ଲାରୁ ବୁଥ ସ୍ତର ପର୍ଯ୍ୟନ୍ତ ହେବାକୁ ଥିବା ବିଭିନ୍ନ ସେବାମୂଳକ ଓ ସଂଗଠନାତ୍ମକ କାର୍ଯ୍ୟକ୍ରମର ସଫଳ ରୂପାୟନ ଉପରେ ଆଲୋକପାତ କରିଥିଲେ। ପୂର୍ବତନ ଜିଲ୍ଲା ସଭାପତି ଶ୍ରୀ ସୁବ୍ରତ ଠାକୁରଜୀ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ କାର୍ଯ୍ୟ ପାଇଁ ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ। ଏହାକୁ ନୁଆପଡ଼ା ବିଧାୟକ ଶ୍ରୀ ଜୟ ଢୋଲକିଆଜୀ ଓ ପୂର୍ବତନ ବିଧାୟକ ଶ୍ରୀ ହିତେଶ ବଗର୍ତ୍ତିଜୀ ସମର୍ଥନ କରିଥିଲେ। ପୂର୍ବତନ ଜିଲ୍ଲା ସଭାପତି ଶ୍ରୀ ଯଦୁମଣି ପିଣିଗ୍ରାହୀଜୀ ରାଜନୈତିକ ଚିଠା ପ୍ରସ୍ତାବ ଆଗତ କରି ବିଗତ ୨୦ ବର୍ଷ ଧରି ନୁଆପଡ଼ା ଜିଲ୍ଲାରେ ବିଜୁ ଜନତା ଦଳର ବିଧାୟକ ଓ ମନ୍ତ୍ରୀମାନେ ଶାସନରେ ରହିଥିଲେ ମଧ୍ୟ ନୁଆପଡ଼ାର ଆଶାନୁରୂପ ବିକାଶ ହୋଇପାରିନଥିବା ନେଇ ନିନ୍ଦା ପ୍ରକାଶ କରିଥିଲେ। ସେ କହିଥିଲେ ଯେ, ଜଳସେଚନ, କୃଷି, ପାନୀୟ ଜଳ, ସଡ଼କ, ଶିକ୍ଷା, ସ୍ୱାସ୍ଥ୍ୟ ଓ ନିଯୁକ୍ତି ଭଳି ମୌଳିକ କ୍ଷେତ୍ରରେ ଜିଲ୍ଲାବାସୀଙ୍କ ଆଶା ଅନୁଯାୟୀ ବିକାଶ ହୋଇନଥିଲା। ଆଗାମୀ ଦିନରେ ନୁଆପଡ଼ାର ସର୍ବାଙ୍ଗୀଣ ବିକାଶ ପାଇଁ ବିଜେପିର ସମସ୍ତ କାର୍ଯ୍ୟକର୍ତ୍ତା ଓ ଜନପ୍ରତିନିଧି ଏକଜୁଟ ହୋଇ କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଥିଲେ। ରାଜନୈତିକ ଚିଠା ପ୍ରସ୍ତାବକୁ ପୂର୍ବତନ ଜିଲ୍ଲା ସଭାପତି ଶ୍ରୀ ଶିବପ୍ରସାଦ ମୁଣ୍ଡଜୀ ଓ ଶ୍ରୀ ପ୍ରସନ୍ନ ପାଢ଼ୀଜୀ ସମର୍ଥନ ଜଣାଇଥିଲେ। ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ଅଭିନନ୍ଦନ ପଣ୍ଡାଜୀ ବିଗତ ଦିନରେ ଦେହାନ୍ତ ହୋଇଥିବା ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ପାଇଁ ଶୋକ ପ୍ରସ୍ତାବ ଆଗତ କରିଥିଲେ। ବୈଠକରେ ଦିବଂଗତ କାର୍ଯ୍ୟକର୍ତ୍ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରାଯାଇଥିଲା। ବୈଠକର ମଞ୍ଚ ପରିଚାଳନା ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ଅଜିତ ଚଳାନଜୀ କରିଥିଲେ। ଶେଷରେ ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ତୁଲସ ପଟେଲଜୀ ଧନ୍ୟବାଦ ଅର୍ପଣ କରିଥିଲେ। ବୈଠକରେ ଜିଲ୍ଲା ପଦାଧିକାରୀ, ବିଭିନ୍ନ ମଣ୍ଡଳର ପଦାଧିକାରୀ, ଜନପ୍ରତିନିଧି ଓ ବହୁ ସଂଖ୍ୟାରେ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ