ବାତ୍ୟା କ୍ଷତିଗ୍ରସ୍ତ ଗ୍ରାମ ପରିଦର୍ଶନ କଲେ ବିଧାୟକ ଓ ବରିଷ୍ଠ ନେତା ଟୁନା ଦାସ: ସରକାରୀ ସହାୟତା ଯୋଗାଇଦେବା ପାଇଁ ଦେଲେ ପ୍ରତିଶୃତି

Jun 8, 2026 - 19:53
 0  1
ବାତ୍ୟା କ୍ଷତିଗ୍ରସ୍ତ ଗ୍ରାମ ପରିଦର୍ଶନ କଲେ ବିଧାୟକ ଓ ବରିଷ୍ଠ  ନେତା ଟୁନା ଦାସ: ସରକାରୀ ସହାୟତା ଯୋଗାଇଦେବା ପାଇଁ ଦେଲେ ପ୍ରତିଶୃତି

ଫୁଲବାଣୀ - ସୁବ୍ରତ ଜୈନ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ରେ ଦେଖାଦେଇ ଥିବା ବାତ୍ୟା ଓ ପ୍ରବଳ ବର୍ଷା ଯୋଗୁଁ କ୍ଷତିଗ୍ରସ୍ତ ପରିବାରବର୍ଗ ଙ୍କୁ ସ୍ଥାନୀୟ ବିଧାୟକ ଚକ୍ରମଣୀ କଂହର 12ଘଣ୍ଟା ଭିତରେ ସହାୟତା ଯୋଗାଇଦେଛନ୍ତି | ଘର ଭାଙ୍ଗି ଯାଇଥିବା ପରିବାରକୁ ସଙ୍ଗେ ସଙ୍ଗେ ଆଜବେଷ୍ଟ ଏବଂ ଟିଣ ନିଜସ୍ୱ ପଇସା ରୁ ଯୋଗାଇ ଦେଇଛନ୍ତି | ବିଧାୟକ ଙ୍କ ସହ ବାଲିଗୁଡା ନିର୍ବାଚନୀ ମଣ୍ଡଳୀ ର ବରିଷ୍ଟ ନେତା ଟୁନା ଦାଶ, ପ୍ରମୋଦ କୁମାର ସାହୁ, କାଉନସିଲର ଅବନୀକାନ୍ତ ନାୟକ, ତୁମୁଡିବନ୍ଧ ପଞ୍ଚାୟତ ସମିତି ଅଧକ୍ଷା ବାସନ୍ତି ମାଝୀ ପ୍ରମୁଖ କ୍ଷତିଗ୍ରସ୍ତ ପରିବାର ବର୍ଗଙ୍କୁ ଭେଟିଥିଲେ । ଅଧିକ କ୍ଷତିଗ୍ରସ୍ତ ଅଞ୍ଚଳ ମାଲିପଡା ଗ୍ରାମର ବିଭିନ୍ନ ସ୍କୁଲ, ଚର୍ଚ୍ଚ, ବିଦ୍ୟୁତ ଯୋଗାଯୋଗ , ପାନୀୟ ଜଳ ସେବା କିଭଳି ତ୍ୱରାନ୍ୱିତ ହୋଇପାରିବ ସେ ନେଇ ଜିଲ୍ଲାପାଳ ବେଦଭୂଷଣ ଙ୍କୁ ଫୋନ ଯୋଗେ ଅବଗତ କରାଇଥିଲେ ବରିଷ୍ଟ ନେତା ଶ୍ରୀ ଟୁନା ଦାଶ | ଏହା ସହ ବ୍ଲକ ର ବିଭିନ୍ନ ପଞ୍ଚାୟତ ରେ ଭାଙ୍ଗିଯାଇଥିବା ଘର, କ୍ଷତିଗ୍ରସ୍ତ ଫସଲ ଏବଂ ବିଦ୍ୟୁତ ଓ ଯୋଗାଯୋଗ ବ୍ୟବସ୍ଥାର ସ୍ଥିତି ମଧ୍ୟ ସମୀକ୍ଷା କରିଥିଲେ । । ବିଶେଷକରି ଘର ଭାଙ୍ଗିଯିବା, ଚାଷଜମିରେ ପାଣି ପଶି ଫସଲ ନଷ୍ଟ ହେବା ଏବଂ ଦୀର୍ଘ ସମୟ ଧରି ବିଦ୍ୟୁତ ସେବା ବନ୍ଦ ରହିବା ନେଇ ଲୋକମାନେ ଅଭିଯୋଗ କରିଥିଲେ। ଏହା ସହ ସରକାରଙ୍କ ପକ୍ଷରୁ ଯୋଗ୍ୟ ସହାୟତା ଓ କ୍ଷତିପୂରଣ ଯୋଗାଇ ଦେବା ପାଇଁ ଜିଲ୍ଲାପାଳ ଙ୍କୁ ଅବଗତ କରାଇଥିଲେ । । ବାତ୍ୟା ପ୍ରଭାବିତ ଅଞ୍ଚଳରେ ସ୍ୱାଭାବିକ ଜନଜୀବନ ଫେରାଇ ଆଣିବା ପାଇଁ ସମସ୍ତ ବିଭାଗ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରୁଥିବା ବିଧାୟକ ଚକ୍ରମଣୀ କଂହର କହିଥିଲେ। ବିଧାୟକଙ୍କ ଏହି ଗସ୍ତକୁ ସ୍ଥାନୀୟ ଲୋକେ ତୁମୁଡିବନ୍ଧ କଲେଜ ଠାରୁ ଏକ ବିରାଟ ବାଇକ ରାଲି ଯୋଗେ ସ୍ୱାଗତ କରିଥିଲେ | ମାଲିପଡ଼ା ଗ୍ରାମବାସୀ ମାନେ ହୁଳହୁଳି, ଫୁଲ ଚନ୍ଦନ ରେ ଉପସ୍ଥିତ ନେତା ମାନଙ୍କୁ ସ୍ୱାଗତ କରିଥିଲେ | ବିଧାୟକ ଙ୍କ କ୍ଷୟକ୍ଷତି ଗ୍ରାମ ପରିଦର୍ଶନ କ୍ଷତିଗ୍ରସ୍ତ ପରିବାରଙ୍କୁ ସାନ୍ତ୍ୱନା ମିଳିଥିବା ଦେଖାଦେଇଛି |

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ