ଜୁନ୍ ୨୦ରେ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ:ମୟୂରଭଞ୍ଜର ପାହାଡପୁର ଗ୍ରାମ ଗସ୍ତ କରିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
ମୟୂରଭଞ୍ଜର ରାଇରଙ୍ଗପୁରରେ ଓଡ଼ିଶା ସରକାରଙ୍କ ଦୁଇ ବର୍ଷ ପୂରଣ ଅବସରରେ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ୪୭,୬୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ ଶକ୍ତି, ଶିଳ୍ପ ଭିତ୍ତିଭୂମି, ସଡ଼କ ସଂଯୋଗୀକରଣ, ପାନୀୟ ଜଳ, ସ୍ୱାସ୍ଥ୍ୟ, ଶିକ୍ଷା, ପର୍ଯ୍ୟଟନ ଏବଂ ଜଳସେଚନ ସମେତ ପ୍ରମୁଖ କ୍ଷେତ୍ରକୁ ନେଇ ଆଧାରିତ ପ୍ରକଳ୍ପର ଉଦ୍ଘାଟନ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦ ଜୁନ୍ ୨୦୨୬ରେ ଓଡ଼ିଶା ଗସ୍ତରେ ଆସିବେ। ଏହି ସମୟରେ ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ମଧ୍ୟ ଉପସ୍ଥିତ ରହିବେ, ଯାହା ରାଜ୍ୟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ତଥା ଗୌରବମୟ ମୁହୂର୍ତ୍ତ ହେବ। ୨୦ ତାରିଖ ଦିନ ପ୍ରାୟ ୧୧:୧୫ ଦିନ ସମୟରେ, ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ମୟୂରଭଞ୍ଜ ଜିଲ୍ଲାର ପାହାଡପୁର ଗ୍ରାମ ପରିଦର୍ଶନ କରିବେ। ଏହାପରେ ଉଭୟ ନେତୃତ୍ୱ ପବିତ୍ର ସାନ୍ତାଳୀ ଜାହେରା ଏବଂ ହୋ ଜାହେରା, ଦକ୍ଷତା କେନ୍ଦ୍ର ଏବଂ ପାହାଡପୁର ସ୍କୁଲରେ ପ୍ରାର୍ଥନା କରିବେ। ଏହି ଗସ୍ତ ଆଦିବାସୀ ବହୁଳ ଅଂଚଳ ତଥା ଗ୍ରାମାଞ୍ଚଳରେ ଶିକ୍ଷାଗତ ସୁଯୋଗ, ଦକ୍ଷତା ବିକାଶ ଏବଂ ସାମାଜିକ-ଆର୍ଥିକ ସଶକ୍ତିକରଣକୁ ସୁଦୃଢ଼ କରିବା ପାଇଁ ଚାଲିଥିବା ପ୍ରୟାସ ଉପରେ ଆଲୋକପାତ କରିବ ବୋଲି ଆଶା କରାଯାଉଛି। ଅପରାହ୍ନ ପ୍ରାୟ ୧ଟାରେ, ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ମୟୂରଭଞ୍ଜର ରାଇରଙ୍ଗପୁରରେ ଓଡ଼ିଶା ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବେ। ଏହି କାର୍ଯ୍ୟକ୍ରମର ବିଷୟବସ୍ତୁ ରହିଛି "ବିକାଶର ଧାରା, ଓଡ଼ିଶା ସାରା"। କାର୍ଯ୍ୟକ୍ରମ ସମୟରେ ୪୭,୬୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ ହେବ। ଏହାସହିତ ପ୍ରଧାନମନ୍ତ୍ରୀ ଏହି ଅବସରରେ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ। ଏହି କାର୍ଯ୍ୟକ୍ରମ ସମୟରେ, ଶକ୍ତି, ଶିଳ୍ପ ଭିତ୍ତିଭୂମି, ସଡ଼କ ସଂଯୋଗୀକରଣ, ପାନୀୟ ଜଳ, ସ୍ୱାସ୍ଥ୍ୟ, ଶିକ୍ଷା, ପର୍ଯ୍ୟଟନ ଏବଂ ଜଳସେଚନ ସମେତ ପ୍ରମୁଖ କ୍ଷେତ୍ରର ପ୍ରକଳ୍ପଗୁଡ଼ିକର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ଏହି ପ୍ରକଳ୍ପଗୁଡ଼ିକ ସମଗ୍ର ଓଡ଼ିଶାରେ ଭିତ୍ତିଭୂମିକୁ ସୁଦୃଢ଼ କରିବା, ସଂଯୋଗୀକରଣରେ ଉନ୍ନତି ଆଣିବା, ଶକ୍ତି ସୁରକ୍ଷା ବୃଦ୍ଧି କରିବା ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଆଶା କରାଯାଉଛି। ପ୍ରଧାନମନ୍ତ୍ରୀଙ୍କ ଅନ୍ତର୍ଭୁକ୍ତିମୂଳକ ଏବଂ ସାମଗ୍ରିକ ବିକାଶ ଦୃଷ୍ଟିକୋଣକୁ ପ୍ରତିଫଳିତ କରି, ଏହି ପଦକ୍ଷେପଗୁଡ଼ିକ ଆଦିବାସୀ ଏବଂ ଗ୍ରାମାଞ୍ଚଳରେ ଅଭିବୃଦ୍ଧିକୁ ଆହୁରି ତ୍ୱରାନ୍ୱିତ କରିବ ଏବଂ ରାଜ୍ୟର ପ୍ରତ୍ୟେକ କୋଣକୁ ବିକାଶର ଲାଭ ପହଞ୍ଚାଇବ। ଶିଳାନ୍ୟାସ ହେବାକୁ ଥିବା ପ୍ରମୁଖ ପ୍ରକଳ୍ପଗୁଡ଼ିକ ମଧ୍ୟରେ 600 MW ଉପର ଇନ୍ଦ୍ରାବତୀ ପମ୍ପଡ୍ ଷ୍ଟୋରେଜ୍ ପ୍ରକଳ୍ପ ଏବଂ IB ଥର୍ମାଲ୍ ପାୱାର ଷ୍ଟେସନର ପର୍ଯ୍ୟାୟ-II ସମ୍ପ୍ରସାରଣ ପ୍ରକଳ୍ପ ଅନ୍ତର୍ଭୁକ୍ତ। ଏହି ପ୍ରକଳ୍ପଗୁଡ଼ିକ ଓଡ଼ିଶାରେ ଶକ୍ତି ସୁରକ୍ଷା ବୃଦ୍ଧି କରିବ ଏବଂ ଅର୍ଥନୈତିକ ଅଭିବୃଦ୍ଧିକୁ ସମର୍ଥନ କରିବ। ଝାରସୁଗୁଡା ଜିଲ୍ଲାର ଲଖନପୁରରେ ଭାରତ କୋଇଲା ଗ୍ୟାସିଫିକେସନ୍ ଆଣ୍ଡ କେମିକାଲ୍ସ ଲିମିଟେଡ୍ (BCGCL) ପ୍ରକଳ୍ପର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ଏହା ଘରୋଇ କୋଇଲା ସମ୍ପଦର ସ୍ୱଚ୍ଛ ବ୍ୟବହାରକୁ ପ୍ରୋତ୍ସାହିତ କରିବ, ଆମଦାନୀ ନିର୍ଭରଶୀଳତା ହ୍ରାସ କରିବ ଏବଂ ଏହି ଅଞ୍ଚଳରେ ନୂତନ ଶିଳ୍ପ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଭିତ୍ତିପ୍ରସ୍ତର ସ୍ଥାପନ କରାଯିବାକୁ ଥିବା ପ୍ରକଳ୍ପର ମଧ୍ୟରେ ଭୁବନେଶ୍ୱରରେ ଏକ 300 TPD ସୋର୍ସ- ସେଗ୍ରୀଗେଟେଡ଼ ମ୍ୟୁନିସପାଲ ସଲିଡ଼ ୱେଷ୍ଟ-ବେସଡ କମ୍ପ୍ରେସଡ ବାୟୋଗ୍ୟାସ୍ ପ୍ଲାଣ୍ଟ, କଟକ ଏବଂ ଭୁବନେଶ୍ୱର ମଧ୍ୟରେ ସିଧାସଳଖ ସଂଯୋଗ ପ୍ରଦାନ କରୁଥିବା କାଠଯୋଡି ନଦୀ ଉପରେ ଏକ ସେତୁ, ବୌଦ୍ଧ ଜିଲ୍ଲାର ଧଳପୁର-ହରଭଙ୍ଗା ରାସ୍ତାର ପ୍ରଶସ୍ତୀକରଣ ଏବଂ ସୁଦୃଢ଼ୀକରଣ ଏବଂ ନୂଆପଡାରୁ ଘଟୀପଡା ପର୍ଯ୍ୟନ୍ତ NH-353 ର ଏକ ଅଂଶକୁ ଚାରି ଲେନ କରିବା, କୁସୁମଡିହି ମେଗାଲିଫ୍ଟ ଜଳସେଚନ ପ୍ରକଳ୍ପ, IGNOU ଆଞ୍ଚଳିକ କେନ୍ଦ୍ର ଏବଂ ରାଇରଙ୍ଗପୁରରେ ଇଣ୍ଡୋର ବ୍ୟାଡମିଣ୍ଟନ କମ୍ପ୍ଲେକ୍ସ ଇତ୍ୟାଦି ଅନ୍ତର୍ଭୁକ୍ତ। ସେହିପରି ବୌଦ୍ଧରେ 300 ଶଯ୍ୟା ବିଶିଷ୍ଟ ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲ କୋଠା, 24ଟି ଅଟଳ ବସ୍ ଷ୍ଟାଣ୍ଡ ଏବଂ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ 9ଟି ସ୍ୱୟଂଚାଳିତ ପରୀକ୍ଷଣ କେନ୍ଦ୍ର ସହିତ ଉଦଘାଟନ କରାଯିବ। ଏହି ପ୍ରକଳ୍ପଗୁଡ଼ିକ ରାଜ୍ୟରେ ସ୍ୱାସ୍ଥ୍ୟସେବା ଏବଂ ସାଧାରଣ ପରିବହନ ଭିତ୍ତିଭୂମିକୁ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି। ଉଦଘାଟନ ହେବାକୁ ଥିବା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପଗୁଡ଼ିକ ମଧ୍ୟରେ NH-57 ରେ ନୟାଗଡ ଟାଉନ ବାଇପାସ୍, କୁସୁମି ସ୍ମାର୍ଟ ଜଳସେଚନ ପ୍ରକଳ୍ପର ଭୂତଳ ପାଇପଲାଇନ୍ ଅଂଶ, ଜଖପୁରା-ଯାଜପୁର କେଉଁଝର ରାସ୍ତା-ବୈତରଣୀ ରାସ୍ତା ମଲ୍ଟି-ଟ୍ରାକିଂ ପ୍ରକଳ୍ପ, ହିନ୍ଦୋଳ ରାସ୍ତା-ମେରାମଣ୍ଡାଳୀ ମଲ୍ଟି-ଟ୍ରାକିଂ ପ୍ରକଳ୍ପ, କ୍ରୀଡା କମ୍ପ୍ଲେକ୍ସ ଏବଂ ରାଇରଙ୍ଗପୁରରେ ଜନଜାତି ଗବେଷଣା କେନ୍ଦ୍ର ଅନ୍ତର୍ଭୁକ୍ତ ରାଇରଙ୍ଗପୁର/ଭୁବନେଶ୍ୱର, ୧୯|୬: ଓଡ଼ିଶା ଇତିହାସରେ ଯୋଡ଼ି ହେବାକୁ ଯାଉଛି ଏକ ଗୌରବମୟ ଅଧ୍ୟାୟ। ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଗସ୍ତ କେବଳ ଏକ ସରକାରୀ କାର୍ଯ୍ୟକ୍ରମ ନୁହେଁ, ବରଂ ଜନଜାତି ଅଞ୍ଚଳର ବିକାଶ, ସଶକ୍ତିକରଣ ଓ ଆତ୍ମନିର୍ଭର ଭାରତ ଗଠନ ପ୍ରତି କେନ୍ଦ୍ର ସରକାରଙ୍କ ଦୃଢ଼ ସଂକଳ୍ପର ଏକ ଉଜ୍ଜ୍ୱଳ ପ୍ରତିଫଳନ ଯାହା ଓଡ଼ିଶାର ଲକ୍ଷ ଲକ୍ଷ ଜନଜାତି ଲୋକଙ୍କ ଆଶା ଓ ଆକାଂକ୍ଷାକୁ ନୂତନ ଶକ୍ତି ପ୍ରଦାନ କରିବ। ପ୍ରଥମ ଥର ପାଇଁ ଓଡିଶା ଇତିହାସରେ ମହାମହିମ ରାଷ୍ଟ୍ରପତି ଓ ମାନନୀୟ ପ୍ରଧାନମନ୍ତ୍ରୀ ଗୋଟିଏ ମଞ୍ଚରେ ଉପସ୍ଥିତ ରହିବା ସହ ଜନସାଧାରଣଙ୍କୁ ସମ୍ବୋଧିତ କରିବାକୁ ଯାଉଛନ୍ତି। ଏହି ଗସ୍ତ ଅବସରରେ ବିଭିନ୍ ଭିତ୍ତିଭୂମି ଉଦଘାଟନ ଓ ଶିଳାନ୍ୟାସ ହେବ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡିଶା ଗସ୍ତ ନେଇ କାର୍ଯ୍ୟକ୍ରମ ରହିଥିବା ବେଳେ ଏହାପୂର୍ବରୁ ଆଜି ଭାରତୀୟ ଜନତା ପାର୍ଟି, ଓଡିଶା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ରାଇରଙ୍ଗପୁରସ୍ଥିତ ହୋଟେଲ ହିନ୍ଦୁସ୍ଥାନ ଇନରେ ହୋଇଥିବା ଏହି ସମ୍ମିଳନୀରେ ରାଜ୍ୟ ସଭାପତି ଶ୍ରୀ ସାମଲ କହ ଆସନ୍ତାକାଲି ରାଇରଙ୍ଗପୁର ଗସ୍ତ ସମୟରେ ଉଦ୍ଘାଟିତ ହେବାକୁ ଥିବା ପ୍ରକଳ୍ପଗୁଡ଼ିକ ଯୋଗାଯୋଗ, ରୋଜଗାର ସୃଷ୍ଟି, ଶିଳ୍ପ ବିକାଶ ଓ ଜୀବନଯାପନର ମାନଦଣ୍ଡକୁ ସୁଦୃଢ଼ କରିବ। ଏହା ନୂତନ ଭାରତର ବିକାଶ ଯାତ୍ରାରେ ମୟୂରଭଞ୍ଜର ଭୂମିକାକୁ ଅଧିକ ଶକ୍ତିଶାଳୀ କରିବ। ଏହାସହିତ ମାନ୍ୟବର ପ୍ରଧାନମନ୍ତ୍ରୀ ଓଡିଶା ମାଟିକୁ ସମ୍ମାନ ଜଣାଇ ରାଷ୍ଟ୍ରପତିଙ୍କ ଜନ୍ମଦିନ ଉପଲକ୍ଷେ ରାଷ୍ଟ୍ରପତିଙ୍କ ଗ୍ରାମରେ ଗୋଟିଏ ଘଣ୍ଟା ରହିବା ସହିତ ସେଠାକାର ପୂଜାସ୍ଥଳୀ ପରିଦର୍ଶନ କରିବେ। ଏହାସହିତ ସ୍ଥାନୀୟ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିବେ। ଏହାସହିତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟ ରହିଛି। ଯେତେବେଳେ ବି ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀ ଓଡିଶା ଆସିଛନ୍ତି ସେ କେତେବେଳେ ବି ଖାଲି ହାତରେ ଆସି ନାହାନ୍ତି ବରଂ ଓଡିଶାର ସମୃଦ୍ଧି ଓ ବିକାଶ ପାଇଁ ବ୍ୟାପକ ଯୋଜନାର ରୂପାୟନ ଉଦ୍ଘାଟନ ବା ଶିଳାନ୍ୟାସ କରିଛନ୍ତି। ଆମେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ମୟୂରଭଞ୍ଜବାସୀ ଓ ଓଡ଼ିଶାବାସୀଙ୍କ ପକ୍ଷରୁ ହାର୍ଦ୍ଦିକ ସ୍ୱାଗତ ଜଣାଉଛୁ ଏବଂ ତାଙ୍କ ନେତୃତ୍ୱରେ ଓଡ଼ିଶା ଓ ପୂର୍ବ ଭାରତର ବିକାଶ ଯାତ୍ରା ଆହୁରି ଦ୍ରୁତ ଓ ଗତିଶୀଳ ହେବ ବୋଲି ବିଶ୍ୱାସ ବ୍ୟକ୍ତ କରୁଛୁ ବୋଲି ଶ୍ରୀ ସାମଲ କହିଛନ୍ତି। ଆଜିର ଏହି ସମ୍ମିଳନୀ ଅବସରରେ ଅନ୍ୟମାନଙ୍କ ମଧ୍ୟରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ବିରଞ୍ଚି ନାରାୟଣ ତ୍ରିପାଠୀ, ମୟୁରଭଞ୍ଜ ସାଂସଦ ନଵଚରଣ ମାଝୀ, ରାଇରଙ୍ଗପୁର ବିଧାୟକ ଜଲେନ ନାୟକ, ବିଜେପି ମୁଖପାତ୍ର ପ୍ରକାଶ ଚନ୍ଦ୍ର ରଥ ଓ ସଞ୍ଜୟ ରଥ ପ୍ରମୁଖ ଉପସ୍ଥିତ ଥିଲେ। ବିରଂଚି ନାରାୟଣ ତ୍ରିପାଠୀ ସାଧାରଣ ସମ୍ପାଦକ, ଭାରତୀୟ ଜନତା ପାର୍ଟି
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0