ଲୁଗା ବ୍ୟବସାୟୀଙ୍କ ଘରେ ଲକ୍ଷାଧିକ ଟଙ୍କାର ସୁନା, ରୁପା ଓ ନଗଦ ଚୋରି ହୋଇଛି, ଦାରିଙ୍ଗବାଡ଼ି ଥାନାରେ ଅଭିଯୋଗ

Aug 2, 2026 - 22:15
 0  3
ଲୁଗା ବ୍ୟବସାୟୀଙ୍କ ଘରେ ଲକ୍ଷାଧିକ ଟଙ୍କାର ସୁନା, ରୁପା ଓ ନଗଦ ଚୋରି ହୋଇଛି, ଦାରିଙ୍ଗବାଡ଼ି ଥାନାରେ ଅଭିଯୋଗ

ଦାରିଙ୍ଗବାଡ଼ି, ୨/୮ (ସଲମନ୍ ବିନ୍ଧାଣୀ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବଜାରର ଜଣେ ପ୍ରମୁଖ ଲୁଗା ବ୍ୟବସାୟୀ ଅଶୋକ କୁମାର ସାହୁଙ୍କ ଘରେ ଲକ୍ଷାଧିକ ଟଙ୍କାର ସୁନା, ରୁପା ଗହଣା ଓ ନଗଦ ଟଙ୍କା ଚୋରି ହୋଇଥିବା ନେଇ ଦାରିଙ୍ଗବାଡ଼ି ଥାନାରେ ଅଭିଯୋଗ ହୋଇଛି।ସୂଚନାନୁସାରେ ଶୁକ୍ରବାର ସନ୍ଧ୍ୟାରେ ଅଶୋକ କୁମାର ସାହୁ ପରିବାର ସହ ଘରେ ତାଲା ପକାଇ ଏକ କାର୍ଯ୍ୟରେ ବ୍ରହ୍ମପୁର ଯାଇଥିଲେ। ରବିବାର ପୂର୍ବାହ୍ନରେ ସେ ଫେରିବା ପରେ ଘରର ଦୁଇଟି ଭିତର ଫାଟକର ତାଲା କଟାଯାଇଥିବା ଦେଖିଥିଲେ। ଘର ଭିତରକୁ ପଶି ଦେଖିବାରୁ ବେଡ୍‌ରୁମ୍‌ରେ ଥିବା ଆଲମିରା ଭାଙ୍ଗି ତାହାରେ ରଖାଯାଇଥିବା ୬ଟି ସୁନା ମୁଦି, ୪ଟି ସୁନା ହାର, ଗୋଟିଏ ସୁନା ଚେନ୍‌, ୧୩ ହଳ ସୁନା ଫୁଲ ସମେତ ପ୍ରାୟ ୨୦ରୁ ୨୨ ଭରି ସୁନା ଗହଣା, ପ୍ରାୟ ୫୦୦ ଗ୍ରାମ ରୁପା ସାମଗ୍ରୀ ଓ ନଗଦ ୫୦ ହଜାର ଟଙ୍କା ଚୋରି ହୋଇଥିବା ଜଣାପଡ଼ିଥିଲା।ପ୍ରାଥମିକ ତଦନ୍ତରୁ ଦୁର୍ବୃତ୍ତମାନେ ମୁଖ୍ୟ ଫାଟକର ତାଲା ନକାଟି କାନ୍ଥ ଡେଇଁ ଘର ଭିତରକୁ ପ୍ରବେଶ କରିଥିବା ସନ୍ଦେହ କରାଯାଉଛି।ଅଭିଯୋଗ ପାଇବା ପରେ ଦାରିଙ୍ଗବାଡ଼ି ପୋଲିସ ୨୦୨/୨୬ ନମ୍ବର ମାମଲା ରୁଜୁ କରିଛି। ଥାନା ଅଧିକାରୀ ସଂଗ୍ରାମ କେଶରୀ ଜେନା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ