ବାରିପଦାରେ ଓଡ଼ିଶା ବନ୍ଦର ପ୍ରଭାବ।ସ୍ଥାନେ ସ୍ଥାନେ କଂଗ୍ରେସ କର୍ମୀଙ୍କ ପିକେଟିଂ, ଦୋକାନ ବଜାର ବନ୍ଦ।

Oct 8, 2026 - 10:02
 0  20
ବାରିପଦାରେ ଓଡ଼ିଶା ବନ୍ଦର ପ୍ରଭାବ।ସ୍ଥାନେ ସ୍ଥାନେ କଂଗ୍ରେସ କର୍ମୀଙ୍କ ପିକେଟିଂ, ଦୋକାନ ବଜାର ବନ୍ଦ।

ବାରିପଦା, ୮/୧୦: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ଆହ୍ୱାନ କ୍ରମେ ଆଜି ସାରା ରାଜ୍ୟରେ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ କରାଯାଉଛି। ସକାଳ ୬ଟାରୁ ଆରମ୍ଭ ହୋଇଥିବା ଏହି ବନ୍ଦ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜାରି ରହିବ। ଏହାର ପ୍ରଭାବ ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି।ଜିଲ୍ଲା ସଦର ମହକୁମା ବାରିପଦା ସହରରେ ବନ୍ଦକୁ ସଫଳ କରିବା ପାଇଁ ସକାଳୁ ସକାଳୁ କଂଗ୍ରେସ କର୍ମୀମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରିଛନ୍ତି। ସହରର ପ୍ରମୁଖ ଛକ, ବଜାର ଓ ବ୍ୟବସାୟିକ ଅଞ୍ଚଳରେ କଂଗ୍ରେସ କର୍ମୀମାନେ ଏକତ୍ରିତ ହୋଇ ବନ୍ଦକୁ ସମର୍ଥନ କରିବା ପାଇଁ ଦୋକାନୀ ଓ ସାଧାରଣ ଲୋକଙ୍କୁ ଅନୁରୋଧ କରୁଛନ୍ତି।ବନ୍ଦ ଯୋଗୁଁ ବାରିପଦା ସହରର ପ୍ରାୟ ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ଦେଖିବାକୁ ମିଳିଛି। ସାଧାରଣ ଦିନ ତୁଳନାରେ ସହରରେ ଜନଗହଳି ଏବଂ ବ୍ୟବସାୟିକ କାରବାର ମଧ୍ୟ କମିଥିବା ଦେଖାଯାଇଛି। ବନ୍ଦକୁ ସଫଳ କରିବା ପାଇଁ କଂଗ୍ରେସ କର୍ମୀମାନେ ବିଭିନ୍ନ ସ୍ଥାନରେ ନାରାବାଜି କରିବା ସହିତ ଦଳୀୟ ପତାକା ଧରି ପିକେଟିଂ କରୁଛନ୍ତି।ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ ସଭାପତି ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ କହିଛନ୍ତି ଯେ, ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଓଡ଼ିଶା ବନ୍ଦ ପାଳନ କରାଯିବ। ବନ୍ଦକୁ ସଫଳ କରିବା ପାଇଁ ଦଳର ନେତା ଓ କର୍ମୀମାନେ ଏକଜୁଟ ହୋଇ କାର୍ଯ୍ୟ କରୁଛନ୍ତି। ଏଥିସହ ସେ ସାଧାରଣ ଲୋକ ଓ ବ୍ୟବସାୟୀମାନଙ୍କୁ ବନ୍ଦକୁ ସହଯୋଗ କରିବା ପାଇଁ ଆହ୍ୱାନ ଦେଇଛନ୍ତି।ଅନ୍ୟପଟେ ବନ୍ଦ ସମୟରେ କୌଣସି ଅପ୍ରୀତିକର ପରିସ୍ଥିତି ଯେପରି ସୃଷ୍ଟି ନହୁଏ, ସେଥିପାଇଁ ପୁଲିସ ଓ ପ୍ରଶାସନ ପକ୍ଷରୁ ମଧ୍ୟ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସହରର ବିଭିନ୍ନ ପ୍ରମୁଖ ସ୍ଥାନ ଉପରେ ପୁଲିସର ନଜର ରହିଛି।ସକାଳୁ ବାରିପଦା ସହରରେ ବନ୍ଦର ପ୍ରଭାବ ସ୍ପଷ୍ଟ ଭାବେ ପରିଲକ୍ଷିତ ହୋଇଥିବା ବେଳେ ଆଗାମୀ ସମୟରେ ଏହାର ପ୍ରଭାବ କିଭଳି ରହୁଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ