୬ ମାସ ବିତିଲା, ଆରମ୍ଭ ହେଲାନି ବିକାଶ କାର୍ଯ୍ୟ:ଭିତ୍ତିପ୍ରସ୍ତରରେ ସୀମିତ ରହିଲା କି ଜିଲ୍ଲା ସାଂସଦ ସୁକାନ୍ତ ପାଣିଗ୍ରାହୀ ଙ୍କ ପ୍ରତିଶ୍ରୁତି ?

Aug 28, 2026 - 17:45
 0  47
୬ ମାସ ବିତିଲା, ଆରମ୍ଭ ହେଲାନି ବିକାଶ କାର୍ଯ୍ୟ:ଭିତ୍ତିପ୍ରସ୍ତରରେ ସୀମିତ ରହିଲା କି ଜିଲ୍ଲା ସାଂସଦ ସୁକାନ୍ତ ପାଣିଗ୍ରାହୀ ଙ୍କ ପ୍ରତିଶ୍ରୁତି ?

ଦାରିଙ୍ଗବାଡି ୨୮/୮/୦୨୬(ଫାଷ୍ଟ୍ ନ୍ୟୁଜ୍ ଓଡ଼ିଶା) କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍‌ ବ୍ରାହ୍ମଣୀଗାଁ ଅଞ୍ଚଳର ବିକାଶ ପାଇଁ ଭୂମିପୂଜା ଓ ଭିତ୍ତିପ୍ରସ୍ତର ସ୍ଥାପନକୁ ପ୍ରାୟ ୬ ମାସ ବିତିଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଗତ ୨୬ ନଭେମ୍ବର ୨୦୨୫ ରେ କନ୍ଧମାଳ ସାଂସଦ ଶ୍ରୀଯୁକ୍ତ ସୁକାନ୍ତ ପାଣିଗ୍ରାହୀ ବ୍ରାହ୍ମଣୀଗାଁ ଗସ୍ତ କରି ‘ଆତ୍ମନିର୍ଭର ଭାରତ’ ଓ ୧୫୦ତମ ବନ୍ଦେ ମାତରମ୍ ସଙ୍ଗୀତ ଉତ୍ସବ ପାଳନ ଅବସରରେ ଅଞ୍ଚଳର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଭୂମିପୂଜା ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।ଏହି ଅବସରରେ ବ୍ରାହ୍ମଣୀଗାଁ ଗ୍ରାମପଞ୍ଚାୟତ ସମ୍ମୁଖ ମେନ୍‌ ଗେଟ୍‌ ନିକଟରେ ପ୍ରାୟ ୧୦ ଲକ୍ଷ ଟଙ୍କା ବ୍ୟୟରେ ହାଇମାଷ୍ଟ ଲାଇଟ୍‌ ସ୍ଥାପନ ସହ ପ୍ରାୟ ୧୦ ଲକ୍ଷ ଟଙ୍କା ବ୍ୟୟରେ ଗୋଷ୍ଠୀ ଶୌଚାଳୟ ନିର୍ମାଣ ପାଇଁ ଭୂମିପୂଜା କରାଯାଇଥିଲା। ଏଥିସହ ଟିଡିସିସିଓଏଲ୍‌ ପକ୍ଷରୁ ପେଟ୍ରୋଲ ପମ୍ପ ନିର୍ମାଣ ପାଇଁ ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା।ତେବେ ଭୂମିପୂଜା ଓ ଭିତ୍ତିପ୍ରସ୍ତର ସ୍ଥାପନକୁ ଦୀର୍ଘ ୬ ମାସ ବିତିଯାଇଥିଲେ ସୁଦ୍ଧା ହାଇମାଷ୍ଟ ଲାଇଟ୍‌, ଗୋଷ୍ଠୀ ଶୌଚାଳୟ ଓ ପେଟ୍ରୋଲ ପମ୍ପ—କୌଣସି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।ଅଞ୍ଚଳବାସୀଙ୍କ କହିବାନୁଯାୟୀ, କେବଳ ଭୂମିପୂଜା ଓ ଭିତ୍ତିପ୍ରସ୍ତର ସ୍ଥାପନରେ ପ୍ରକଳ୍ପଗୁଡ଼ିକୁ ସୀମିତ ନରଖି ଶୀଘ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବା ଆବଶ୍ୟକ। ପ୍ରକଳ୍ପଗୁଡ଼ିକ କାର୍ଯ୍ୟକ୍ଷମ ହେଲେ ଅଞ୍ଚଳବାସୀ ଏହାର ସୁବିଧା ପାଇପାରିବେ।ତେଣୁ ସମ୍ପୃକ୍ତ ବିଭାଗ ଓ ଜନପ୍ରତିନିଧିମାନେ ତୁରନ୍ତ ପଦକ୍ଷେପ ନେଇ ଦୀର୍ଘଦିନ ଧରି ଅଟକି ରହିଥିବା ପ୍ରକଳ୍ପଗୁଡ଼ିକର ନିର୍ମାଣ କାମ ଆରମ୍ଭ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।ଭିତ୍ତିପ୍ରସ୍ତରରେ ସୀମିତ ରହିଯିବ କି ସାଂସଦଙ୍କ ପ୍ରତିଶ୍ରୁତି କାମରେ ଲାଗିବ ନା କେବଳ ଭିତ୍ତିପ୍ରସ୍ତର ସ୍ଥାପନ କରି କନ୍ଧମାଳକୁ ବିକାଶ କରୁଛନ୍ତି ଜିଲ୍ଲା ସାଂସଦଏ ନେଇ ପ୍ରଶ୍ନ ଉଠୁଛି ଦେଖିବାକୁ ବାକି ରହିଲା କେତେ ଶୀଘ୍ର ଆରମ୍ଭ ହେବ ବିକାଶ କାର୍ଯ୍ୟ ଏବେ ଏହାକୁ ନେଇ ବ୍ରାହ୍ମଣୀଗାଁ ଅଞ୍ଚଳବାସୀ ଅପେକ୍ଷାରେ ରହିଛନ୍ତି l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ