ତୁମୁଡିବନ୍ଧରେ ସାଂସଦ-ବିଧାୟକଙ୍କ ମାରାଥନ ଗସ୍ତ, ଶିଶୁମନ୍ଦିର ପାଇଁ ୫୦ ଲକ୍ଷ ଟଙ୍କାର ପ୍ରତିଶ୍ରୁତି

Jul 17, 2026 - 16:35
 0  2
ତୁମୁଡିବନ୍ଧରେ ସାଂସଦ-ବିଧାୟକଙ୍କ ମାରାଥନ ଗସ୍ତ, ଶିଶୁମନ୍ଦିର ପାଇଁ ୫୦ ଲକ୍ଷ ଟଙ୍କାର ପ୍ରତିଶ୍ରୁତି

ତୁମୁଡିବନ୍ଧ: କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ଓ ବାଲିଗୁଡ଼ା ବିଧାୟକ ଚକ୍ରମଣୀ କଂହରଙ୍କ ଶୁକ୍ରବାର ତୁମୁଡିବନ୍ଧ ବ୍ଲକରେ ମାରାଥନ ଗସ୍ତ ଅନୁଷ୍ଠିତ ହୋଇଛି। ଏହି ଗସ୍ତ ଅବସରରେ ଉଭୟ ଜନପ୍ରତିନିଧିଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିବା ବେଳେ ଅଞ୍ଚଳର ବିକାଶ, ଶିକ୍ଷା ଓ ଭିତ୍ତିଭୂମି ସମ୍ପର୍କରେ ବିଭିନ୍ନ ଘୋଷଣା ଓ ପ୍ରତିଶ୍ରୁତି ଦିଆଯାଇଛି। ଶୁକ୍ରବାର ସକାଳ ପ୍ରାୟ ୧୦ଟା ସମୟରେ ସାଂସଦ ଓ ବିଧାୟକ ତୁମୁଡିବନ୍ଧ ଜଳେଶପଟା ମନ୍ଦିର ଛକରେ ପହଞ୍ଚିଥିଲେ। ସେଠାରେ ପ୍ରଥମେ ବିଜେପି ର କାର୍ଯ୍ୟକର୍ତ୍ତା ମାନେ ଭବ୍ୟ ସ୍ୱାଗତ କରିଥିଲେ। ପରେ ସ୍ଥାନୀୟ ଟାଣୁଆ ନେତା ପ୍ରମୋଦ କୁମାର ସାହୁଙ୍କ ନେତୃତ୍ୱରେ ଏକ ବିଶାଳ ବାଇକ ରାଲିରେ ଉଭୟଙ୍କୁ ତୁମୁଡିବନ୍ଧ ନେତାଜୀ ସୁଭାଷ ବୋଷ ମହାବିଦ୍ୟାଳୟ ପରିସରକୁ ପାଛୋଟି ନିଆଯାଇଥିଲା।

ରାଲିରେ ବହୁ ସଂଖ୍ୟାରେ ଯୁବକ ଓ ସାଧାରଣ ଲୋକ ସାମିଲ ହୋଇଥିଲେ। ମହାବିଦ୍ୟାଳୟ ପରିସରରେ ସରସ୍ୱତୀ ବିଦ୍ୟାମନ୍ଦିର ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସାଂସଦ ଓ ବିଧାୟକଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ। ଏହି ଅବସରରେ ଶିଶୁମନ୍ଦିର ପାଇଁ ଜମି ଯୋଗାଇ ଦିଆଯାଇଥିବାବେଳେ ବିଦ୍ୟାଳୟର ସ୍ଥାୟୀ ଭବନ ନିର୍ମାଣ ପାଇଁ ବିଧାୟକ ଚକ୍ରମଣୀ କଂହର ୧୦ ଲକ୍ଷ ଟଙ୍କା ଅନୁଦାନ ଦେଇଥିବା ସୂଚନା ଦେଇଥିଲେ। ସେହିପରି କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ପାଣ୍ଠିରୁ ଶିଶୁମନ୍ଦିର ଭବନ ନିର୍ମାଣ ପାଇଁ ୫୦ ଲକ୍ଷ ଟଙ୍କା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହାସହ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପାଧ୍ୟକ୍ଷା କଳ୍ପନା କଂହର ବିଦ୍ୟାଳୟ ପାଇଁ ଏକ ଶିଶୁ ଭବନ ଯୋଗାଇ ଦେବାକୁ ଘୋଷଣା କରିଥିଲେ। କାର୍ଯ୍ୟକ୍ରମରେ ଉପସ୍ଥିତ ଜନସାଧାରଣ ତୁମୁଡିବନ୍ଧ ଅଞ୍ଚଳର ଶିକ୍ଷା, ଯୋଗାଯୋଗ ଓ ଅନ୍ୟାନ୍ୟ ଭିତ୍ତିଭୂମିର ସାମଗ୍ରିକ ବିକାଶ ପାଇଁ ଦାବି ଉଠାଇଥିଲେ। ଏହାର ଉତ୍ତରରେ ସାଂସଦ ଓ ବିଧାୟକ ଅଞ୍ଚଳର ବିକାଶ ପାଇଁ ନିରନ୍ତର ପ୍ରୟାସ ଜାରି ରହିବ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ବାଲିଗୁଡ଼ାର ଟାଣୁଆ ନେତା ଟୁନା ଦାଶ, ତୁମୁଡିବନ୍ଧର ବରିଷ୍ଠ ନେତା ପ୍ରମୋଦ କୁମାର ସାହୁ,ସ୍ୱତନ୍ତ ଉନୟନ ବିଭାଗ ଉପାଧ୍ୟକ୍ଷା କଳ୍ପନା କଂହର,ପଞ୍ଚାୟତ ସମିତି ଅଧ୍ୟକ୍ଷା ବାସନ୍ତୀ ମାଝୀ, ନେତାଜୀ ସୁବାଷ ବୋଷ ମହାବିଦ୍ୟାଳୟ ଅଧକ୍ଷ ସୁନୀଲ କୁମାର ପାତ୍ର, ଏନଏସି ଅଧ୍ୟକ୍ଷ ଗୋବିନ୍ଦ ପ୍ରଧାନ, ଅବନୀକାନ୍ତ ନାୟକ, ରାମେଶ୍ୱର ପାଣିଗ୍ରାହୀ , ଲୋକନାଥ ପାଢ଼ୀ, ଉପାଧ୍ୟକ୍ଷ ସନ୍ତୋଷ ସାହୁ, ସାଂସଦ ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ନେତ୍ର ମାନସେଠ, ରବି ପାତ୍ର, ଆଦିବାସୀ ଯୁବନେତା ବାବୁଲା ମାଝୀଙ୍କ ସମେତ ବହୁ ଜନପ୍ରତିନିଧି, କାର୍ଯ୍ୟକର୍ତ୍ତା ଓ ସାଧାରଣ ଲୋକ ଉପସ୍ଥିତ ଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ